www.samajalive.in
Sunday, December 7, 2025
15.1 C
Bhubaneswar

ବାତ୍ୟାର ରୂପ ନେଲା ଲଘୁଚାପ – ଅମିତ ଶାହଙ୍କ ନେତୃତ୍ୱରେ ବାତ୍ୟା ‘ବିପର୍ଯ୍ୟୟ’କୁ ନେଇ ପରିଚାଳନା ବୈଠକ

ନୂଆଦିଲ୍ଲୀ – ଆରବ ସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ଧାରଣ କରିଛି । ଏହାର ନାମ ବିପର୍ଯ୍ୟୟ ରଖାଯାଇଛି ।ଏବେ ଏହା ପୂର୍ବ ଏବଂ ମଧ୍ୟ ଦକ୍ଷିଣ ପୂର୍ବ ଆରବ ସାଗରରେ କେନ୍ଦ୍ରୀଭୂତ ରହିଛି । ଏହା କିଛି ସମୟ ମଧ୍ୟରେ ଭୀଷଣ ବାତ୍ୟାରେ ପରିଣତ ହେବ । ସମୁଦ୍ର ମଧ୍ୟରେ ୧୩୫ କିଲୋମିଟରରୁ ୧୪୫ କିଲୋମିଟର ମଧ୍ୟରେ ପବନ ବହିବାର ସମ୍ଭାବନା ରହିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହା ବାତ୍ୟା ମୁକାବିଲା ନେଇ ଗୁଜୁରାଟର ମନ୍ତ୍ରୀ ଏବଂ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଏହି ସମୟ ମଧ୍ୟରେ ସମୁଦ୍ରମଧ୍ୟକୁ ମତ୍ସଜୀବୀମାନେ ନଯିବା ପାଇଁ ଚେତାବନୀ ଜାରି କରାଯାଇଛି । ଭାରତର ଦକ୍ଷିଣ ପଶ୍ଚିମ ଦିଗରେ ଥିବା ରାଜ୍ୟମାନଙ୍କରେ ଆସନ୍ତା ୫ ଦିନ ପାଇଁ ପାଗ କୋହଲା ରହିବା ସହ ଜୋରରେ ପବନ ବହିବାର ସମ୍ଭାବନା ରହିଛି । ଗୁଜୁରାଟର କଚ୍ଛ ଜଖଉ ବନ୍ଦର ଅଞ୍ଚଳରେ ବାତ୍ୟା ବିପର୍ଯ୍ୟୟ ସ୍ଥଳଭାଗ ସ୍ପର୍ଶ କରିପାରେ । ଏଥିପାଇଁ କଚ୍ଛର ସମୁଦ୍ରକୂଳିଆ ଅଞ୍ଚଳରୁ ୩୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

- Advertisement -

ଗୁଜୁରାଟରେ ଏନ୍‌ଡିଆର୍‌ଏଫ୍‌ ଏବଂ ଏସ୍‌ଡିଆର୍‌ଏଫ୍‌ର ଯବାନମାନଙ୍କୁ ମୁତୟନ କରାଯାଇଛି । ଏହି ବାତ୍ୟା ଯୋଗୁଁ ମୌସୁମୀ ବାୟୁ ପ୍ରଭାବିତ ହେବନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories