www.samajalive.in
Tuesday, December 9, 2025
16.1 C
Bhubaneswar

ଚେଇଁ ରହିବାରେ ରେକର୍ଡ

ଲଣ୍ଡନ: କିଛି କାମକଲେ ହାଲିଆ ଲାଗେ ଏବଂ ସମସ୍ତେ ଚାହାନ୍ତି ଟିକେ ଶୋଇଯିବାକୁ। କାରଣର ଶରୀରର ସ୍ନାୟୁଗୁଡିକ ଥକ୍କା ଅନୁଭବ କଲେ ନିଦ ଆସିଥାଏ। ଅନେକ ଏଭଳି ଅଛନ୍ତି, ଯେଉଁମାନେ ଶୋଇବାକୁ ଭଲ ପାଆନ୍ତି। ଘଣ୍ଟା ଘଣ୍ଟା ସେମାନେ ଶୋଇ ରହନ୍ତି। କିନ୍ତୁ ଏଭଳି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ଦୀର୍ଘ ସମୟ ଚେଇଁ ରହିବାରେ ରେକର୍ଡ କରିଛନ୍ତି। ର୍ୟାଣ୍ଡି ଗାର୍ଡନର ନାମକ ଜଣେ ବ୍ୟକ୍ତି ୧୯୬୩ ଡିସେମ୍ବରରୁ ୧୯୬୪ ଜାନୁଆରୀ ମଧ୍ୟରେ ଦୀର୍ଘ ସମୟ ଚେଇଁ ରହିବାରେ ରେକର୍ଡ କରିଥିଲେ। ସେ ଲଗାତର ୧୧ ଦିନ ୨୫ ମିନିଟ ଶୋଇନଥିଲେ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆମକୁ ଦିନକୁ ଅତି କମରେ ଛଅରୁ ଆଠଘଣ୍ଟା ଶୋଇବାକୁ ପରାମର୍ଶ ଦେଉଛନ୍ତି। ଅନେକ ଲୋକ ବିଭିନ୍ନ କାରଣ ପାଇଁ ଏତିକି ସମୟ ଶୋଇପାରୁନାହାନ୍ତି। କିନ୍ତୁ ଜଣେ ଏତେ ସମୟ ନିରବଚ୍ଛିନ୍ନ ଭାବରେ ନଶୋଇ ରହିବା ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଲାଗୁଛି।
୧୯୬୩ରେ ଗାର୍ଡନର ଏବଂ ତାଙ୍କର ସାଙ୍ଗ ବ୍ରୁସ ମ୍ୟାକ୍‍ ଆଲିଷ୍ଟର ସ୍କୁଲରେ ପାଠ ପଢିବା ସମୟରେ ଏକ ବିଜ୍ଞାନମେଳା ଆୟୋଜନ କରିବାକୁ ଚିନ୍ତାକଲେ। ଏହି ଅବସରରେ ସେମାନେ କେତେ ଅଧିକ ସମୟ ଚେଇଁ ରହିପାରିବେ ଏବଂ ଶରୀର ଉପରେ ତାହାର କଣ ପ୍ରଭାବ ପଡୁଛି ତାହା ଜାଣିବାକୁ ସ୍ଥିରକଲେ। ଗାର୍ଡନରଙ୍କୁ ସେତେବେଳେ ୧୭ ବର୍ଷ ହୋଇଥିଲା। ଦୁଇ ବନ୍ଧୁଙ୍କ ମଧ୍ୟରେ ଏଥିପାଇଁ ଲାଗିଥିବା ବାଜିରେ ଗାର୍ଡନର ହାରିଗଲେ ଏବଂ ତାଙ୍କୁ ଚେଇଁ ରହିବାକୁ ପଡିଲା। ମ୍ୟାକ ଆଲିଷ୍ଟର କହିଛନ୍ତି, ସେତେବେଳେ ସେମାନେ ନିର୍ବୋଧ ଥିଲେ। ଗାର୍ଡନର ଶୋଇପଡୁଛନ୍ତି କି ଚେଇଁ ରହୁଛନ୍ତି ତାଙ୍କୁ ଜଗିବାକୁ ସେ ମଧ୍ୟ ଚେଇଁ ରହିଲେ। ତିନି ରାତି ଅନିଦ୍ରା ରହିବା ପରେ ଥରେ ଆଲିଷ୍ଟର ଯାଇ କାନ୍ଥରେ ପିଟି ହୋଇଗଲେ। ଶେଷରେ ସେ ଶୋଇ ପଡିଲେ। ଗାର୍ଡନରଙ୍କୁ ଜଗିବାକୁ ଆଉ ଜଣେ ବ୍ୟକ୍ତି ଜୋ ମାରିକାନୋଙ୍କୁ ଅଣାଗଲା। ତାହାସହିତ ଷ୍ଟାନଫୋର୍ଡର ଶୟନ ଗବେଷକ ଡା.ୱଲିୟମ ଡର୍ମେଣ୍ଟ ଏବଂ ଆମେରିକା ନୋ÷ବାହିନୀର ଚିକିକିତ୍ସ ଲେଫଟନାଣ୍ଟ କମାଣ୍ଡର ଜନ୍‍ ଜେ ରୋସ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ତିନିଦିନ ପରେ ଗାର୍ଡନର ବାଉଳି ଚାଉଳି ହେଲେ ଏବଂ ଭାବପ୍ରବଣ ହୋଇଉଠିଲେ। ଚତୁର୍ଥ ଦିନ ବେଳକୁ ସେ କଳ୍ପନା ଦୁନିଆଁରେ ଭାସି ବୁଲିବା ଭଳି ମନେକଲେ। ନିଜକୁ ଯେମିତି ନିଦ ନଆସିବ ସେଥିପାଇଁ ସାଙ୍ଗମାନଙ୍କ ସହିତ ମିଶି ସେ ବାସ୍କେଟବଲ ଏବଂ ପିନ୍‍ ବଲ ଖେଳୁଥିଲେ। ଗାର୍ଡନରଙ୍କ କହିବା ଅନୁଯାୟୀ ଦିନ ସମୟରେ ଚେଇଁବା ସହଜ ଥିଲା, କିନ୍ତୁ ରାତି ତାଙ୍କ ପାଇଁ ଆହ୍ୱାନମୂଳକ ଥିଲା। ସେ ଚେଇଁ ରହିବା ଚାଲେଞ୍ଜ ୧୯୬୪ ଜାନୁଆରୀ ୮ରେ ଶେଷ ହେଲା ଏବଂ ସେତେବେଳକୁ ସେ ୨୬୪.୪ ଘଣ୍ଟା ଚେଇଁ ସାରିଥିଲେ। ପରୀକ୍ଷା ଶେଷହେବା ପରେ ଗାର୍ଡନର ୧୪ ଘଣ୍ଟା ୪୦ ମିନିଟ ପର୍ଯ୍ୟନ୍ତ ଶୋଇ ରହିଥିଲେ। ଅବଶ୍ୟ ତାହା ପରବର୍ତ୍ତୀ ସମୟରେ ସେ ଦୀର୍ଘବର୍ଷ ନିଦ୍ରାହୀନତାର ଶିକାର ହୋଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ରେକର୍ଡ ଭାଙ୍ଗିବାକୁ ଅନେକ ଲୋକ ଉଦ୍ୟମ କରିଥିଲେ. କିନ୍ତୁ ଶରୀର ପ୍ରତି ଗୁରୁତର କ୍ଷତି ପହଞ୍ଚାଉଥିବା ଏଭଳି ଏକ କାର୍ଯ୍ୟ ପାଇଁ ଉତ୍ସାହିତ କରିନଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories