www.samajalive.in
Monday, December 8, 2025
20.1 C
Bhubaneswar

ମାହାଙ୍ଗାରେ ଫାଇଭ-ଟି କାର୍ଯ୍ୟର ସମୀକ୍ଷା କଲେ ଆରଡିସି ଓ ଜିଲ୍ଲାପାଳ

କୁଆଁପାଳ: କଟକ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ ସାମଲ ଓ କଟକ ଜିଲ୍ଲା ପାଳ ଭବାନୀ ଶଙ୍କର ଚୟନି ମାହାଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରି ବିଭିନ୍ନ ସରକାରୀ ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା କରିବା ସହ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ପରଖିବା ପାଇଁ କଳାପଟାରେ ପ୍ରଶ୍ନ ଲେଖି ଛାତ୍ରଛାତ୍ରୀ ପାଠ ପଢ଼ାଇବା ଘଟଣାକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି।ପ୍ରଥମେ ଏହି ପ୍ରତିନିଧି ଦଳ ପୁରାତନ ଶିକ୍ଷାନୁଷ୍ଠାନ ଝାଡ଼େଶ୍ୱରପୁର ଉଚ୍ଚବିଦ୍ୟାଳୟକୁ ଯାଇ ଫାଇଭ-ଟି ଯୋଜନାରେ ହେଉଥିବା ରୂପାନ୍ତରିତ କାର୍ଯ୍ୟର ଅନୁଧ୍ୟାନ କରିବା ସହ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା ବଗିଚା, ପ୍ରମୋଦ ଉଦ୍ୟାନ, ଇ-ଲାଇବ୍ରେରୀ, ସ୍ମାର୍ଟ ଶ୍ରେଣୀ ଗୃହ ଆଦି ପରିଦର୍ଶନ କରିଥିଲେ।

ଏହାପରେ ପୁରାତନ ଶୈବ ପୀଠ ଶ୍ରୀଶ୍ରୀ ବୀରଭଦ୍ରେଶ୍ୱର ମନ୍ଦିର କୁ ପରିଦର୍ଶନରେ ଯାଇ ମନ୍ଦିର ପରିସରରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ହେଉଥିବା ମନ୍ଦିର ପୁନଃରୁଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରି କିପରି ରାଜ୍ୟ ପର୍ଯ୍ୟଟନ ସ୍ତଳୀ ମାନ୍ୟତା ପାଇବା ସେଥିନେଇ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ଭଦ୍ରେଶ୍ୱର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରକୁ ଯାଇ ପରିଦର୍ଶନ କରିବା ସହ ଭିତିଭୂମି ବିକାଶ ଓ ମେଡିକାଲ କେନ୍ଦ୍ର ଗୃହ ନିର୍ମାଣ ଏବଂ ଭଦ୍ରେଶ୍ୱର ଫାଣ୍ଡି କିପରି ଥାନା ମାନ୍ୟତା ପାଇ କାର୍ଯ୍ୟ କରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ।

- Advertisement -

ଶେଷରେ ଶ୍ରୀ ସାମଲ ଶୁକ୍ଳେଶ୍ୱର ଭଗବତୀ ଭଗବତୀ ବିଦ୍ୟାପୀଠକୁ ଯାଇ ସେଠାରେ ବିଦ୍ୟାଳୟର ଫାଇଭ-ଟି ଯୋଜନାରେ ହେଉଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ତୁରନ୍ତ ପ୍ରେକ୍ଷାଳୟ ଓ ସ୍ମାର୍ଟ ଶ୍ରେଣୀ ଗୃହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ କରିବା ନେଇ ବିଦ୍ୟାଳୟ ପରିଚାଳନା କମିଟି ଓ ଶିକ୍ଷା ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ସମୟରେ ପିଡି ଅମ୍ବର କର, ଉପଜିଲ୍ଲାପାଳ ପ୍ରତାପ ବେହୁରା, ସିଡିଏମଓ ସତ୍ୟବ୍ରତ ଛୋଟରାୟ, ବ୍ଲକ ଅଧ୍ୟକ୍ଷ ଶରତ ନାୟକ, ବିଡ଼ିଓ ନିହାରରଞ୍ଜନ ମଲିକ, ତହସିଲଦାର ମଧୁସୂଦନ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଗ୍ରାମ କେଶରୀ ପରିଡା, ଯନ୍ତ୍ରୀ ସୁଶାନ୍ତ ମଲିକ, ସରପଞ୍ଚ ପ୍ରତିନିଧି ବିପିନ ବିହାରୀ ସ୍ୱାଇଁ, ଚିତ୍ତରଞ୍ଜନ ମହାପାତ୍ର, ସମିତିସଭ୍ୟ ପ୍ରତିନିଧି ଜତୀନଜୟ କୁଅଁର, ପ୍ରଧାନ ଶିକ୍ଷକ ଚୌ ରମାକାନ୍ତ ପ୍ରହରାଜ, ପବିତ୍ର ମୋହନ ପ୍ରଧାନ, ପ୍ରସନ୍ନ ପ୍ରହରାଜ, ପ୍ରଧାନ ଶିକ୍ଷୟତ୍ରୀ ଜନତା ମହାପାତ୍ର, ପୁରାତନ ଛାତ୍ର ଅରୁଣ ବାରିକ, ସତ୍ୟନାରାୟଣ ଦାସ, ଶିକ୍ଷକ ରମାକାନ୍ତ ଦାସ, ସୁବଳ ସାହୁ, ଭ୍ରମରବର ମହାନ୍ତି, ଚୌ ନିରଞ୍ଜନ ପ୍ରହରାଜ ସମେତ ବହୁ ବୁଦ୍ଧିଜୀବୀମାନେ ଉପସ୍ଥିତ ରହିଥିଲେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories