www.samajalive.in
Monday, December 8, 2025
27.1 C
Bhubaneswar

ଆଜି କିଶୋର କୁମାରଙ୍କ ୮୯ତମ ଜନ୍ମଦିନ

ନୂଆଦିଲ୍ଲୀ: ଗାୟକ, ସଙ୍ଗୀତକାର, ଅଭିନେତା, ନିର୍ମାତା, ଲେଖକ ପରି ବହୁମୁଖୀ ପ୍ରତିଭା ସମ୍ପନ୍ନ କିଶୋର କୁମାରଙ୍କ ଆଜି(ଶନିବାର) ୮୯ତମ ଜନ୍ମଦିନ। କିଶୋର କୁମାରଙ୍କ ଜନ୍ମ ୪ ଅଗଷ୍ଟ ୧୯୨୯ ମଧ୍ୟପ୍ରଦେଶର ଖଣ୍ଡୱା ସହରରେ ହୋଇଥିଲା। ତେବେ ମୁମ୍ବଇ ପରି ସହରରେ “କିଶୋର ଦା’ ନାମରେ ୧୯୪୬ରେ “ଶିକାରୀ’ ଚଳଚ୍ଚିତ୍ର ପରେ ତାଙ୍କୁ ସ୍ୱତନ୍ତ୍ର ପରିଚୟ ମିଳିଥିଲା। ୧୯୪୮ରେ କିଶୋର କୁମାର ତାଙ୍କ ପ୍ରଥମ ଗୀତ “ମରନେ କେ ଦୂଆ କ୍ୟୁ ମାଗୁଁ’ ଜିଦ୍‍ ସିନେମାରେ ଗାନ କରିଥିଲେ। ଏହି ଚଳଚ୍ଚିତ୍ରରେ ଦେବାନନ୍ଦଙ୍କ ପାଇଁ ପ୍ରଚ୍ଛଦପଟରେ କିଶୋର କୁମାର ଏହି ସଙ୍ଗୀତ ଦେଇଥିଲେ। ବହୁମୂଖୀ ପ୍ରତିଭା ସମ୍ପନ୍ନ କିଶୋର କୁମାର ତାଙ୍କ ଜୀବନ କାଳରେ ଏକାଧିକ ଚଳଚ୍ଚିତ୍ର ସାଙ୍ଗକୁ ଏକାଧିକ ସୁପର ହିଟ୍‍ ସଙ୍ଗୀତ ପ୍ରଦାନ କରିଛନ୍ତି। କିଶୋର କୁମାରଙ୍କ କ୍ୟାରିୟରର ପ୍ରଥମାର୍ଦ୍ଧରେ ତାଙ୍କ ଅଭିନୀତ ଏକାଧିକ ସିନେମାରେ ମହମ୍ମଦ ରଫି ପରି ସଙ୍ଗୀତଜ୍ଞ କଣ୍ଠଦାନ କରିଥିଲେ। ରାଗିଣୀ,ସରାରତ ପରି ଚଳଚ୍ଚିତ୍ରରେ କିଶୋର କୁମାରଙ୍କୁ ନିଜ କଣ୍ଠଦାନ କରିବା ପାଇଁ ମହମ୍ମଦ ରଫି କେବଳ ୧ଟଙ୍କା ମଜୁରୀ ବାବଦକୁ ନେଇଥିଲେ।୭୦-୮୦ଦଶକରେ ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତରେ ଯେତେ ଲୋକ ମହମ୍ମଦ ରଫିଙ୍କ ସଙ୍ଗୀତକୁ ପସନ୍ଦ କରୁଥିଲେ କିଶୋର କୁମାରଙ୍କ ସଙ୍ଗୀତକୁ ମଧ୍ୟ ସେତେ ମାତ୍ରାରେ ଲୋକ ପସନ୍ଦ କରୁଥିଲେ। ୧୯୫୭ରେ “ଫନଟୁସ’ ସିନେମାରେ କିଶୋରଙ୍କ କଣ୍ଠରେ “ଦୁଃଖି ମନ ମେରା’ ଗୀତଟି ଏତେ ମାତ୍ରାରେ ହିଟ୍‍ ହେଲା ଯେ ବଲିଉଡ଼ରେ ତାଙ୍କ ସଙ୍ଗୀତରେ କଣ୍ଠଦାନ ପାଇଁ ସଙ୍ଗୀତ ନିର୍ଦେଶକଙ୍କୁ ଦୀର୍ଘ ପ୍ରତିକ୍ଷା କରିବାକୁ ପଡ଼ୁଥିଲା। ପ୍ରଖ୍ୟାତ ସଙ୍ଗୀତ ନିର୍ଦେଶକ ଏସଡି ବର୍ମନ ତାଙ୍କ ଏକାଧିକ ସଙ୍ଗୀତରେ କିଶୋର କୁମାର କଣ୍ଠଦାନ କରି ରାତାରାତି ବଲିଉଡ଼ ସିନେମାରେ ହିଟ୍‍ ମେସିନର ମାନ୍ୟତା ପାଇଥିଲେ।
ହିନ୍ଦୀ ବ୍ୟତୀତ ବଙ୍ଗାଳୀ, କନ୍ନଡ଼, ତାମିଲ, ମରାଠୀ, ଆସାମୀ, ଗୁଜରାଟୀ, ଭୋଜପୁରୀ,ମାଲାଲାୟମ ଓ ଓଡ଼ିଆ ଭାଷାରେ ମଧ୍ୟ କିଶୋରଙ୍କ ଗୀତ ବେଶ୍‍ ଲୋକପ୍ରିୟ ହୋଇଥିଲା। ୧୯୬୯ରେ ଆରାଧନା ସିନେମାରେ “ରୂପ ତେରା ମସ୍ତାନା’ ସଙ୍ଗୀତା ପାଇଁ କିଶୋର କୁମାରଙ୍କୁ ମିଳିଥିଲା ପ୍ରଥମ “ଫିଲ୍ମ ଫେୟାର ପୁରସ୍କାର’। ମୋଟ୍‍ ୮୧ଟି ସିନେମାରେ କିଶୋର କୁମାର ଅଭିନୟ କରିଥିବାବେଳେ ୧୮ଟି ସିନେମାର ନିର୍ଦେଶନା ଦାୟିତ୍ୱ ତୁଲାଇ ଥିଲେ। “ପଡ଼ୋଶନ’ ସିନେମାରେ କିଶୋର କୁମାର ଯେଉଁ ଭୂମିକାରେ ଅଭିନୟ କରିଥିଲେ ବାସ୍ତବ ଜୀବନରେ ମଧ୍ୟ “କିଶୋର ଦା’ଙ୍କ ଚରିତ୍ର ଅନୁରୂପ ଥିଲା। କିଶୋର କୁମାର ଏଭଳି ଜଣେ ସଙ୍ଗୀତଜ୍ଞ ଥିଲେ ଯାହାଙ୍କ ପ୍ରତିଟି ସଙ୍ଗୀତ ଜୀବନମୁଖୀ ଓ ଭାବ ପ୍ରବଣତାରେ ପରିପୂର୍ଣ୍ଣ ହୋଇଥିଲା।
କିଶୋର କୁମାର କେବଳ ସଙ୍ଗୀତରେ କାହିଁକି ବାସ୍ତବ ଜୀବନରେ ମଧ୍ୟ ଜୀବନକୁ ନିଆରା ଢଙ୍ଗରେ ଜୀବନ ଅତିବାହିତ କରୁଥିଲେ। ତାଙ୍କର ଏଭଳି ଅଭ୍ୟାସ ପାଇଁ ତାଙ୍କୁ ଜୀବନରେ ଏକାଧିକ ଥର ବିଭିନ୍ନ ଘାତ ପ୍ରତିଘାତର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼ିଥିଲା। ହେଲେ ଏହାର ପ୍ରଭାବ ତାଙ୍କ ପ୍ରଣବନ୍ତ ଜୀବନଶୈଳୀକୁ ସାମାନ୍ୟ ତମ ପ୍ରଭାବିତ କରିପାରି ନଥିଲା। ୧୯୭୫-୧୯୭୭ ମଧ୍ୟରେ ୨୧ମାସ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା। ଏହି ସମୟରେ ସରକାରଙ୍କ ପକ୍ଷରୁ କିଶୋର କୁମାରଙ୍କୁ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୨୦ଟି ଜନ ହିତକର କାର୍ଯ୍ୟକୁ ନେଇ ପ୍ରସ୍ତୁତ ସଙ୍ଗୀତ ଗାନ କରିବାକୁ ଆମନ୍ତ୍ରିତ କରାଯାଇ ଥିଲା। ହେଲେ କିଶୋର କୁମାର ଏଭଳି ସଙ୍ଗୀତ ଗାନ କରିବାକୁ ମନା କରି ଦେଇଥିଲେ। ଫଳରେ ତାଙ୍କ ଉପରେ “ଅଲ ଇଣ୍ଡିଆ ରେଡିଓ’ ପକ୍ଷରୁ ପ୍ରତିବନ୍ଧକ ଲଗାଇ ଦିଆଯାଇ ଥିଲା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories