www.samajalive.in
Monday, December 8, 2025
20.1 C
Bhubaneswar

ଅନୁଗାମୀଙ୍କୁ ହତ୍ୟା ମାମଲା : ରାମରହିମଙ୍କୁ ଆଜୀବନ କାରାଦଣ୍ଡ

ଚଣ୍ଡିଗଡ଼ : ଡେରା ସଚ୍ଚା ସୌଦା ମୁଖ୍ୟ ତଥାକଥିତ ଆଧ୍ୟାତ୍ମିକ ଗୁରୁ ଗୁରମିତ ରାମରହିମ ସିଂହ ଓ ତାଙ୍କର ୪ ସମର୍ଥକଙ୍କୁ ହରିୟାଣାର ପଞ୍ଚକୁଳାସ୍ଥିତ ସିବିଆଇ ଅଦାଲତ ୨୦୦୨ ଜୁଲାଇ ୨ରେ ସଂଘଠିତ ରଞ୍ଜିତ ସିଂହ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଗତ ୮ରେ ଏହି ମାମଲାର ରାୟ ପ୍ରକାଶ ପାଇଥିଲା ଏବଂ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସୋମବାର ଏହାର ଦଣ୍ଡାଦେଶ ହୋଇଛି। ଅନ୍ୟ ୪ଜଣ ହେଉଛନ୍ତି କିଷନ ଲାଲ, ଯଶବୀର ସିଂହ, ଅବତାର ସିଂହ ଓ ସବଦିଲ। ଏଥିସହିତ ରାମରହିମଙ୍କୁ ୩୧ଲକ୍ଷ ଟଙ୍କା ଜୋରିମାନା ହୋଇଛି। ଅନ୍ୟମାନଙ୍କ ମଧ୍ୟରୁ କିଷନ ଲାଲ ଓ ଯଶବୀରଙ୍କୁ ୧ଲକ୍ଷ ୨୫ ହଜାର ଟଙ୍କା ଲେଖାଏଁ ଏବଂ ଅବଦିଲଙ୍କୁ ଦେଢ଼ ଲକ୍ଷ ଓ ଅବତାରଙ୍କୁ ୭୫ହଜାର ଟଙ୍କା ଜୋରିମାନା ନିର୍ଦେଶ ହୋଇଛି। ଏହି ଅର୍ଥରୁ ୫୦ ପ୍ରତିଶତ ମୃତ ରଞ୍ଜିତଙ୍କ ପରିବାରକୁ ପ୍ରଦାନ କରାଯିବ ବୋଲି ଅଦାଲତ କହିଛନ୍ତି। ଏହି ମାମଲାର ଷଷ୍ଠ ଅଭିଯୁକ୍ତଙ୍କର ପୂର୍ବରୁ ମୃତ୍ୟୁ ଘଟିଛି। ହରିୟାଣାର ଶୀର୍ଷାସ୍ଥିତ ଡେରା ଆଶ୍ରମ ପରିସରରେ ଜଣେ ମହିଳାଙ୍କୁ ଧର୍ଷଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦୧୭ରୁ ୨୦ବର୍ଷ କାରାଦଣ୍ଡ ଭୋଗୁଥିବା ରାମରହିମ ନିଜର ଅନୁଗାମୀ ତଥ୍ରା ମ୍ୟାନେଜର ରଞ୍ଜିତ ସିଂହଙ୍କୁ ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା। ରଞ୍ଜିତ ତାଙ୍କର କଳା କାରନାମା ପ୍ରଘଟ କରାଇବାରୁ ଗୁରମିତ ତାଙ୍କୁ ହତ୍ୟା କରିଥିଲେ ବୋଲି କୁହାଯାଇଥିଲା। ୨୦୦୩ରେ ପଞ୍ଜାବ ଓ ହରିୟାଣା ଉଚ୍ଚ ନ୍ୟାୟାଳୟ ମାମଲାର ସିବିଆଇ ତଦନ୍ତ ନିର୍ଦେଶ ଦେଇଥିଲେ। ୨୦୦୭ରେ ମାମଲାର ଅଭିଯୋଗ ଫର୍ଦ ଦାଖଲ ହୋଇଥିଲା।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories