www.samajalive.in
Tuesday, December 9, 2025
16.1 C
Bhubaneswar

ଲକ୍ଡ଼ାଉନ ପ୍ରେମ: ଖାଦ୍ୟ ବାଣ୍ଟୁବାଣ୍ଟୁ ଭିକାରୁଣୀକୁ ବୋହୂ କରିନେଲା କାନପୁର ଯୁବକ

କାନପୁର: ଘଟଣାଟି କାନପୁରର । ଆଉ ଏହି ଘଟଣା ଯିଏ ଶୁଣୁଛି ସିଏ ବିଶ୍ବାସ କରି ପାରୁନାହିଁ । ଲକ୍ଡ଼ାଉନ ବେଳେ ଅନାଥ ଓ ଗରିବଙ୍କୁ ଖାଦ୍ୟ ବାଣ୍ଟୁବାଣ୍ଟୁ ଜଣେ ଅନାଥିନୀର ପ୍ରେମରେ ପଡ଼ିବା ଓ ତାକୁ ବିବାହ କରିବା ପରି ବିରଳ ଘଟଣା ଏଠାରେ ଘଟିଛି । ଏହି ବିବାହରେ ବହୁ ଲୋକ ଯୋଗ ଦେଇଥିଲେ ଓ ଉଭୟଙ୍କୁ ଭରପୂର ଆଶୀର୍ବାଦ ମଧ୍ୟ ଦେଇଥିଲେ ।

ନୀଲମ ବୋଲି ଗୋଟିଏ ଅନାଥ ଝିଅ ରାସ୍ତାରେ ଭିକମାଗି ଚଳନ୍ତି । ତାଙ୍କର ବାପା ନାହାନ୍ତି, ମା ବେମାର ଓ ଭାଇ-ଭାଉଜ ଘରୁ ବାହାର କରି ଦେଇଛନ୍ତି । ଲକ୍ଡ଼ାଉନ ସମୟରେ ସେ ଖାଇବାକୁ ନ ପାଇ ଭାରି ଦୁଃଖରେ ଥିଲେ ।  ଖାଦ୍ୟ ସଂଗ୍ରହ ପାଇଁ ରାସ୍ତାରେ ଭିକାରୀମାନଙ୍କ ସହିତ ଧାଡ଼ିରେ ବସୁଥିଲେ । ଏତିକି ବେଳେ ତାଙ୍କ ଜୀବନରେ ଆବିର୍ଭବ ହେଲେ ଜଣେ ଯୁବକ । ସେ ହେଲେ ଅନୀଲ ।

- Advertisement -

ଅନିଲ ଜଣେ ଡ୍ରାଇଭର  । ତାଙ୍କର ବାପା-ମା ଅଛନ୍ତି, ନିଜର ଘର ଅଛି । ସେ ଜଣେ ଜମି ବ୍ରୋକରଙ୍କ ପାଖରେ କାମ କରନ୍ତି । ଲକ୍ଡ଼ାଉନ ସମୟରେ ସେ ଲୋକମାନଙ୍କୁ ନେଇ ଖାଦ୍ୟ ବାଣ୍ଟିବା ସମୟରେ ନୀଲମ ସହ ପରିଚୟ ହୋଇଥିଲା ।  ଯେତେବେଳେ ନୀଲମର ଦୁଃଖ ବିଷୟରେ ଜାଣିବାକୁ ପାଇଲା ଅନିଲ, ସେତେବେଳେ ସେ ତାକୁ ଭଲ ପାଇ ବସିଲା ।  ଆଉ ସେଇଠୁ ଆରମ୍ଭ ହୋଇଥିଲା ପ୍ରେମ ।  ଯେତେବେଳେ ଅନିଲ ଦିନ ସମୟରେ ଖାଦ୍ୟ ବଣ୍ଟନ କରି ଫେରୁଥିଲା, ସେତେବେଳେ ନୀଲମଙ୍କ ବିଷୟରେ ତାର ଗାଡ଼ି ମାଲିକଙ୍କୁ ଜଣାଇଥିଲା ।  ସେ ଅନୀଲ ମନକଥା ବୁଝିପାରିଥିଲେ ଓ ତାର ପରିବାର ସହ କଥାବାର୍ତା କରି ସେମାନଙ୍କୁ ବିବାହ ପାଇଁ ରାଜି କରାଇଥିଲେ । ତା’ପରେ ଭିକାରୀଙ୍କ ଧାଡ଼ିରୁ ବାହାରି ନୀଲମକୁ ଜନ୍ମଜନ୍ମ ପାଇଁ ସାଥୀ କରି ନେଇଥିଲା ।  ଏହି ବିବାହରେ ଅନେକ ଲୋକ ଉପସ୍ଥିତ ଥିଲେ ଏବଂ ସାମାଜିକ ଦୂରତା ପାଇଁ ସମ୍ପୂର୍ଣ୍ଣ ଦୃଷ୍ଟି ଦିଆଯାଇଥିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories