www.samajalive.in
Monday, December 8, 2025
20.1 C
Bhubaneswar

ଜଳିଗଲା ଚାରୋଟି ଘର

ଗଂଜାମ: ଗଂଜାମ ଜିଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ମର୍ଦ୍ଦମେଖ ପଞ୍ଚାୟତର କୁସୁନପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଗ୍ରାମର ୪ଟି ଘର ପୋଡ଼ି ପାଉଁଶ ହୋଇଛି । ସକାଳ ପ୍ରାୟ ୧୦ଟା ସମୟରେ ଜଣେ ବ୍ୟକ୍ତି ନିଶାଶକ୍ତ ଅବସ୍ଥାରେ ଏକ ଘରେ ନିଆଁ ଲଗାଇ ଦେଇଥିଲା ବୋଲି କିଛି ପ୍ରତ୍ୟକ୍ଷଦର୍ଶୀ ଗ୍ରାମବାସୀ କହିଛନ୍ତି । ନିଆଁ ଗୋଟିଏ ଘରୁ ଅନ୍ୟ ଘର ଗୁଡ଼ିକୁ ଲାଗିଥିଲା । ଖବର ପାଇ କୋଦଳା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । କୋଦଳା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି । ପ୍ରକୃତରେ କୌଣସି ନିଶାଶକ୍ତ ବ୍ୟକ୍ତି ନିଆଁ ଲଗାଇଥିଲେ ନା ଅଗ୍ନିକାଣ୍ଡର ଅନ୍ୟ କିଛି କାରଣ ରହିଛି ସେ ସଂପର୍କରେ ଜାଣିବା ପାଇଁ ପୁଲିସ ତଦନ୍ତ କରୁଛି । ଅଗ୍ନିକାଣ୍ଡରେ ଗ୍ରାମର ନୀର ସ୍ୱାଇଁ, ଚତୁରା ସ୍ୱାଇଁ, ଉତ୍ସବ ସ୍ୱାଇଁ ଓ ବଇଁଶି ସ୍ୱାଇଁଙ୍କ ଘର ପୋଡ଼ିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories