www.samajalive.in
Monday, December 8, 2025
27.1 C
Bhubaneswar

କୋଭିଡ୍‍ କଟକଣା ଅନୁପାଳନରେ ଆରମ୍ଭ ହେଲା କୋଣାର୍କ ଉତ୍ସବ, ଓଡ଼ିଶୀ ଓ ଭାରତନାଟ୍ୟମରେ ଶିବ ଆରାଧନା

କୋଣାର୍କ: ଓଡ଼ିଶା ପର୍ଯ୍ୟଟନ ବିଭାଗ ନିବେଦିତ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ସହଯୋଗରେ ଆୟୋଜିତ କୋଣାର୍କ ଉତ୍ସବ ୨୦୨୦ ଉଦ୍‍ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ଼ିଜିଟାଲ ମୋଡ୍‍ରେ ଶୁଭ ଉଦ୍‍ଘାଟନ କରି କୋଣାର୍କ ଉତ୍ସବର ସଫଳତା କାମନା କରିଥିବା ବେଳେ ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ, ଶକ୍ତି, ଶିଳ୍ପ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଜଗତସିଂହପୁର ସାଂସଦ ଡ଼. ରାଜଶ୍ରୀ ମଲ୍ଲିକ୍‍, ମୁଖ୍ୟ ଶାସନ ସଚିବ ଅସିତ୍‍ କୁମାର ତ୍ରିପାଠୀ, ଓଡ଼ିଆ ଭାଷା ସାହିତ୍ୟ, ପର୍ଯ୍ୟଟନ ବିଭାଗ କମିଶନର ଓ ସଚିବ ବିଶାଲ କୁମାର ଦେବ୍‍, ପୁରୀ ଜିଲାପାଳ ବଲୱନ୍ତ ସିଂ ଓ ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଆଦି ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

- Advertisement -

କଟକଣା ପାଇଁ ଏକ ତୃତୀୟାଂଶ ଦର୍ଶକଙ୍କ ଉପସ୍ଥିତିରେ ମୁକ୍ତାକାଶ ମଞ୍ଚରେ ପ୍ରଥମ ପ୍ରସ୍ତୁତିକୁ ନେଇ ପ୍ରବେଶ କରିଥିଲେ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ଶିଳ୍ପୀଗଣ। ନଟରାଜ ଶିବ ଶଙ୍କରଙ୍କ ଅର୍ଚ୍ଚନାରେ ପ୍ରସ୍ତୁତ ଶିବମ୍‍ ଧୀମହୀକୁ ନିଖୁଣଭାବେ ବାଢି ଦେଇଥିଲେ ଗୁରୁ ଅରୁଣା ମହାନ୍ତିଙ୍କ ଦ୍ୱାରା ପ୍ରଶିକ୍ଷିତ ଶିଳ୍ପିଗଣ। ଏକାଡ଼େମୀର ଦ୍ୱିତୀୟ ପ୍ରସ୍ତୁତିରେ ଉପସ୍ଥାପିତ ହୋଇଥିଲା ନୃତ୍ୟାଭିନୟ ‘ଏକ ପ୍ରଶ୍ନ’। ଦ୍ୱାପର ଯୁଗର ଚାରିଜଣ ନାରି – ଯୋଶଦା, ରାଧା, ହିଡ଼ିମ୍ବା ଓ ଦ୍ରୈପଦୀଙ୍କର ଅବତାର ପୁରୁଷ କୃଷ୍ଣଙ୍କ ଉଦ୍ଦେଶ୍ୟରେ ଗୋଟିଏ ଗୋଟିଏ ପ୍ରଶ୍ନକୁ ନେଇ ଜୀବନ ଦର୍ଶନର ଆବେଗକୁ ପୁଣି ବାଢିଦେଇଥିଲେ ଶିଳ୍ପିଗଣ। ଅରୁଣା ମହାନ୍ତିଙ୍କ ସଂଯୋଜନାରେ ପ୍ରସ୍ତୁତ ଏକ ପ୍ରଶ୍ନ ଥିଲା ଅମୀମାସିଂତ ଜିଜ୍ଞାସାର ନୃତ୍ୟାୟନ।

ଏହାପରେ ଭାରତନାଟ୍ୟମ ନୃତ୍ୟକୁ ମଞ୍ଜସ୍ଥ କରିଥିଲେ ଡ଼. ଶିଲା ଉନ୍ନିକ୍ରିଷ୍ଣନ୍‍ ଓ ଶ୍ରୀଦେବୀ ନୃତ୍ୟାଳୟର ଶିଳ୍ପୀଗଣ। ଆବାହନି, ଆଲ୍ଲାରିପୁ, ବର୍ଣ୍ଣମ୍‍, ଶଙ୍କର, ଶ୍ରୀଗିରିକୀର୍ତ୍ତିମ୍‍ ଓ ଶୀବମଙ୍ଗଳମ୍‍କୁ ନେଇ ସଂଯୋଜିତ ହୋଇଥିଲା। ନୃତ୍ୟାଭିନୟ ଓ ନମଃ ଶିବାୟ ଭାରତ ନାଟ୍ୟମ ନୃତ୍ୟ ଶୈଳୀର ନିଖୁଣ ଉପସ୍ଥାପନ ସହ ତାଳ-ଲୟ-ଛନ୍ଦ ଓ ସୁରର ଅର୍ପୁବ ସମ୍ମନୟ ଶିଳ୍ପୀଙ୍କ ଅଭିନୟରେ ବାରି ହୋଇଯାଉଥିଲା। ବିଶ୍ୱ ଐତିହର ସ୍ମାରକି ଭବ୍ୟ କୋଣାର୍କ ମନ୍ଦିରର ପାଦଦେଶରେ ଶାସ୍ତ୍ରୀୟ ନୃତ୍ୟର ଉପସ୍ଥାପନା ଯେତିକି ମନଛୁଆଁ ଥିଲା ଚନ୍ଦ୍ରଭାଗାର ବିସ୍ତୀର୍ଣ୍ଣ ବାଲୁକା ଶର୍ଯ୍ୟାରେ ଆୟୋଜିତ ଆନ୍ତର୍ଜାତୀୟ ବାଲୁକା କଳାର ଆୟୋଜନ ସେତିକି ଆକର୍ଷଣୀୟ ଥିଲା। ପର୍ଯ୍ୟଟନ ବିଭଗ ତରଫରୁ ସାମାଜିକ ଦୂରତା ରକ୍ଷା, ବିଶୋଧନ ଓ ମୁଖାବରଣ ପରିଧାନକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଡିଡି ଭାରତୀରେ କାର୍ଯ୍ୟକ୍ରମର ସିଧାପ୍ରସାରଣ ହୋଇଥିଲା। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ମୃତ୍ୟୁଞ୍ଜୟ ରଥ ଓ ସଂହତି ପାଣି । ଓଡ଼ିଶା ଗବେଷଣା କେନ୍ଦ୍ର ମୁଖ୍ୟ ନିର୍ମାହୀ ସଙ୍ଗୀତା ଗୋସାଇଁ ଓ ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ପ୍ରବୋଧ କୁମାର ରଥ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories