www.samajalive.in
Sunday, December 7, 2025
26.1 C
Bhubaneswar

ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ପୁଣି ବନ୍ଦ କଲେ ଗ୍ରାମବାସୀ

ବଡ଼ସାହି : ମୟୂରଭଞ୍ଜ ଜିଲା ସୀମାନ୍ତରେ ନିର୍ମାଣାଧୀନ ରତନପୁର-ଚେଙ୍ଗୁଆ ମଙ୍ଗଳପୁର ପ୍ରଧାନମନ୍ତ୍ରୀ ସଡ଼କ କାର୍ଯ୍ୟକୁ ଗ୍ରାମବାସୀ ଗୁରୁବାର ପୁଣି ବନ୍ଦ ରଖିଛନ୍ତି। ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ଦର୍ଶାଇ ବହୁ ଗ୍ରାମବାସୀ ନିର୍ମାଣ କାର୍ଯ୍ୟକୁ ଜାନୁଆରୀ ୧୦ତାରିଖରେ ବିରୋଧ ପୂର୍ବକ ବନ୍ଦ ରଖିଥିଲେ। ୯୨ଲକ୍ଷ ୯୭ହଜାର ୮୦୦ଟଙ୍କା ବ୍ୟୟ ଅଟକଳରେ ଠିକାଦାର ଇଂ କାର୍ତ୍ତିକ ସାହାଣୀ ଅଢ଼େଇ କିମି ଏହି ରାସ୍ତା ପ୍ରଶସ୍ତି ତଥା ଉନ୍ନତି କରଣ କାର୍ଯ୍ୟ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ସହିତ ଚୁକ୍ତିନାମା କରିଛନ୍ତି। ୨୦୧୮ ମଇ ୫ତାରିଖରେ କାର୍ଯ୍ୟ ଆରମ୍ଭ ହୋଇ ଚଳିତ ଫେବୃୟାରୀ ପହିଲାରେ ସମ୍ପୂର୍ଣ୍ଣ ହେବା କଥା। ମାତ୍ର ବିଳମ୍ବରେ କାର୍ଯ୍ୟ ଆରମ୍ଭ କରି ତରବରିଆ ଭାବେ ଶେଷ ପାଇଁ ଚେଷ୍ଟା କରାଯାଉଥିବାରୁ କାର୍ଯ୍ୟ ନିମ୍ନ ମାନର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ସରକାରୀ ନିୟମ ଅନୁଯାୟୀ ବାଲି, ମାଟି, ମୋରମ ଓ ମେଟାଲ ବିଛା ନଯିବା, ରୋଲିଂ ଠିକ୍‍ ଭାବେ ନହେବା ଓ ପିଚୁ କାମ ଫଡ଼ାଫଡ଼ା ଉଠିଯିବା ଆଦି ଅଭିଯୋଗ କରି କାର୍ଯ୍ୟ ବନ୍ଦ ରଖିଥିଲେ।

ଠିକାଦାର ଓ କନିଷ୍ଠ ଯନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ହେଁ ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସମସ୍ତେ ଜିଦ ଧରିଥିଲେ। ଏନେଇ ବେତନଟୀ ଆରଡ଼ି ଏସଡ଼ିଓ ରାଜେଶ କୁମାର ପ୍ରଧାନଙ୍କୁ ପଚାରିବାରୁ ‘ରାସ୍ତାରେ ବ୍ୟବହୃତ ପିଚୁ ଉତ୍ତାପ ପ୍ରକ୍ରିୟାର ପିଚୁ ନୁହଁ, ତାହା ଶୀତଳ ବିଟୁମେନ ପିଚୁ ଅଟେ। ନିର୍ମାଣ କାର୍ଯ୍ୟର ୧୫ଦିନ ପରେ ତାହା ସେଟ୍‍ ନେଇଥାଏ। ମାତ୍ର ଅସନ୍ତୋଷ ଗ୍ରାମବାସୀ ନିର୍ମାଣ ପରେ ପରେ ତାହାକୁ ଉଠାଇ ଦେଇ ନିମ୍ନମାନ କହୁଛନ୍ତି। ରାସ୍ତାର ୱାରେଣ୍ଟି ୫ବର୍ଷ ରହୁଛି। ସେଥିପାଇଁ ଠିକାଦାରଙ୍କ ଅର୍ଥ ବିଭାଗ ପାଖରେ ଡ଼ିପୋଜିଟ୍‍ ରହୁଛି। ରାସ୍ତା ଖରାପ ହେଲେ ସେହି ଅର୍ଥରେ ମରାମତି କରାଯିବ ବୋଲି ସେ କହିଥିଲେ। ତଥାପି ଯେଉଁ ଅଂଶ ନିର୍ମାଣ କାର୍ଯ୍ୟ ଖରାପ ହୋଇଥିବ, ତାହା ପୁର୍ନବାର କରାଯିବ ବୋଲି ସେ କହିଥିଲେ। ମାତ୍ର ଗୁରୁବାର ଠିକାଦାର ବନ୍ଦ ଥିବା ଅଂଶ ରାସ୍ତା ସେହି ନିମ୍ନମାନର ସାମଗ୍ରୀ ବ୍ୟବହାର କରି ପୁନଃ ନିର୍ମାଣ ଆରମ୍ଭ କରିବା ପରେ ଗ୍ରାମବାସୀ ପିତାମ୍ବର ସାମଲ, ଖଗେଶ୍ୱର ମାହାର୍ଣ୍ଣା, ରତ୍ନାକର ପ୍ରଧାନ, ରାଧାକୃଷ୍ଣ ପାତ୍ର, ଦୟାନିଧି ଗାୟା, ସୁକାନ୍ତି ପଟ୍ଟନାୟକ, ଶୁକମଣୀ ପାତ୍ର, ଦିଲ୍ଲିପ ପ୍ରଧାନ, ସୁରେନ୍ଦ୍ର ପାତ୍ର ଓ ରବି ଦେହୁରୀ ପ୍ରମୁଖ ବିଧାୟକ ସନାତନ ବିଜୁଳିଙ୍କୁ ଜଣାଇଥିଲେ। ସେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ସହିତ କଥା ହେବା ପରେ ପୁର୍ନବାର ରାସ୍ତା କାର୍ଯ୍ୟ ବନ୍ଦ ରହିଛି। ବାରମ୍ବାର କାର୍ଯ୍ୟ ବନ୍ଦ ପାଇଁ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବିଭାଗ ପକ୍ଷରୁ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନଯିବା ସମସ୍ତଙ୍କୁ ତାଜୁବ କରିଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories