www.samajalive.in
Sunday, December 7, 2025
15.1 C
Bhubaneswar

ଏହି ସମସ୍ତ ରାଜ୍ୟରେ ବୃଦ୍ଧି ପାଇଲା ତାଲାବନ୍ଦ

ନୂଆଦିଲ୍ଲୀ : କରୋନା ମହାମାରୀ ନିଜର କାୟା ସାରା ଦେଶରେ ବିସ୍ତାର କରିଛି। ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ନିୟମ ଲାଗୁ ସହ ଦେଶର ଅଧିକାଂଶ ସ୍ଥାନରେ ତାଲବନ୍ଦ ଜାରି ରଖାଯାଉଛି। କେରଳ, ତାମିଲନାଡୁ, ମହାରାଷ୍ଟ୍ର, ଗୋଆର ସ୍ଥିତିକୁ ଦୃଷ୍ଟିରେ ରଖି ତାଲାବନ୍ଦ ସହ ଅନ୍ୟ ନିୟମ ମେ ୩୧ ଠାରୁ ପୁଣି ବୃଦ୍ଧି କରାଯାଇଛି। ଏହା ବ୍ୟତୀତ ଦିଲ୍ଲୀ, ମଧ୍ୟପ୍ରଦେଶ ଓ ହିମାଚଳପ୍ରଦେଶର ସାମାନ୍ୟ କୋହଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ରାଜ୍ୟରେ ତାଲାବନ୍ଦ ବୃଦ୍ଧି ତାହା ସେଠାକାର ସ୍ଥିତି ଉପରେ ଓ ସରକାରଙ୍କ ପକ୍ଷରୁ ଭିନ୍ନ ଭିନ୍ନ ନିୟମାବଳୀ ଲାଗୁ କରାଯିବ।
-କେରଳ – କେରଳ ମୁଖ୍ୟମନ୍ତ୍ରୀ ରାଜ୍ୟରେ ୯ ଜୁନ ଯାଏଁ ତାଲାବନ୍ଦ ବୃଦ୍ଧି ପାଇଁ ଘୋଷଣା କରିଛନ୍ତି।
-ପୁଡୁଚେରୀ – ପୁଡୁଚେରୀରେ ୭ ଜୁନ ଯାଏଁ ତାଲାବନ୍ଦ ବୃଦ୍ଧି କରାଯାଇଛି।
-ତାମିଲନାଡୁ – ତାମିଲନାଡୁରେ ମଧ୍ୟ ୭ ଜୁନ ଯାଏଁ ତାଲାବନ୍ଦ ବୃଦ୍ଧି।
-କର୍ଣ୍ଣାଟକରେ ୭ ଜୁନ ଯାଏଁ ତାଲାବନ୍ଦ।
-ମହାରାଷ୍ଟ୍ର ସରକାର ୧୪ ଏପ୍ରିଲରୁ ଲାଗୁ କରାଯାଇଥିବା ନିୟମ ପ୍ରଥମରୁ ୧୫ ଦିନ ବୃଦ୍ଧି କରିଥିଲେ। ଏହା ଜୁନ ୧ ରେ ଶେଷ ହେବ।
-ଗୋଆରେ ସରକାର ୨୯ ମେରେ କରୋନା କର୍ଫ୍ୟୁ ୭ ଜୁନ ଯାଏଁ ବୃଦ୍ଧି କରିବା ପାଇଁ ଘୋଷଣା କରିଛନ୍ତି।
-ଦିଲ୍ଲୀରେ ସୋମବାରରୁ ତାଲାବନ୍ଦରେ କିଛି କୋହଳ କରାଯିବା ନେଇ ନିଷ୍ପତ୍ତି ହୋଇଛି। ମାତ୍ର ତାଲାବନ୍ଦର କଟକଣା ଜୁନ ୭ ଯାଏଁ ଲାଗୁ ରହିବ। ତାଲାବନ୍ଦ ଏକ ସପ୍ତାହ ବୃଦ୍ଧି କରାଯାଇଥିବା ବେଳେ କର୍ମକ୍ଷେତ୍ରକୁ ଯିବାକୁ କର୍ମଚାରୀଙ୍କୁ ଅନୁମତି ମିଳିବ। ମାତ୍ର ସେମାନଙ୍କ ପାଇଁ କରାଯାଇଥିବା ପାସ ବ୍ୟବସ୍ଥାକୁ ଗ୍ରହଣ କରିବାକୁ ପଡିବ।
-ଏହାସହ ମଧ୍ୟପ୍ରଦେଶରେ ପାଞ୍ଚ ପ୍ରତିଶତ ଠାରୁ ଅଧିକ ଓ ଏହାରୁ କମ ସଂକ୍ରମଣ ଥିବା ଜିଲା ମାନଙ୍କରେ ତାଲାବନ୍ଦ କୋହଳ ପାଇଁ ଭିନ୍ନ ଭିନ୍ନ ନିର୍ଦ୍ଦେଶାବଳୀ ଲାଗୁ କରାଯାଇଛି।
-ହିମାଚଳପ୍ରଦେଶରେ ସରକାର ୭ ଜୁନ ଯାଏଁ କଟକଣା ଲାଗୁ କରିଥିବା ବେଳେ ନାଗାଲ୍ୟାଣ୍ଡରେ ୧୧ ଜୁନ ଯାଏଁ ତାଲାବନ୍ଦ ଲାଗୁ ହେବ।
-ଅରୁଣାଞ୍ଚଳ ପ୍ରଦେଶର ୭ ଜିଲାରେ ଜୁନ ୭ ଯାଏଁ କଟକଣା ବଳବତ୍ତର ରହିବ। ମଣିପୁରରେ ୧୧ ଜୁନ ଯାଏଁ ୭ ଜିଲାରେ କର୍ଫ୍ୟୁ ଲାଗୁ କରାଯାଇଛି।
-ମିଜୋମରାମର କିଛି ଅଞ୍ଚଳରେ ୬ ଜୁନ ଯାଏଁ କଟକଣା ଜାରି ସହ ମେଘାଳୟ ସରକାର କିଛି ସ୍ୱତନ୍ତ୍ର ଜିଲାରେ ଏକ ସପ୍ତାହ ଯାଏଁ ସମ୍ପୂର୍ଣ୍ଣ ତାଲାବନ୍ଦ ଘୋଷଣା କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories