କଟକ: ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଦଶମ ଶ୍ରେଣୀର ପାଠ୍ୟକ୍ରମ ପରିବର୍ତ୍ତନ କରାଯାଇଛି। ଦଶମ ଶ୍ରେଣୀର ମୋଟ୍ ୧୪ଟି ବହି ମଧ୍ୟରୁ ୮ଟି ବହି ଯଥା ସାହିତ୍ୟ ସିନ୍ଧୁ, ସ୍କିଲ୍ ଅଫ୍ କମ୍ୟୁନିକେଟିଭ୍ ଇଂରାଜୀ, ମାଧ୍ୟମିକ ବୀଜଗଣିତ, ମାଧ୍ୟମିକ ଜ୍ୟାମିତି, ଭୌତିକ ବିଜ୍ଞାନ, ଜୀବ ବିଜ୍ଞାନ, ଇତିହାସ ଓ ରାଜନୀତି ବିଜ୍ଞାନ, ଭୂଗୋଳ ଓ ଅର୍ଥନୀତି ବହିର କିଛି ବିଷୟବସ୍ତୁକୁ ବାଦ୍ ଦିଆଯାଇ ନୂଆ ବିଷୟବସ୍ତୁ ଯୋଗ କରାଯାଇଛି । ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ବୋର୍ଡର ୱେବ୍ସାଇଟ୍ www.bseodisha.nic.inରୁ ଏହି ନୂତନ ପାଠ୍ୟକ୍ରମ ଡାଉନ୍ଲୋଡ୍ କରିପାରିବେ ବୋଲି ବୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି ।
Popular Categories



