www.samajalive.in
Monday, December 8, 2025
20.1 C
Bhubaneswar

ରାଜପଥରେ ରାହାଜାନୀ : ଲୁଟିନେଲେ ଦେଢ଼ଲକ୍ଷ

କୋରାପୁଟ : କୋରାପୁଟ ଲାଣ୍ଡିଗୁଡା ନୂଆ କଲୋନୀ ରାସ୍ତାରେ ଗୁରୁବାର ଅପରାହ୍ଣ ୪ଟାରେ ଏକ ଡକାୟତି ହୋଇଛି। କଳା ପଲସର ଗାଡିରେ ୨ ଜଣ ଦୁର୍ବୃତ ଆସି ଜଣେ ଶିକ୍ଷକ ଓ ତାଙ୍କ ପତ୍ନୀଙ୍କଠାରୁ ୧ ଲକ୍ଷ ୪୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଏମାନଙ୍କ ଆକ୍ରମଣରେ ଶିକ୍ଷକଙ୍କ ପତ୍ନୀ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହୋଇଛନ୍ତି। ଅପରାହ୍ଣ ୧ଟା ୩୦ରେ ସେମିଳିଗୁଡା ବ୍ଲକ ରେଙ୍ଗା ସେବାଶ୍ରମ ପ୍ରଧାନଶିକ୍ଷକ ଲକ୍ଷ୍ମଣ ପାଟଶାଣୀ ଓ ତାଙ୍କ ସ୍ତ୍ରୀ ସସ୍ମିତା କୋରାପୁଟ ଷ୍ଟେଟ ବ୍ୟାଙ୍କରୁ ଉକ୍ତ ପରିମାଣର ସ୍କୁଲ ଟଙ୍କା ଉଠାଇ ଥିଲେ। ଟଙ୍କାକୁ ଏକ ବ୍ୟାଗରେ ଧରି ଏକ ହିରୋହୋଣ୍ଡା ସ୍ପେ୍ଲଣ୍ଡର ଗାଡିରେ ଦୁହେଁ ସୁନାବେଡା ଅଭିମୁଖେ ଯାଉଥିଲେ। ଲାଣ୍ଡିଗୁଡା କଲେଜ ପରେ ନୂଆ କଲୋନୀ ଉଠାଣି ରାସ୍ତାରେ ଏହି ଡକାୟତି ହୋଇଥିଲା। ଉକ୍ତ ଦୁଇ ଦୁର୍ବୃତ୍ତ କଳା ପଲସର ଗାଡିରେ ଆସି ପ୍ରଥମେ ଗାଡି ଚାଲୁଥିବା ବେଳେ ଟଙ୍କା ବ୍ୟାଗକୁ ଝାମ୍ପି ନେଇଥିଲେ। ଶିକ୍ଷକଙ୍କ ପତ୍ନୀ ଏଥିରେ ଗାଡିରୁ ଖସି ପଡିଥିଲେ। ଟଙ୍କା ବ୍ୟାଗ ତାଙ୍କ ହାତରେ ରହିଥିବାରୁ ରାସ୍ତାରେ ଦୁର୍ବୃତ ଦ୍ୱୟ ତାଙ୍କୁ ଟାଣି ଟାଣି କିଛି ଦୂର ନେଇଯାଇଥିଲେ।
ଏଥିରେ ସେ ଗୁରୁତର ହୋଇଥିଲେ। ଡାକୟତଙ୍କ ହାତରେ କିଛି ମାରଣାସ୍ତ୍ର ଥିବା ଏହି ଦମ୍ପତି କହିଛନ୍ତି। ପରେ ସେହି ବାଟ ଦେଇ ଆସୁଥିବା ଜଣେ ସରକାରୀ କର୍ମଚାରୀ ତାଙ୍କୁ ଉଦ୍ଧାର କରି ମେଡିକାଲ ଆଣିଥିଲେ। ଘଟଣା ପରେ ଶିକ୍ଷକ ଓ ତାଙ୍କ ପତ୍ନୀ କୋରାପୁଟ ଟାଉନ ଥାନାକୁ ଆସି ଲିଖିତ ଭାବେ ଅଭିଯୋଗ କରିଥିଲେ। ଆଶ୍ରମ ସ୍କୁଲ ସର୍କଲ ଇନ୍ସପେକ୍ଟର ତ୍ରିଲୋଚନା ସାହୁ ଖବର ପାଇ ଥାନାକୁ ଆସି ପରିସ୍ଥିିତି ଅନୁଧ୍ୟାନ କରିଥିଲେ। ପୁଲିସ ଅଭିଯୋଗ ପାଇବା ପରେ ଡକାୟତି ଅଞ୍ଚଳରେ ପହଞ୍ଚି ପାଟ୍ରୋଲିଂ ଜୋର କରିଛି। ରିପୋର୍ଟ ଲେଖା ପର୍ଯ୍ୟନ୍ତ ଦୁର୍ବୃତଙ୍କ କୌଣସି ସନ୍ଧାନ ମିଳି ନଥିବା ପୁଲିସ କହିଛି। ଉକ୍ତ ଟଙ୍କା ବ୍ୟାଗରେ ୧୪ଟି ଶହେ ଟଙ୍କିଆ ବଣ୍ଡଲ, ୫୦ ଟଙ୍କିଆ ଗୋଟିଏ ବଣ୍ଡଲ ରହିଥିବା ଶିକ୍ଷକ ଜଣକ କହିଛନ୍ତି। ଏହି ଘଟଣାକୁ ନେଇ ପୁଲିସ ଛାନଭିନ ଆରମ୍ଭ କରିଛି ବୋଲି ଟାଉନ ଥାନା ଅଧିକାରୀ କ୍ଷୀରେଶ୍ୱର ସାହୁ କହିଛନ୍ତି। କଳା ପଲସରରେ ଡକାୟତି ଭୟ କୋରାପୁଟ ଜିଲାରେ ଅନେକ ଦିନରୁ ଲାଗି ରହିଥିବା ବେଳେ ଆଜିର ଘଟଣା ଲୋକଙ୍କୁ ଅଧିକ ଭୟଭୀତ କରିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories