ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଶନିବାର ରାତିରେ ସିରିଜ ଚୋରି ଘଟଣା ସାମ୍ନାକୁ ଆସିଛି। ଇଞ୍ଜିନିୟରିଂ ସ୍କୁଲ ଛକଠାରେ ଥିବା ଏକ ଔଷଧ ଦୋକାନ ଓ ଏକ ଭେରାଇଟି ଷ୍ଟୋରରୁ ନଗଦ ଟଙ୍କା ଓ ସାମଗ୍ରୀ ଚୋରି ହୋଇଥିବା ବେଳେ ବୈକୁଣ୍ଠନଗର ବସ୍ତିରେ ଥିବା ଏକ ଘରୁ ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ଅଭିଯୋଗ ହୋଇଛି। ଚୋରମାନେ ଦୋକାନ ସମ୍ମୁଖ ତାଲା ଭାଙ୍ଗି ଭିତରକୁ ପଶି ଟଙ୍କା ଓ ସାମଗ୍ରୀ ନେଇଯାଇଛନ୍ତି। ସେହିପରି ଇଞ୍ଜିନିୟରିଂ ସ୍କୁଲ ଛକଠାରେ ଥିବା ଅନ୍ୟ ଏକ ଔଷଧ ଦୋକାନ ଓ ଗୋଟିଏ ଠିପିଖୋଲା ମଦ ଦୋକାନରୁ ଚୋରି ଉଦ୍ୟମ ହୋଇଛି। ଖବରପାଇ ବୈଦ୍ୟନାଥପୁର ଥାନା ପୁଲିସ, ସନ୍ଧାନୀ କୁକୁର ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗତ ୧୫ ଦିନ ତଳେ ଏହି ଛକର ଏକ ଦୋକାନରୁ ଚୋରି ହୋଇଥିବା ବେଳେ ପୁଣି ଏହି ସିରିଜ ଚୋରି ଦୋକାନୀଙ୍କ ନିଦ ହଜାଇ ଦେଇଛି। ସେହି ଅଞ୍ଚଳରେ ପାଟ୍ରୋଲିଂ କଡାକଡି କରିବାକୁ ବ୍ୟବସାୟୀମାନେ ଦାବି କରିଛନ୍ତି।
Popular Categories



