www.samajalive.in
Sunday, December 7, 2025
13.1 C
Bhubaneswar

ସ୍କୁଲ ବନ୍ଦ ହେଲେ ପାଠ ଛାଡିବେ ଛାତ୍ରଛାତ୍ରୀ, ଭୋଟ ବର୍ଜନ କରିବେ ଗ୍ରାମବାସୀ 

କୋଲାବିରା : ରାଜ୍ୟ ସରକାରଙ୍କ ନିଷ୍ପତିକ୍ରମେ ୨୦ରୁ କମ ଉପସ୍ଥାନ ରହିଥିବା ବିଦ୍ୟାଳୟକୁ ବନ୍ଦ ନିଷ୍ପତି ସମ୍ପ୍ରତି କୋଲାବିରା ବ୍ଲକ ସୋଢାମାଲ ପଞ୍ଚାୟତ ଅନ୍ତର୍ଗତ ଗା​‌ଞ୍ଜେରମାଲ ଗ୍ରାମବାସୀଙ୍କ ପଇଁ ଚିନ୍ତାର କାରଣ ସାଜିଛି। ଆଦିବାସୀ ଅଧ୍ୟୁସିତ ଜଙ୍ଗଲ ଘେରା ଏହି ଗାଁ ରେ ଆଦିବାସୀ ଏବଂ ଦଳିତ ପରିବାର ବାସ କରୁଛନ୍ତି। ଗାଁକୁ ଯିବାକୁ ହେଲେ ଜଙ୍ଗଲିଆ ରାସ୍ତା ଏବଂ ନାଳ ପାରିହୋଇ ଯିବାକୁ ପଡେ। ପୂର୍ବରୁ ବର୍ଷା ଋତୁରେ ଗ୍ରାମଟି ଜଳବନ୍ଦି ହୋଇପଡୁଥିଲା। କି଼ିଛିଦିନ ହେଲା ଗମନାଗମନର କିଛିଟା ସୁବିଧା ହୋଇଛି। ପୁରୁଣା ରାଂଚି ରୋଡ ସୋଢାମାଲ ଛକ ଠାରୁ ପ୍ରାୟ ୮କିଲୋମିଟର ଜଙ୍ଗଲ ପରିପୂର୍ଣ୍ଣ ରାସ୍ତାର ଶେଷ ମୁଣ୍ଡରେ ଗାଁଟି ରହିଛି। ହେଲେ ଏଠାରେ ୧୯୬୩ ରେ ପ୍ରତିଷ୍ଠା କରାଯାଇଥିବା ପ୍ରାଥମିକ ବିଦ୍ୟାଳୟକୁ ସମ୍ପ୍ରତି ସରକାର ବନ୍ଦ ନିଷ୍ପତି ନେଇ ଅଭିଭାବକ ତଥା ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରାକାଶ ପାଇଛି।

ପ୍ରାୟ ୫୭ ବର୍ଷ ହେବ ଗ୍ରାମର ଛାତ୍ର ଛାତ୍ରୀ ବିଦ୍ୟାଳୟରେ ଶିକ୍ଷା ଲାଭ କରୁଛନ୍ତି। ଏପରି ସ୍ଥିତିରେ ବିଦ୍ୟାଳୟ ବନ୍ଦ ହେଲେ ଜଙ୍ଗଲ ମଧ୍ୟରେ ଚାରି କିଲୋମିଟର ଦୂରକୁ କିଭଳି କୋମଳମତି ଶିଶୁ ଖରା,ବର୍ଷା,ଶୀତରେ ଯିବାକୁ ସକ୍ଷମ ହେବେ ବୋଲି ଗ୍ରାମର ଓାର୍ଡମେମ୍ବର ଭଗବାନ ଡନସନା,ବରିଷ୍ଠ ବ୍ୟକ୍ତି ଖୁସିରାମ ଛତ୍ରୀଆ,ଇଲାବତୀ ଛତ୍ରୀଆ, ପ୍ରଭାସିନୀ ପ୍ରଧାନ,ଲବଣିଧର ପ୍ରଧାନ,ସୁଗ୍ରୀ ପଧାନ,ରିତା ପଧାନ,କପିଳ ପଧାନ,ବଲରାମ ମାଝୀ,ଶୁଶିଲା ମାଝୀ,ବାସନ୍ତି ପ୍ରାନ.ଲଲିତା ପ୍ରଧାନ,ରୀନା ପ୍ରଧାନ,ସଦାନନ୍ଦ ବୁଦୁଲା ପ୍ରମୁଖ ଗ୍ରାମବାସୀ ଅସନ୍ତୋଷ ପ୍ରକଟ କରିଛନ୍ତି। ଏନେଇ ଗ୍ରାମବାସୀ ବାରମ୍ବାର ଶିକ୍ଷବିଭାଗ ଏବଂ ଜିଲ୍ଲାପ୍ରଶାସନ,ଶିକ୍ଷାଅଧିକାରୀଙ୍କୁ ଲିଖିତ ଭାବରେ ଗୁହାରି କରିଛନ୍ତି। କୋଲାବିରା ଗୋଷ୍ଠି ଶିକ୍ଷା ଅଧିକାରୀ ଗ୍ରାମକୁ ଯାଇ ପ୍ରକୃତ ସ୍ଥିତି ନୀରିକ୍ଷଣ କରିଛନ୍ତି। ଅପରପକ୍ଷରେ ଆମ ଛୁଆପିଲାଙ୍କ ଭବିଷ୍ୟତ ନଷ୍ଟପାଇଁ ଏହି ଉଦ୍ୟମ ବିରୁଦ୍ଧରେ ରାଜ ରାସ୍ତାକୁ ଓହ୍ଲାଇବୁ ବୋଲି ଗ୍ରାମର ମହିଳା ଗୋଷ୍ଠି ଚେତାବନୀ ଦେଇଛନ୍ତି।

- Advertisement -

ଗ୍ରାମବାସୀଙ୍କ ଦାବି ଅନୁସାରେ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ବର୍ତମାନ ୨୧ ଜଣ ଛାତ୍ର ଛାତ୍ରୀ ଥିବା ଜଣାପଡିଛି। ଜଙ୍ଗଲ,ନାଳଯୋର ଆଦି ଘେରରୁ ୪ କିଲୋମିଟର ଦୁର ଗୁଛାପାଲି ଗ୍ରାମର ବିଦ୍ୟାଳୟକୁ ପିଲାଙ୍କୁ ଆଦୈା ଛାଡିବୁ ନାହିଁ ବୋଲି ଅଭିଭାବକ ଜିଦ୍‍ କରୁଥିବା ବେଳେ ସରକାରୀ ସ୍ତରରେ କୈାଣସି ନିଷ୍ପତି ନ ହେବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଏହା ସହିତ ଗ୍ରାମବାସୀ ପିଲାଙ୍କୁ ଟିସି ନେବେ ନାହିଁ କିମ୍ବା କୈାଣସି ବିଦ୍ୟାଳୟରେ ପାଠ ପଢିବା ପାଇଁ ଦେବୁ ନାହିଁ କାରଣ ପିଲାଙ୍କ ଜୀବନପ୍ରତି ବିପଦ ରହୁଛି। ଚାନ୍ଦା ଆଦାୟ କରି ବେସରକାରୀ ଶିକ୍ଷକ ଯୋଗାଡ କରି ପାରିଶ୍ରମିକଦେଇ ଗଛତଲେ କିମ୍ବା ଗାଁ ଦାଣ୍ଡରେ ପାଠ ପଢେଇବାର ବ୍ୟବସ୍ଥା କରାଯିବ। ଏହା ସତ୍ୱେ ଯଦି ପ୍ରଶାସନ ପକ୍ଷରି କୈାଣସି ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଆଗାମୀ ସମସ୍ତ ନିର୍ବାଚନକୁ ସାମୁହିକ ଭାବରେ ଭୋଟ ବର୍ଜନ କରିବେ ବୋଲି ନିଷ୍ପତି ନେବା ସହିତ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବରେ ଜଣେଇନ୍ତି। ଏବଂ ଏସଂକ୍ରାନ୍ତରେ ସ୍ଥାନୀୟ ଡିଇଓ,ବିଇଓ,ବିଧାୟକ, ସ୍ୱାସ୍ଥ୍ୟମନ୍ତ୍ରୀ,ଗଣଶିକ୍ଷା ମନ୍ତ୍ରୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ମଧ୍ୟ ପତ୍ର ପ୍ରେରଣ କରିଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ସ୍କୁଲ ବନ୍ଦ ନିଷ୍ପତି ପୁନଃବିଚାର କରିବାକୁଦାବି ହେଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories