www.samajalive.in
Monday, December 8, 2025
17.1 C
Bhubaneswar

କୁଶଭଦ୍ରା ନଦୀରେ ସୁଇଜ ଗେଟ ଭାଙ୍ଗି ଚାଷ ଜମିରେ ପଶିଲା ବନ୍ୟା ଜଳ; ଲୋକେ ଆତଙ୍କିତ

ଗୋପ : କୁଶଭଦ୍ରା ନଦୀରେ ବନ୍ୟାଜଳ ବୃଦ୍ଧିପାଇବାରେ ଲାଗିଛି। ନଦୀର ନାଗପୁର ପାଇକସାହି ନିକଟରେ ଥିବା ସୁଇଜ ଗେଟ ଭାଙ୍ଗି ପାଇକସାହି ଗାଁ ଭିତରକୁ ପାଣି ପଶିଛି। ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଘଟଣା ସ୍ଥଳରେ ଗୋପ ଜଳ ସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଗ୍ରାମ କେଶରୀ ମହାନ୍ତି ପହଞ୍ଚି କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ଜନସାଧାରଣ ଭୟଭୀତ ଅବସ୍ଥାରେ ଅଛନ୍ତି। ସୁଇଜ ଗେଟ ଦେଇ ଜଳ ଚାଷ ଜମିରେ ପଶୁଥିବା ବେଳେ ୪ ପଞ୍ଚାୟତର ୫୦ରୁ ଊର୍ଦ୍ଧ୍ଵ ଗାଁ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଥିବା ବେଳେ ଶତାଧିକ ହେକ୍ଟର ଚାଷଜମି ଜଳମଗ୍ନ ହେବାର ଆଶଙ୍କା ରହିଛି।

ଜଳସମ୍ପଦ ବିଭାଗ ପକ୍ଷରୁ ନଦୀବନ୍ଧ ସୁଦୃଢ଼ୀକରଣ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ସୁଇଜ ଗେଟଗୁଡିକ ମରାମତି କରାଯାଉନଥିବାରୁ ବନ୍ୟା ଆରମ୍ଭରୁ ଚାଷ ଜମିକୁ ବନ୍ୟାଜଳ ମାଡୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କୁଶଭଦ୍ରା ନଦୀରେ ବିପଦ ସଂକୁଳ ୭.୭୨ ମିଟର ରହିଥିବା ବେଳେ ମଙ୍ଗଳବାର ଦିନ ୧ଟା ସୁଦ୍ଧା ୬.୨୪ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି। ଏବେ ଠାରୁ ଚାଷ ଜମି ଜଳମଗ୍ନ ହେବାରେ ଲାଗିଛି ଆଗକୁ ସ୍ଥିତି ଆହୁରି ସଙ୍ଗୀନ ହେବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ଅନ୍ୟପଟେ ଧନୁଆ ନଦୀରେ ବନ୍ୟା ଜଳ ଗାଁରେ ପଶିବା ଆରମ୍ଭ ହୋଇଛି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories