www.samajalive.in
Monday, December 8, 2025
20.1 C
Bhubaneswar

ତୀରନ୍ଦାଜରେ ସ୍ୱର୍ଣ୍ଣ ଜିତିଲେ କୋୟା ଯୁବକ

ମାଲକାନଗିରି : ଲକ୍ଷ୍ନୋଠାରେ ଗତ ସପ୍ତାହରେ ଅନୁଷ୍ଠିତ ତୀରନ୍ଦାଜ ପ୍ରତିଯୋଗିତାରେ ସ୍ଥାନୀୟ କୋୟା ଆଦିବାସୀ ସମ୍ପ୍ରଦାୟର ଯୁବକ ସ୍ୱର୍ଣ୍ଣ ପଦକ ହାସଲ କରି ମାଲକାନଗିରି ଜିଲା ତଥା ରାଜ୍ୟ ପାଇଁ ଗୌରବ ଆଣି ପାରିଛନ୍ତି। ଏହି ଯୁବକ ଜଣକ ହେଲେ ଗୋରାଖୁଣ୍ଟା ପଞ୍ଚାୟତ କୁଶୁୱାଡା ଗ୍ରାମର ମାସା ମାଡକାମୀଙ୍କ ଦ୍ୱିତୀୟ ପୁତ୍ର ରାହୁଲ ମାଡକାମୀ।
ରାହୁଳଙ୍କ ଏହି ସଫଳତା ପରେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ପିତା ଜଣେ ଗରିବ ଆଦିବାସୀ କୋୟା ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ପୁଅ ରାହୁଲ ପିଲା ଦିନରୁ ଗ୍ରାମ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ ସମୟରୁ ଧନୁ ତୀରରେ ଲକ୍ଷ୍ୟ ଭେଦ ଅଭ୍ୟାସ କରୁଥିଲେ। ପିଲାଟି ବେଳରୁ ରାହୁଲଙ୍କର ପ୍ରତିଭା ରହିଥିଲା ବୋଲି ଜିଲା କ୍ରୀଡା ଅଧିକାରୀ ଜ୍ଞାନେନ୍ଦ୍ର ବଡାଇ କହିଛନ୍ତି। ମାଲକାନଗିରିରେ ତୀରନ୍ଦାଜ ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥା ନଥିବା ସତ୍ୱେ ରାହୁଲ ନିଜ ଉଦ୍ୟମରେ ସଫଳ ହୋଇ ସ୍ୱର୍ଣ୍ଣ ପଦକ ପାଇଥିବା ଶ୍ରୀ ବଡାଇ କହିଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ଲକସ୍ତର ପ୍ରତିଯୋଗିତାରେ ରାହୁଲଙ୍କ ପ୍ରତିଭା ଦେଖି ଜିଲା ଖେଳ କମିଟି ତାଙ୍କୁ ମାଲକାନଗିରି ସଦର ମହକୁମା ଖେଳ ହଷ୍ଟେଲରେ ରଖିଥିଲା। ଏଠାରେ ସେ ଷଷ୍ଠ ଶ୍ରେଣୀରେ ପାଠ ପଢିବା ସହ ତୀରନ୍ଦାଜ ପ୍ରଶିକ୍ଷଣ ନେଉଥିଲେ। ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ରାହୁଲ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ପାଇଲା ପରେ ଜାତୀୟ ସ୍ତର କନିଷ୍ଠ ଅଲମ୍ପିକ୍ସ୍‍ରେ କୃତକାର୍ଯ୍ୟ ହୋଇଥିଲେ। ଆଦିବାସୀ ଅଂଚଳରେ ପ୍ରତିଭାର ଅଭାବ ନାହିଁ। ତେବେ ଆବଶ୍ୟକ ଭିତ୍ତିଭୂମି ଓ ସୁଯୋଗ ମିଳିଲେ ଯୁବକମାନେ ବେଶ ସଫଳତା ହାସଲ କରିବା ସହ ରାଜ୍ୟ ପାଇଁ ଗୌରବ ଆଣିପାରିବେ ବୋଲି ଏଠାରେ ଚର୍ଚ୍ଚା ହେଉଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories