www.samajalive.in
Tuesday, December 9, 2025
16.1 C
Bhubaneswar

ଏଲିଡି ଲାଇଟରେ ଅଲୋକିତ ହେଲା ପ୍ରସିଦ୍ଧ କୁତବମିନାର

ନୂଆଦିଲ୍ଲୀ: ଦ୍ୱାଦଶ ଶତାବ୍ଦିରେ ନିର୍ମୀତ ଭାରତର  ପ୍ରସିଦ୍ଧ ଐତିହାସିକ ସ୍ଥଳ କୁତବମିନାର ସୁନ୍ଦର ଏଲିଡି ଆଲୋକମାଳାରେ ଝଲସି ଉଠିଛି। ଶନିବାର କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ କୁତବମିନାରର ଆଲୋକୀକରଣ ବ୍ୟବସ୍ଥାର ଉଦଘାଟନ କରିଛନ୍ତି। ଏଲିଡି ଆଲୋକମାଳାରେ ଝଲସୁଥିବା ଏହି ପ୍ରସିଦ୍ଧ ଐତିହାସିକ ସ୍ଥଳ ଏଣିକି ସୂର୍ଯ୍ୟାସ୍ତ ପରେ ମଧ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ। କୁତବମିନାରକୁ ଆଲୋକିକରଣ କରିବାପାଇଁ ଆଧୁନିକ ବୈଷୟିକଜ୍ଞାନ କୈଶଳରେ ବିକଶିତ ୩୫୮ ଏଲିଡି ଲାଇଟ ବ୍ୟବହାର କରାଯାଇଛି। ଏହି ଏଲିଡି ଲାଇଟ ସାଧାରଣ ଏଲିଡି ଲାଇଟ ଠାରୁ ୬୨ ଶତକଡା କମ୍‍ ବିଦ୍ୟୁତଶକ୍ତିରେ ଉଜ୍ଜଳ ଆଲୋକ ପ୍ରଦାନ କରିବ। ଏହି ଏଲିଡି ଲାଇଟ ସଂନ୍ଧ୍ୟା ୭ ଟାରୁ ରାତି ୧୧ ଟା ଯାଏଁ କୁତବମିନାରକୁ ଆଲୋକିତ କରିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories