www.samajalive.in
Sunday, December 7, 2025
13.1 C
Bhubaneswar

ତରବରିଆ ଭାବେ ଇନଡୋର ଷ୍ଟାଡିୟମ ପାଇଁ ଜମି ଚିହ୍ନଟ ଆରମ୍ଭ

ଗୁଣପୁର : ବହୁଦିନ ଧରି ଦାବି ହୋଇ ଆସୁଥିବା ଗୁଣପୁର ସହରରେ ଏକ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଆଜି ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ ଉକ୍ତ ସ୍ଥାନକୁ ଯିବାପାଇଁ ଓସାରିଆ ରାସ୍ତା ନଥିବାକୁ ନେଇ ଅସନ୍ତୋଷ ଦେଖା ଦେଇଛି। ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ଷ୍ଟାଡିୟମ୍‍ ନିର୍ମାଣ ପାଇଁ ୭କୋଟି ଟଙ୍କା ମଜୁଂର କରାଯାଇଛି। ଏଥିପାଇଁ ରାଜସ୍ବ ବିଭାଗ ପକ୍ଷରୁ ସ୍ଥାନୀୟ ରାମେଶ୍ୱର ନଗର ଠାରେ ଏକ ଏକର ପରିମିତ ଜମି ଚିହ୍ନଟ କରାଯାଇ କ୍ରୀଡା ବିଭାଗକୁ ହସ୍ତାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ରାମେଶ୍ୱର ନଗର ଠାରେ ଅତି ତରବରିଆ ଭାବେ ଜମି ଚିହ୍ନଟ କରାଯାଇଥିବା ଘଟଣାକୁ ଅନେକ କ୍ରୀଡାପ୍ରେମୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ନୂତନ ଭାବେ ଜମି ଚିହ୍ନଟ ହୋଇଥିବା ସ୍ଥାନକୁ ଯିବାପାଇଁ ଅଣ ଓସାରିଆ ରାସ୍ତା ଥିବାରୁ ଆତ୍ୟାବଶ୍ୟକ ସ୍ଥଳେ ସେହି ରାସ୍ତାଦେଇ ଅଗ୍ନିଶମ ବିଭାଗର ଯାନ କିମ୍ବା ଆମ୍ବୁଲାନ୍ସ ହଠାତ୍‍ ରେ ଯାଇ ପାରିବ ନାହିଁ ଓ ଷ୍ଟାଡିୟମ ହବାପରେ ଖେଳ ଚାଲିଥିବା ଅବସ୍ଥାରେ କୌଣସି ଦୁର୍ଘଟଣା ହେଲେ ଅସୁବିଧା ଉପୁଜିପାରେ ବୋଲି ଅନେକ ମତ ଦେଇଛନ୍ତି। ସେହିପରି ବହୁତ ବଡ ବଡ ଟୁର୍ଣ୍ଣାମେଣ୍ଟ ପାଇଁ ବାହାରୁ ଅତିଥି ଓ ବହୁ ସଂଖ୍ୟକ ଦର୍ଶକ ଆସି ଭିଡ ଜମାଇଲେ ମଧ୍ୟ ସେହି ରାସ୍ତାରେ ସମସ୍ୟା ଉପୁଜିବ। ଏଣୁ ଏହି ସ୍ଥାନକୁ ପରିବର୍ତ୍ତନ କରିବା ଉପରେ ବହୁ କ୍ରୀଡାପ୍ରେମୀ ମତ ରଖିଛନ୍ତି। ତେବେ ଏସମ୍ପର୍କରେ ସହରର କୌଣସି ବୁଦ୍ଧିଜିବି କିମ୍ବା କ୍ରୀଡାପ୍ରେମୀ ମାନଙ୍କ ସହ ଆଲୋଚନା ନକରି ଏଭଳି ନିଷ୍ପତି ନିଆଯାଉ ଥିବାରୁ ଏହା ଭବିଷ୍ୟତରେ ଅସୁବିଧା ଉପୁଜିପାରେ ବୋଲି କୁହା ଯାଉଛି। ଅନ୍ୟପକ୍ଷେ ଆଜି ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଆଲେନୁର ଗୁଣପୁରରେ ପହଞ୍ଚିବା ପରେ ଅତିରିକ୍ତ ତହସିଲଦାର କପିଳେଶ୍ୱର ତାଣ୍ଡି, ପୁର୍ତ୍ତ ବିଭାଗ ସହକାରୀ ଜନ୍ତ୍ରୀ ଶ୍ରୀନିବାସ ଦୋରା, ରାଜସ୍ବ ନିରୀକ୍ଷକ ପେଦିନା ମଣିକଣ୍ଠ ପ୍ରମୁଖଙ୍କ ସହ ମିସି ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ଚିହ୍ନଟ ବେଳେ ଉପସ୍ଥିତ ନବ ନିର୍ମାଣ ସମିତିର ସଭାପତି ଅକ୍ଷୟ ଦାସ ଭିବିକ୍ଷତକୁ ନଜରରେ ରଖି ଜମି ଚିହ୍ନଟ କରିବାକୁ ପରାମର୍ଶ ଦେଇଥିଲେ। ଏହି ଚିହ୍ନଟ ବେଳେ ବରିଷ୍ଠ ଆଇନଜିବୀ ଉମା ଚରଣ ପଟ୍ଟନାୟକ, କ୍ରୀଡାବିତ୍‍ ରବିନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଷ୍ଟାଡିଅମ ନିର୍ମାଣ କାର୍ଯ୍ୟ ଆରମ୍ଭ ସମ୍ପର୍କରେ ଆଲୋଚନା କରିଥିଲେ। ଏସମ୍ପର୍କରେ ପୁର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଶ୍ରୀ ଦୋରା କହିଛନ୍ତି ସହରରେ ଥିବା ଅନ୍ୟ ସରକାରୀ ଜମି ଗୁଡାକରେ କ୍ରୀଡା ବିଭାଗର ନିୟମ ପ୍ରକାରେ ଫିଜିବିଲ୍‍ଟି ହେଉନଥିବାରୁ ଏହି ଜମିକୁ ଚିହ୍ନଟ କରାଯାଉ ଥିବା କଥା କହିଛନ୍ତି। ସେହି ରାସ୍ତାଦେଇ ଯାନବାହାନ ଚଳାଚଳରେ ଅସୁବିଧା ଉପୁଜିବ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ନୂଆ ବସଷ୍ଟାଣ୍ଡ ପଛପଟେ ରାଜସ୍ବ ବିଭାଗର ୧୩ ଏକର ବନ୍ଧ କିସମର ଜମି ରହିଥିବା ବେଳେ ବାଇପାସ୍‍ ପେଟ୍ରୋଲ ଟାଙ୍କି ନିକଟରେ ପ୍ରାୟ ୯୦ ସେଣ୍ଟ ଜମି ରହିଛି। ଅନ୍ୟାନ୍ୟ କେତକ ସ୍ଥାନରେ ମଧ୍ୟ ସରକାରୀ ଜମି ଜବରଦଖଲକୁ ଚାଲି ଯାଉଛି। ଏଭଳି ସ୍ଥଳେ ଯାତାୟତ ପାଇଁ ଏକ ଅଣଓସାରିଆ ରାସ୍ତା ରହିଥିବା ଜମିକୁ ନିର୍ଦ୍ଧିଷ୍ଠ ଭାବେ ଚିହ୍ନଟ ନକରି ବିକଳ୍ପ ଚିନ୍ତା କରିବାକୁ ଦାବି ହେଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories