ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟରୁ ସ୍ଥାନୀୟ ବନବିଭାଗ ଚଢ଼ଉ କରି ଜଣେ ଶିକାରୀକୁ ଗିରଫ କରିଥିବା ବେଳେ ତା’ଠାରୁ ଗୋଟିଏ ଗୁଳିଭର୍ତ୍ତି ବନ୍ଧୁକ ଜବତ କରାଯାଇଛି।
ଜଙ୍ଗଲରେ ଥିବା ବନ୍ୟଜନ୍ତୁଙ୍କୁ ଶିକାର କରିବା ଉଦେଶ୍ୟରେ ଜଣେ ଶିକାରୀ ପଶିବାକୁ ଉଦ୍ୟମ କରୁଥିବା ସମ୍ପର୍କରେ କୁଲଡିହା ରେଞ୍ଜର ବିଜୟ ମହାପାତ୍ରଙ୍କୁ ସୂଚନା ମିଳିଥିଲା। ଏନେଇ ଫରେଷ୍ଟର ପରମାନନ୍ଦ ନାୟକ, ଗାର୍ଡ଼ ଫୁଲମଣି ମୁର୍ମୁ, ହିମାଂଶୁ ଶେଖର ପାଢ଼ୀ, ଆୟୁଷ୍ମାନ ପଣ୍ଡା, ସିଙ୍ଗରାୟ ହେମ୍ବ୍ରମ ପ୍ରମୁଖ ସଦଳବଳେ ବରହମପୁର ଥାନା ଅଧୀନ ତେଲିପାଳ ନିକଟ ପୁଟିବନ୍ଧ ଜଙ୍ଗଲରେ ସେମାନେ ପୂର୍ବରୁ ଜଗି ରହିଥିଲେ। ପୁଟିବନ୍ଧ ଗାଁର ଶିକାରୀ ମୁନସି ସିଂ(୨୭) ବନ୍ଧୁକରେ ଗୁଳି ଭର୍ତ୍ତି କରି ଶିକାର ଉଦେଶ୍ୟରେ ଜଙ୍ଗଲକୁ ପଶୁଥିବା ଦେଖି ବନକର୍ମଚାରୀମାନେ ତାକୁ ଏକ ବନ୍ଧ ନିକଟରେ କାବୁ କରି ନେଇଥିଲେ। ଏନେଇ କୁଲଡିହା ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିବା ବେଳେ ଗୁଳିଭର୍ତ୍ତି ଦେଶୀବନ୍ଧୁକ ଜବତ ହୋଇଛି। ଗୁରୁବାର ଅପରାହ୍ନରେ ସମ୍ପୃକ୍ତ ଶିକାରୀକୁ କୋର୍ଟଚାଲାଣ କରାଯାଇଛି।
କୁଲଡିହା ଅଭୟାରଣ୍ୟରୁ ଶିକାରୀ ଗିରଫ
Popular Categories


