www.samajalive.in
Monday, December 8, 2025
20.1 C
Bhubaneswar

୨୪ ଘଣ୍ଟାରେ ୯୪୧ ନୂଆ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନାର ଗତି କମୁନାହିଁ । ଗତ ୨୪ ଘଣ୍ଟାରେ ୯୪୧ ନୂତନ ସଂକ୍ରମିତଙ୍କୁ ଠାବ କରାଯାଇଛି । କେବଳ ସେତିକି ନୁହେଁ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ଅତିକ୍ରମ କରିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ଦେଇଛନ୍ତି ଏହି ତଥ୍ୟ ।

1

- Advertisement -

ଶୁକ୍ରବାର ସେ ପ୍ରଦାନ କରିଥିବା ସୂଚନା ଅନୁସାରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୩୮୦ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୩୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ୨୪ ଘଣ୍ଟା ମଧ୍ୟରେ ୧୮୩ ଜଣ ସୁସ୍ଥ ହୋଇଛନ୍ତି । ବିଡ଼ମ୍ବନା ହେଉଛି ଦିନକୁ ଯେତିକି ଲୋକ ସୁସ୍ଥ ହେଉଛନ୍ତି ତାର ୪ରୁ ୫ ଗୁଣ ଲୋକ ନୂତନ ସଂକ୍ରମିତ ହେଉଛନ୍ତି । ଫଳରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିବାରେ ନାଁ ଧରୁନାହିଁ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ଅଗ୍ରୱାଲଙ୍କ ସୂଚନା ଅନୁସାରେ ସ୍ବାସ୍ଥ୍ୟସେବା ସଂକ୍ରାନ୍ତରେ ସବୁ କେନ୍ଦ୍ରଶାସିତ ଅଞ୍ଚଳରେ ନିୟମାବଳୀ ଜାରି କରାଯାଇଛି । ତେବେ ସବୁଠୁ ବଡ଼ ଆଶ୍ବାସନାର ବିଷୟ ହେଉଛି ଦେଣର ୩୨୫ଟି ଜିଲାରେ କେହି ଜଣେ ମଧ୍ୟ କରୋନାକ୍ରାନ୍ତ ହୋଇ ନାହାନ୍ତି । ଏହାବ୍ୟତୀତ ଦେଶରେ କରୋନା ମୃତ୍ୟୁ ହାର ମାତ୍ର ୩.୩% ରହିଥିବା ଶ୍ରୀ ଅଗ୍ରୱାଲ ଉଲ୍ଲେଖ କରି ୧୨%ରୁ ଅଧିକ ସଂକ୍ରମିତ ସୁସ୍ଥ ହୋଇ ଫେରିଲେଣି ବୋଲି କହିଛନ୍ତି ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories