www.samajalive.in
Monday, December 8, 2025
20.1 C
Bhubaneswar

୫୦୦୦ କ୍ରୀଡ଼ାବିତ୍‌ଙ୍କୁ ଘରେ ଅଭ୍ୟାସ ପାଇଁ ସୁବିଧା ଯୋଗାଇଛି କିଟ୍‌

କଟକ : କରୋନା ମହାମାରୀ ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଛି। ଏହା ଦ୍ବାରା କ୍ରୀଡ଼ା ବିଶେଷ ଭାବେ କ୍ଷତିଗ୍ରସ୍ତ ହେବାରେ ଲାଗିଛି। ଏଥିରୁ ବାଦ୍‌ ପଡ଼ିନାହିଁ ଭାରତର ଅନ୍ୟତମ ଶ୍ରେଷ୍ଠ କ୍ରୀଡ଼ା ପ୍ରତିଷ୍ଠାନ କିଟ୍‌ ଓ କିସ୍ । ସଦାସର୍ବଦା କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ନେଇ ଚଳଚଞ୍ଚଳ ହୋଇପଡୁଥିବା କିଟ୍‌ ଓ କିସ୍‌ରେ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ବନ୍ଦ ହୋଇଯାଇଛି। କରୋନା ଆଗରେ ହାର୍‌ ନମାନି କ୍ରୀଡ଼ାବିତ୍‌ମାନେ କିଭଳି ନିଜକୁ ଫିଟ୍‌ ଓ ସୁସ୍ଥ ରଖିବା ସହିତ ଅଭ୍ୟାସକୁ ବଜାୟ ରଖିବେ ​ସେ ନେଇ କିଟ୍‌ ଓ କିସ୍ ପକ୍ଷରୁ ସ୍ବତନ୍ତ୍ର ଯୋଜନା କରାଯାଇଛି।
କିଟ୍‌ ଓ କିସରେ ଗତ ଫେବୃଆରୀ ୨୧ରୁ ମାର୍ଚ୍ଚ ୧ ପର୍ୟ୍ୟନ୍ତ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବ ବିଦ୍ୟାଳୟ କ୍ରୀଡ଼ା , ୫୦ତମ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ କ୍ରୀଡ଼ା, ବିଶ୍ବବିଦ୍ୟାଳୟ କ୍ରୀଡ଼ାବିତ୍‌ଙ୍କ ତୀରନ୍ଦାଜୀ ଓ ଦୌଡ଼କୁଦ ପ୍ରଶିକ୍ଷଣ ଶିବିର, ବିସିସିଆଇ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ , ସାଇ ପ୍ରଶିକ୍ଷଣ ଶିବିର, ୬୮ତମ ଜାତୀୟ ସିନିୟର ଭଲିବଲ ଟୁର୍ଣ୍ଣାମେଣ୍ଟ , ସର୍ବଭାରତୀୟ ବନ କ୍ରୀଡ଼ା ପ୍ରତିଯୋଗିତା ମଧ୍ୟ ସଫଳତାର ସହିତ ଆୟୋଜିତ ହୋଇଛି। କରୋନା ମହାମାରୀ ପାଇଁ ସାରା ଦେଶରେ ମାର୍ଚ୍ଚ ୨୪ରୁ ଲକଡାଉନ୍ ନେଇ ଘୋଷଣା ପରେ ୨୭ ମାର୍ଚରୁ କିଟ୍‌ରେ ଖେଳାଯିବାକୁ ଥିବା ବିସିସିଆଇ ସିନିୟର ମହିଳା ୧୯ ବର୍ଷରୁ କମ୍‌ ଲିଗ୍‌ ଟ୍ରଫି ଗ୍ରୁପ-ଇ ମ୍ୟାଚ, ଏପ୍ରିଲରେ ହେବାକୁ ଥିବା ୧୩ତମ କିଟ୍‌ ପ୍ରିମିୟର ଲିଗ୍‌, ମେ ରେ ଖେଳାଯିବାକୁ ଥିବା ୧୩ତମ କିଟ୍‌ ଇଣ୍ଟରନ୍ୟାସନାଲ ଚେସ୍, ଜୋନାଲ କ୍ରିକେଟ ଏକାଡ଼େମୀ ଶିବିରକୁ ବାତିଲ କରିଦିଆଯାଇଛି ବୋଲି କିଟ୍‌ ଓ କିସ୍‌ର କ୍ରୀଡ଼ା ନିର୍ଦେଶକ ଡ. ଗଗନେନ୍ଦୁ ଦାଶ ସୂଚନା ଦେଇଛନ୍ତି। କିସରେ ବର୍ତ୍ତମାନ ୫୦୦୦ କ୍ରୀଡ଼ାବିତ୍‌ ରହିଛନ୍ତି। କରୋନା ମହାମାରୀ ପାଇଁ ଖେଳାଳିମାନେ ଘରେ ରହୁଛନ୍ତି। ଘରେ କିଭଳି ଖେଳାଳିମାନେ ଖେଳ ଅଭ୍ୟାସ କରିପାରିବେ ଓ ଶାରୀରିକ ଅଭ୍ୟାସକୁ ବଜାୟ ରଖିପାରିବେ ସେ ନେଇ କିଟ୍‌ ଓ କିସ୍ ପକ୍ଷରୁ ସ୍ବତନ୍ତ୍ର ଯୋଜନା କରାଯାଇଛି। କିଟ୍‌ ଓ କିସ୍‌ର ରହିଥିବା ଜିଲା କାର୍ୟ୍ୟାଳୟ ଗୁଡ଼ିକ ସହାୟତାରେ ପିଲାମାନଙ୍କୁ

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories