www.samajalive.in
Monday, December 8, 2025
27.1 C
Bhubaneswar

କୋଣାର୍କ ନାଟ୍ୟ ମଣ୍ଡପରେ କୁମାର ଉତ୍ସବ ପାଳିତ

କୋଣାର୍କ : ରବିବାର ସଂଧ୍ୟାରେ ସ୍ବର୍ଗତ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ କୋଣାର୍କ ନାଟ୍ୟ ମଣ୍ଡପ, ଅର୍କଵିହାର ପରିସରରେ କୁମାର ଉତ୍ସବ -୨୦୧୮ ମହାସମାରୋହରେ ପାଳିତ ହୋଇଯାଇଛି। ପୁରୀ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ନିମାପଡ଼ା ଵିଧାୟକ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଏହି ଉତ୍ସବ କୁ ଶୁଭାରମ୍ଭ କରିଥିଲେ। କୋଣାର୍କ ନାଟ୍ୟ ମଣ୍ଡପର ସଭାପତି ଡଃ ରମଣୀ ରଞ୍ଜନ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ କୋଣାର୍କ ସାହିତ୍ୟ ସଂସଦର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଲିଙ୍କନ ଚୌଧୁରୀ, କୋଣାର୍କ ଆଇନଜୀବୀ ସଂଘର ସଭାପତି ଶ୍ରୀଜୟ ବରାଳ, କୋଣାର୍କ ହସ୍ତଶିଳ୍ପୀ ବ୍ୟବସାୟୀ ମହାସଂଘ ସଭାପତି ସୁବାସ ନାୟକ, ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଧର୍ମ ପତ୍ନୀ ସୁଲୋଚନା ପ୍ରଧାନ, ନାଟ୍ୟ ମଣ୍ଡପର ଯୁଗ୍ମ ସମ୍ପାଦକ ଗୁରୁପଦ ଵଳିୟାର ସିଂ ପ୍ରମୁଖ ଯୋଗଦେଇ କୁମାର ଉତ୍ସବ ପାଳନର ତାପ୍ତଯ୍ୟ ଓ ଏହି ସଂସ୍କୃତିର ମହନୀୟତା ଵିଷୟରେ ଆଲୋକପାତ କରିଥିଲେ। ଏହି ଉତ୍ସବର ପ୍ରଥମରେ ମା ବୃନ୍ଦାବତୀଙ୍କ ଧର୍ମୀୟ ଭାଵନା ଉପରେ ଆଧାରିତ ଏକ ଵନ୍ଦନା ପରିବେଷଣରୁ ଏହି ଉତ୍ସବ ଶୁଭାରମ୍ଭ ହୋଇଥିଲା। ଏଥିରେ କୋଣାର୍କ ନାଟ୍ୟ ମଣ୍ଡପର କୁନି କଳାକାର ମାନଙ୍କ ଦ୍ଵାରା କୁମାର ଉତ୍ସବର ମହନୀୟତା ଓ ମା ଵୃନ୍ଦାଵତୀ ଙ୍କ ପୂଜାର୍ଚ୍ଚନାର ଵିଶଦ ଭାବରେ ପରିବେଶିତ ହୋଇଥିଲା। ପରେ ପରେ କୋଣାର୍କ ନାଟ୍ୟ ମଣ୍ଡପର କଳାକାର ମାନଙ୍କ ଦ୍ଵାରା ଓଡିଶୀ ନୃତ୍ୟର ମଙ୍ଗଳାଚରଣରେ ‘ଶାନ୍ତା କାରମ୍ ଭୃଜଂଗ ସୟ୍ୟନୟମ ପଦ୍ମ ନାଭମ୍ ସୁରେଶମ୍’ଉପରେ ଶ୍ରୀ ଜଗନ୍ନାଥ ଙ୍କ ଉପରେ ପରିବେଷିତ ନୃତ୍ୟ ନାଟ୍ୟ ମଣ୍ଡପ ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହ ଦର୍ଶକ ମାନଙ୍କୁ ଆକୃଷ୍ଟ କରିଥିଲା। ପରେ କୋଣାର୍କ ନାଟ୍ୟ ମଣ୍ଡପର କଳାକାର ମାନଙ୍କ ଦ୍ଵାରା ଗୋଟିପୁଅ ନୃତ୍ୟ, ସମ୍ଵଲପୁରୀ ନୃତ୍ୟ ଓ ଲୋକ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି କାର୍ୟ୍ୟକ୍ରମକୁ ପ୍ରସନ୍ନ ଵେଉରିଆ, ଅମିନ ପ୍ରଧାନ, ନୟନା ନାୟକ, ଶିବାଶିଷ ପ୍ରଧାନ, ଗୁରୁ ଜୟକୃଷ୍ଣ ନାୟକ ଓ ଜଟାଧାରୀ ସ୍ବାଇଁ ପ୍ରମୁଖ ପରିଚାଳନା କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories