କୋଠଘର ଆମ ସାହିତ୍ୟ ପରିବାରର ବାର୍ଷିକ ଉତ୍ସବ, ସମ୍ବର୍ଦ୍ଧନା ପର୍ବ
କୋଠଘର ଶୈଳଵାଳା ବିମ୍ବାଧର ସ୍ମୃତି ସମ୍ମାନରେ ସମ୍ମାନିତ ହେଲେ ପଦ୍ମଶ୍ରୀ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ, ଏବଂ ଡଃ ଶକୁନ୍ତଳା ବଳିୟାର ସିଂହ
ଭୁବନେଶ୍ୱର : କୋଠଘର ଆମ ସାହିତ୍ୟ ପରିବାର ପକ୍ଷରୁ ଗୀତ ଗୋବିନ୍ଦ ସଦନ ସଭାଗୃହରେ କୋଠଘରର ପଞ୍ଚମ ବାର୍ଷିକ ଉତ୍ସବ ପାଳନ ସହିତ ପତ୍ରିକା ଓ ପୁସ୍ତକ ଉନ୍ମୋଚନ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମ ଅଧିବେଶନରେ ସଭାପତି ପ୍ରଦୀପ୍ତ କୁମାର ସାହୁଙ୍କ ସଭାପତିତ୍ୱରେ ସମ୍ମାନିତ ଅତିଥି ସମାଜସେବୀ ଇଁ ଲକ୍ଷ୍ମୀକାନ୍ତ ଚୌଧୁରୀ ଏବଂ ସାହିତ୍ୟିକ ବ୍ରହ୍ମାନନ୍ଦ ବିଶ୍ଵାଳଙ୍କ ଉପସ୍ଥିତିରେ କବିତା ପାଠୋତ୍ସବ ହୋଇଥିଲା । ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା କବି ମାନେ କବିତା ପାଠ କରିଥିଲେ। ଦ୍ୱିତୀୟ ଅଧିବେଶନରେ କୋଠଘରର ଉପସଭାତି ସୁସାହିତ୍ୟିକା ଡଃ ସୁଷମା ମିଶ୍ରଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପଦ୍ମଶ୍ରୀ ବିଶିଷ୍ଟ ଭାଷାବିତ୍ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ବେଦ ପାଠ କରିଥିଲେ କଣ୍ଠଶିଳ୍ପୀ ଛନ୍ଦା ମିଶ୍ର।
ପ୍ରାରମ୍ଭିକ ଭକ୍ତି ସଙ୍ଗୀତ ଗାନ କରିଥିଲେ ବିଶିଷ୍ଟ ଅତିଥି ସ୍ୱନାମଧନ୍ୟା କଣ୍ଠଶିଳ୍ପୀ ସୁଶ୍ରୀ ଶୈଳଭାମା ମହାପାତ୍ର।ଏହାପରେ କୋଠଘର ପତ୍ରିକା ଉନ୍ମୋଚନ ସହ ଆଉ ୧୧ଜଣ ଲେଖକଙ୍କର ଗଳ୍ପ ଓ କବିତା ପୁସ୍ତକ ଲୋକାର୍ପଣ ହୋଇଥିଲା । ବିଶିଷ୍ଟ ଅନୁବାଦିକା , ସୁସାହିତ୍ୱିକା ଡଃ ଶକୁନ୍ତଳା ବଳିୟାର ସିଂହ, ସମ୍ମାନିତ ଅତିଥି ବିଶିଷ୍ଟ କବି ଶ୍ରୀଯୁକ୍ତ ରକ୍ଷକ ନାୟକ ମୁଖ୍ୟ ବକ୍ତା ସୁସାହିତ୍ୟିକା ଡଃ ସଂଘମିତ୍ରା ଭଞ୍ଜ ଯୋଗ ଦେଇଥିଲେ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନ ଯେତେ ଚର୍ଚ୍ଚା ହେଲେ ବି ଭାଷା ମୁଳକଥା ଏହା କୁ ଭୁଲି ଯିବା ଉଚିତ ନୁହେଁ ସାହିତ୍ୟ ମନ ବିଳାସ ନୁହେଁ ଆମ ଭିତରେ ନୀରବତା ବାଣ୍ଟିବାର ସାମର୍ଥ୍ୟ ଯୋଗାଏ ଆମ ଭିତରୁ ଅହଂକା ର ଦୁରେଇ ଆଲୋକ ବର୍ତ୍ତିକା ଦେଖାଏ ସାହିତ୍ୟ ଓଡ଼ିଆକୋଠଘରର ଯୁଗ୍ମ ସମ୍ପାଦକ ଭାଷା ବିଜ୍ଞାନୀ ଡଃ ଦେବାଶିଷ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।
ବିଶେଷ ଭାବରେ” ଶୈଳବାଳା ବିମ୍ବାଧର ସ୍ମୃତି ସମ୍ମାନରେ ସମ୍ମାନିତ” କରାଯାଇଥିଲା ବିଶିଷ୍ଠ ଭାଷାବିତ୍ ପଦ୍ମଶ୍ରୀ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ବିଶିଷ୍ଟ ସାହିତ୍ୟିକା ଡଃ ଶକୁନ୍ତଳା ବଳିୟାର ସିଂହ ଙ୍କୁ । ଉପସ୍ଥିତ ଥିଲେ ଦିବଂଗତ ଅତ୍ମାଙ୍କ ସୁପୁତ୍ର ଅବସର ପ୍ରାପ୍ତ ଓଡ଼ିଶା ଅଗ୍ନିଶମ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ମହେଶ୍ଵର ସ୍ୱାଇଁ। କବି ତଥା ପ୍ରଶାସିକା ମମତା ବାରିକ୍ ମାନପତ୍ର ପାଠ କରିଥିଲେ । ଅତିଥିଙ୍କ କରକମଳରେ ଡଃ ଅଞ୍ଜଳି ତ୍ରିପାଠୀ, ନମିତା ପାଇକ ରାୟଙ୍କ ସମେତ, କୋଠଘର ପ୍ରକାଶନରେ ପ୍ରସ୍ତୁତ ଅନ୍ୟ ଆଠଜଣ କବିଙ୍କର ପୁସ୍ତକ ଉନ୍ମୋଚନ ହୋଇଥିଲା। ଡଃ ପ୍ରତାପ ରଞ୍ଜନ ମହାନ୍ତି, ସ୍ଵାତୀ ମହାପାତ୍ର , ରାଜଶ୍ରୀ ନନ୍ଦ ଶିବାନନ୍ଦ ବାରିକ୍ , ସରିତା ମହାପାତ୍ର, ଡଃ ନଳିନୀ ପ୍ରଭା ମହାନ୍ତି, ଆଶଲତା ଦୀକ୍ଷିତ , ମନୋରମା ପଟ୍ଟନାୟକ,ନିନାଦିନୀ ମହାନ୍ତି,ବିନୋଦିନୀ ପାତ୍ର ,ବାବାଜୀ ଚରଣ ଦାସ,ବିଷ୍ଣୁ ପ୍ରସାଦ ଦାଶ, କନକ ଲତା ମିଶ୍ର, ପ୍ରତିମା ବେହେରା,ଅମିତା କର ,ରଞ୍ଜିତା ତ୍ରିପାଠୀ,ଗୀତାଞ୍ଜଳି ସ୍ୱାଇଁ, ପ୍ରଭୂତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ପ୍ରଥମ ଅଧିବେଶନରେ କବି ପୂର୍ଣ୍ଣାନନ୍ଦ ମହାନ୍ତି, ନୀନାଦିନୀ ମହାନ୍ତି,ଡଃ ସଂଯୁକ୍ତା ପରିଡ଼ା, ପ୍ରିତିରଞ୍ଜନ ନାୟକ କବିତା ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ପରିଚାଳନା ସମ୍ପାଦକ ଅରୁଣ କୁମାର ମହାନ୍ତି , ସଦସ୍ୟ ଅକ୍ଷୟ କୁମାର ସାହୁ, ଭାରତୀ ପରିଡ଼ା, ପ୍ରଭାତ କୁମାର ଦାଶ,ପ୍ରଭାତ କୁମାର ବେହେରା। କୋଠଘର ପ୍ରତିଷ୍ଠାତା ସମ୍ପାଦିକା ଅମ୍ବିକା ସ୍ୱାଇଁ ବାର୍ଷିକ ବିବରଣୀ ପାଠ କରିଥିଲେ ମଞ୍ଚ ପରିଚାଳନା କରିଥିଲେ କବି ଶିବାନନ୍ଦ ବାରିକ । ପରିଶେଷରେ କାର୍ଯ୍ୟକାରୀ ସଭାପତି ଆଶୁତୋଷ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।।
Comments are closed.