www.samajalive.in
Monday, December 8, 2025
27.1 C
Bhubaneswar

ପୁଣି ଖଟିଆରେ ବୁହାହେଲେ ରୋଗୀ

ମ.ରାମପୁର: କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଲୁବେନଗଡ଼ ପଂଚାୟତର ପୁଇଝିରି ଗାଁରେ ଗତ ୧୫ ଦିନ ଭିତରେ ରୋଗୀକୁ ଡାକ୍ତରଖାନା ନେବାର ତିନୋଟି ଚିତ୍ର ସାମ୍ନାକୁ ଆସିଥିବାବେଳେ ଆଜି ପୁଣି ସାମ୍ନାକୁ ଆସିଛି ଅନୁରୂପ ଚିତ୍ର। ଜଣେ ମହିଳାଙ୍କୁ ଖଟିଆରେ ବୋହି ଆଣିବାର କରୁଣ ଚିତ୍ର ପୁଣି ଦେଖାଯାଇଛି। ପୁଇଝିରି ଗ୍ରାମର ୫୫ ବର୍ଷୀୟା ଲୁଗେଡ଼ି ମାଝୀ ନାମକ ବୃଦ୍ଧାଙ୍କୁ ପୁଇଝିରିଠାରୁ ବାଲିବାଜୁ ପର୍ଯ୍ୟନ୍ତ ପ୍ରାୟ ୭ କିଲୋମିଟର ଖଟିଆରେ ଗ୍ରାମବାସୀମାନେ ବୋହି ବୋହି ଆଣିବା ପରେ ବାଲିବାଜୁଠାରୁ ଏକ ଅଟୋ ସାହଯ୍ୟରେ ଉର୍ଲାଦାନୀ ନେଇ ଘରୋଇ ଡାକ୍ତରଙ୍କ ପାଖରେ ପହଞ୍ଚିଥି​‌ଲେ। ତେବେ ରାସ୍ତା ଖଣ୍ଡେ ପାଇଁ ପୁଇଝିରିବାସୀ ସବୁବେଳେ ହଇରାଣ ହରକତ ହେଉଥିବାବେଳେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଆସୁୂଥିଲେ ମଧ୍ୟ କେହି ଦୃଷ୍ଟି ଦେଉନଥିବାରୁ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories