www.samajalive.in
Monday, December 8, 2025
20.1 C
Bhubaneswar

ଜଙ୍ଗଲ ବିଭାଗ ହାତରେ କୋଟିପତି ଶିକ୍ଷକ; ମୂଲ୍ୟବାନ କାଠଗଣ୍ଡି ଜବତ, ୫ ଗିରଫ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ମୁଷାନାଳ ଫରେଷ୍ଟ ବିଟ୍‍ ଡଙ୍ଗରୀ ଗାଁରେ ମୂଲ୍ୟବାନ ବିଜାଗଛ କାଟୁଥିବାବେଳେ ଜଙ୍ଗଲବିଭାଗ ଚଢଉ କରି କାଠଗଣ୍ଡି ଜବତ କରିବା ସହ ଗଛକଟାରେ ନିଯୁକ୍ତ ଚାରିଜଣ ମୁଲିଆଙ୍କ ସମେତ ଗଛ କାଟି ପଟା କଟାଉଥିବା ଅଭିଯୋଗରେ ଜଣେ କୋଟିପତି ଶିକ୍ଷକଙ୍କୁ ଗିରଫ କରିଛି। ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ବନ୍ଧପାରି ଗ୍ରାମପଞ୍ଚାୟତ ଡଙ୍ଗରି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବାସ ନାୟକ ପୂର୍ବରୁ ପାଠପଢା କମ୍‍ ଓ ରାଜନୀତି କରିବା ସହ ଠିକାକାମ କରୁଥିଲେ। ଏପରିକି ଡ୍ୟୁଟିରେ ଅବହେଳା କରିବା ସହ ବିଭିନ୍ନ ଅନୈତିକ ଉପାୟରେ ଲକ୍ଷଲକ୍ଷ ଟଙ୍କା ଉପାର୍ଜନ କରିଛନ୍ତି ଶିକ୍ଷକ ଶ୍ରୀ ନାୟକ। ସେହିପରି ପାଠପଢା ଆଳରେ ଜଙ୍ଗଲର ବିଭିନ୍ନ ମୂଲ୍ୟବାନ ଗଛ କଟାଇ ସେ ଆସବାବ ପତ୍ର ତିଆରି କରି ଚାଲାଣ କରି ବିପୁଳ ଟଙ୍କା ରୋଜଗାର କରିଥିଲେ। ଏହିପରି ଭାବେ ସେ ମୁଷାନାଳ ଫରେଷ୍ଟ ବିଟ୍‍ ଅନ୍ତର୍ଗତ ଡଙ୍ଗରି ଗାଁର ଜଙ୍ଗଲରେ ମୂଲ୍ୟବାନ ବିଜା ଗଛ କାଟି ଲୋକ ଲଗାଇ ପଟା କାଟୁଥିବାବେଳେ ବିଶ୍ୱନାଥପୁର ରେଞ୍ଜର ଲକ୍ଷ୍ୟା ମହାନନ୍ଦଙ୍କ ନିର୍ଦ୍ଦେଶରେ ମୁଷାନାଳ ଫରେଷ୍ଟର ଚିନ୍ତାମଣି ମାଝୀ ସଦଳବଳେ ଚଢଉ କରି ଚାରୋଟି ଗଛଗଣ୍ଡି ଜବତ କରିବା ସହିତ ପାର୍ତିବେଡା ଗାଁର ଚାରିଜଣ ଶ୍ରମିକଙ୍କୁ ଗିରଫ କରିଥିଲେ। ତେବେ ଆଜି ଅଭିଯୁକ୍ତ ଶିକ୍ଷକ ବିଶ୍ୱନାଥପୁର ବଜାର ପାଖରେ ଖସି ପଳାଉଥିବାବେଳେ ଜଙ୍ଗଲ ବିଭାଗର କର୍ମଚାରୀମାନେ ତାଙ୍କୁ ଗୋଡାଇ ଗୋଡାଇ ଧରିଥିଲେ। ଏ ନେଇ ଜଙ୍ଗଲ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିବାବେଳେ ଶ୍ରମିକମାନଙ୍କ ବଦଳରେ କାଠ ମାଫିଆ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବନ୍ଧପାରି, ବେଡ଼ାଗାଁ ଗ୍ରାମପଞ୍ଚାୟତବାସୀ ଦାବି କରିଛନ୍ତି। ଅଭିଯୁକ୍ତ ଶିକ୍ଷକଙ୍କ ସମେତ ଅନ୍ୟ ସମସ୍ତଙ୍କୁ ଗିରଫ କରାଯାଇଥିବାବେଳେ ଆସନ୍ତାକାଲି କୋର୍ଟଚାଲାଣ କରାଯିବ ବୋଲି ରେଞ୍ଜର ଶ୍ରୀ ମହାନନ୍ଦ ପ୍ରକାଶ କରିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories