www.samajalive.in
Monday, December 8, 2025
14.1 C
Bhubaneswar

କଟକରେ ନୋମିକୁ ଆଶ୍ରୟ ଦେଇଥିଲା ହବିବ୍‍

ଭୁବନେଶ୍ୱର : ପାକିସ୍ଥାନ ସମର୍ଥିିତ ଲସ୍କର-ଇ-ତୋଇବା(ଏଲ୍‍ଇଟି) ଆତଙ୍କବାଦୀ ସଂଗଠନ ପାଇଁ କାମ କରୁଥିବା କେନ୍ଦ୍ରାପଡା ତେଣ୍ଡାକୁଡା ପଞ୍ଚାୟତର ମୀରମହଲାର ହବିବୁର ରେହମାନ ଓରଫ୍‍ ହବିବ୍‍କୁ ଜାତୀୟ ତଦନ୍ତ ସଂସ୍ଥା(ଏନ୍‍ଆଇଏ) ଦ୍ୱାରା ଗିରଫ ହେବା ପରେ ଏବେ ଅନେକ ଘଟଣା ପଦାକୁ ଆସିବାରେ ଲାଗିଛି। ଆତଙ୍କବାଦୀ ଅବଦୁଲ୍‍ ନଇମ୍‍ ଓରଫ୍‍ ନୋମିକୁ ଓଡିଶାରେ ଆଶ୍ରୟ ଦେବା ଲାଗି ହବିବ୍‍ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଥିଲା। ଏପରିକି କଟକ ସହରରେ ସେ ନୋମିକୁ ରଖିଥିଲା। କଟକରେ ପୁଲିସ ମୁଖ୍ୟାଳୟ ହୋଇଥିଲେ ବି ଦୀର୍ଘଦିନ କଟକରେ ଏଲ୍‍ଇଟିର ଦୁର୍ଦାନ୍ତ ଆତଙ୍କବାଦୀ ନୋମି ସେଠାରେ ଆତ୍ମଗୋପନ କରିଥିଲା। ହେଲେ ପୁଲିସ କିଭଳି ଜାଣିପାରିଲା ନାହିଁ। ଏଭଳି ସମ୍ବେଦନଶୀଳ ଘଟଣା ପଦାକୁ ଆସିବା ସତ୍ତ୍ବେ ଓଡ଼ିଶା ପୁଲିସର ତତ୍ପରତା ନାହିଁ। ଓଡ଼ିଶା ପୁଲିସ ଏଦିଗରେ ଚିନ୍ତିତ ଥିବା ଭଳି ମନେ ହେଉନାହିଁ। ୩ ଦିନ ପରେ ଓଡ଼ିଶା ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କୁ ନୂଆଦିଲ୍ଲୀ ପଠାଇବାକୁ ଯୋଜନା କରାଯାଇଥିବା ଜଣାପଡିଛି। କ୍ରାଇମ୍‍ବ୍ରାଞ୍ଚ ଏସ୍‍ଟିଏଫ୍‍ର ଡିଆଇଜି ହିମାଂଶୁ ଲାଲ୍‍ଙ୍କୁ ଖୁବ୍‍ଶୀଘ୍ର ନୂଆଦିଲ୍ଲୀ ପଠାଯିବ ବୋଲି ଅତିରିକ୍ତ ମହାନିର୍ଦେଶକ(କ୍ରାଇମ୍‍ବ୍ରାଞ୍ଚ) ସନ୍ତୋଷ ଉପାଧ୍ୟାୟ ବୁଧବାର ସୂଚନା ଦେଇଛନ୍ତି।
ଏଠାରେ ଗଣମାଧ୍ୟମକୁ ସୂଚନା ଦେଇ ଏଡିଜି ଶ୍ରୀ ଉପାଧ୍ୟାୟ କହିଛନ୍ତି, ୧୯୮୭ରେ ଓଡ଼ିଶା ଛାଡିଥିବା ହବିବ୍‍ ମାତ୍ର ଥରେ ୨୦୦୬ରେ ଓଡ଼ିଶାକୁ ତା’ର ସାନ ଭାଇ ବାହାଘରକୁ ଯୋଗଦେବାକୁ ଆସିଥିଲା। କେନ୍ଦ୍ରାପଡା ପୁଲିସ ହବିବ୍‍ର ବାପା ଅୟନଉଦ୍ଦିନ ହଜ୍‍ଙ୍କୁ ପଚରାଉଚରା କରିବା ପରେ କେବଳ ଏତକ ସୂଚନା ହାସଲ କରିଛି। ଏନ୍‍ଆଇଏ ସୂଚନା ଅନୁସାରେ ୨୦୦୭ରେ ଗିରଫ ହୋଇଥିବା ନୋମି ୨୦୧୪ରେ ମହାରାଷ୍ଟ୍ରରୁ କଲକାତା କୋର୍ଟରେ ହାଜର କରାଯିବା ପାଇଁ ନିଆଯାଉଥିବା ବେଳେ ବାଟରୁ ଖସି ପଳାଇଥିଲା। ଏହି ଘଟଣା ପରେ ୨୦୧୪ ପରେ ନୋମିକୁ ଓଡ଼ିଶାରେ ଲୁଚାଇ ରଖିବା ଲାଗି ହବିବ୍‍ ସହଯୋଗ କରିଥିଲା। ୨୦୧୪ ପରେ ନୋମି କଟକ ଓ ଭୁବନେଶ୍ୱରରେ ଦୁଇଟି ସହରରେ ଏକାଧିକ ହୋଟେଲ୍‍ରେ ଆତ୍ମଗୋପନ କରିଥିଲା। ନୋମି ଏକାକୀ କଟକରେ ରହୁଥିଲା କି ତା’ସହିତ ଆଉ କିଏ ରହୁଥିଲା ସେନେଇ ଏବେ ଏନ୍‍ଆଇଏ ଖୋଳତାଡ କରୁଛି। ହବିବ୍‍ ଯଦିଓ ସେତେବେଳେ ସାଉଦିର ରିଆଦ୍‍ରେ ରହୁଥିଲା ତେଣୁ କାହା ମାଧ୍ୟମରେ ନୋମିକୁ କଟକ
ସହରରେ ରଖିବାକୁ ବନ୍ଦୋବସ୍ତ କରିଥିଲା। ନୋମି ପାଇଁ ଓଡ଼ିଶାରେ ରହିବାକୁ ମୋବାଇଲ୍‍ ଫୋନ୍‍, ସିମ୍‍କାର୍ଡ ଓ ଯାତାୟାତ ଲାଗି ଯାନବାହନ ବନ୍ଦୋବସ୍ତ କରିଦେଇଥିଲା। ଏନ୍‍ଆଇଏ ହେପାଜତରେ ଥିବା ବେଳେ ନୋମି ଜେରାରେ ଆଉ ୯ ଜଣ ଆତଙ୍କବାଦୀଙ୍କ ନାମ କହିଥିଲା। ସେମାନଙ୍କ ମଧ୍ୟରେ ହବିବ୍‍ ନାମ ଥିଲା। ହବିବ୍‍ ବିରୋଧରେ ଏନ୍‍ଆଇଏ ଅଭିଯୋଗ ଫର୍ଦ ଦାଖଲ କରିଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏନ୍‍ଆଇଏର ଏକ ଟିମ୍‍ କେନ୍ଦ୍ରାପଡା ପୁଲିସ ସହଯୋଗରେ ହବିବ୍‍ର ଘରକୁ ଯାଇ ତା’ର ଭାଇ ଜିଆଉର୍‍କୁ ପଚରାଉଚରା କରିଥିଲା। ତଥାପି ଓଡ଼ିଶା ପୁଲିସ ଏନେଇ ତତ୍ପରତା ଦେଖାଇ ନ ଥିଲା। ୨୦୧୫ ଡିସେମ୍ବର ୧୫ରେ ଦିଲ୍ଲୀ ସ୍ପେଶାଲ୍‍ ବ୍ରାଞ୍ଚ ବିଶେଷ ସୂତ୍ରରୁ ଖବର ପାଇ କମିସନରେଟ୍‍ ପୁଲିସ ସହଯୋଗରେ କଟକ ଜଗତପୁର ପଶ୍ଚିମକଚ୍ଛ ଗ୍ରାମରେ ଚଢ଼ଉ କରି ଅବଦୁର ରେହମାନକୁ ଗିରଫ କରିଥିଲା। ଏକୁଆଇଏସ୍‍ର ସଦସ୍ୟ ଥିବା ଅଭିଯୋଗରେ ତାକୁ ଗିରଫ କରାଯାଇଥିଲା। ଓଡ଼ିଶା ପୁଲିସର ଗୁଇନ୍ଦା କେତେ ଦୁର୍ବଳ ଏଥିରୁ ସ୍ପଷ୍ଟ ହୋଇଯାଇଛି। ରାଉରକେଲାରେ ଦୀର୍ଘଦିନ ଧରି ସିମି ଆତଙ୍କବାଦୀମାନେ ଳୁଚି ରହିଥିଲେ। ଏକାଧିକ ବ୍ୟାଙ୍କ ଡକାୟତି ଓ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଏହି ଆତଙ୍କବାଦୀଙ୍କୁ ଛତିଶଗଡ଼ ପୁଲିସର ଗୁଇନ୍ଦା ସୂଚନାକୁ ଭିତ୍ତିକରି ଚଢ଼ଉ କରି ଗିରଫ କରାଯାଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories