www.samajalive.in
Tuesday, December 9, 2025
17.1 C
Bhubaneswar

ଲାଞ୍ଜିଗଡ଼ ବିଡିଓଙ୍କୁ କରୋନା

ଲାଞ୍ଜିଗଡ଼: ମହାମାରୀର ଏହି କଠିନ ପରିସ୍ଥିତିରେ ଲୋକଙ୍କୁ ଅତ୍ୟାବଶ୍ୟକୀୟ ସେବା ଯୋଗାଇବା, ପ୍ରବାସୀମାନଙ୍କ ଥଇଥାନ, ବ୍ଲକ ଅଞ୍ଚଳର ଉନ୍ନତିରେ ପ୍ରତ୍ୟକ୍ଷ ସାମିଲ ରହି କାମ କରିବା ସମୟରେ ହଠାତ୍‍ କରୋନା ଆକ୍ରାନ୍ତ ହୋଇ ପଡିଛନ୍ତି ଲାଞ୍ଜିଗଡ ବିଡିଓ। ଦିନରାତି ଲୋକଙ୍କ ସେବାରେ ମଜ୍ଜିରହି କରୋନା ଆକ୍ରାନ୍ତ ହେବାପରେ ତାଙ୍କ ପାଖକୁ ସାରା ବ୍ଲକ ଅଞ୍ଚଳର ଲୋକଙ୍କଠାରୁ ସମବେଦନାର ସୁଅ ଛୁଟୁଛି। ଶହଶହ ଲୋକେ ତାଙ୍କ ଆରୋଗ୍ୟ କାମନା କରିବା ସହିତ କରୋନାକୁ ହରାଇ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ସମଦୁଃଖୀ ହୋଇଛନ୍ତି।

ତେବେ ପୂର୍ବରୁ ବ୍ଲକର ଜିପିଇଓ ମଧ୍ୟ କରୋନାକୁ ହରାଇ କାର୍ୟ୍ୟରେ ଯୋଗ ଦେଇଥିବାବେଳେ ବିଡିଓ ମଧ୍ୟ ଖୁବ୍‍ ଶୀଘ୍ର ସୁସ୍ଥ ହୋଇ ଫେରିବେ ବୋଲି ଲୋକେ ଆଶା କରିଛନ୍ତି। ବର୍ତ୍ତମାନ ସେ କ୍ୱାଟରରେ ରହି ଚିକିତ୍ସିତ ହେଉଥିବାବେଳେ ତାଙ୍କ ସ୍ୱାସ୍ଥାବସ୍ଥାରେ ଲଗାତାର ସୁଧାର ହେଉଥିବା ଜଣାପଡିଛି।

- Advertisement -

ଅପରପକ୍ଷରେ କୋକସରା, ଜୁନାଗଡ଼ ପରେ ଲାଞ୍ଜିଗଡ଼ ବ୍ଲକର ପ୍ରଶାସନିକ ଅଧିକାରୀ ଆକ୍ରାନ୍ତ ହେବାପରେ ଏବେ ସାଧାରଣ ଲୋକେ ଆହୁରି ସତର୍କ ହୋଇଯାଇଛନ୍ତି। ବ୍ଲକ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ସତ କିନ୍ତୁ ସେଇ ଅନୁପାତରେ ସୁସ୍ଥ ହାର ମଧ୍ୟ ଉଲ୍ଲେଖନୀୟ ଭାବେ ବଢିଚାଲିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories