www.samajalive.in
Monday, December 8, 2025
27.1 C
Bhubaneswar

ଶାହରୁଖଙ୍କ ସହ ଭିଡ଼ିଓ କଲରେ କଥା ହେବାକୁ ଚାହୁଁଛନ୍ତି କି? ପୂରା କରନ୍ତୁ ଏହି ଟାସ୍କ

ନୂଆଦିଲ୍ଲୀ : ବଲିଉଡର କିଙ୍ଗ ଖାନ ଶାହରୁଖ ଖାନ ତାଙ୍କ ପ୍ରଶଂସକଙ୍କ ସହ ବେଳେବେଳେ କଥାବାର୍ତ୍ତା ହୋଇଥାନ୍ତି ଏବଂ ସେମାନଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିବା ଦେଖାଯାଇଛି। ତେବେ ବର୍ତ୍ତମାନ ଲକଡାଉନ ଯୋଗୁ ଘରେ ବସି ଵୋର ହେଉଥିବା ତାଙ୍କ ପ୍ରଶଂସକଙ୍କୁ ଶାହରୁଖ ଏକ ଟାସ୍କ ଦେଇଛନ୍ତି। ଏହି ଟାସ୍କରେ ପ୍ରଶଂସକମାନେ ସେମାନଙ୍କ ଭିତରେ ଲୁକ୍କାୟିତ ଥିବା ଚଳଚ୍ଚିତ୍ର ସମ୍ବନ୍ଧୀୟ ପ୍ରତିଭା ଦେଖାଇ ପାରିବେ। କାରଣ ଶାହରୁଖ ତାଙ୍କ ପ୍ରଶଂସକମାନଙ୍କୁ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିବାକୁ କହିଛନ୍ତି। ଏହି କାର୍ଯ୍ୟ ସମାପ୍ତ କରିବା ପରେ ଶାହରୁଖଙ୍କ ଦଳ ତରଫରୁ ବିଜେତାମାନଙ୍କୁ ମଧ୍ୟ ଚୟନ କରାଯିବ, ଯାହାଙ୍କୁ ଶାହାରୁଖ ଖାନ ଭିଡିଓ କଲ କରିବେ। ଯଦି ଆପଣ ମଧ୍ୟ ଭିଡିଓ କଲ୍ ମାଧ୍ୟମରେ ଶାହରୁଖ ଖାନଙ୍କ ସହ କଥା ହେବାର ସୁଯୋଗ ପାଇବାକୁ ଚାହାଁନ୍ତି ତେବେ ଏହି ଟାସ୍କକୁ ସମାପ୍ତ କରି କିଙ୍ଗ ଖାନଙ୍କ ସହ ଭିଡ଼ିଓ କଲ ମାଧ୍ୟମରେ ସିଧା ସଳଖ କଥା ହୁଅନ୍ତୁ। ତେବେ ଆସନ୍ତୁ ଜାଣିବା ଏହି ଟାସ୍କ ବିଷୟରେ-

ସୋସିଆଲ ମିଡିଆରେ ଶାହରୁଖ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। ସେ ତାଙ୍କ ଟ୍ୱିଟ୍ ସହିତ ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ଲେଖା ଅଛି, ‘କିଏ ବା ହରର ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରେ ନାହିଁ। ବର୍ତ୍ତମାନ ଲକଡାଉନ ସମୟରେ ଯେତେବେଳେ ଆମେ ଅନେକ ଚଳଚ୍ଚିତ୍ର ଦେଖିବାରେ ସମୟ ବିତାଉଛୁ, ତେବେ କାହିଁକି ଆମେ ଆମ ଭିତରେ ଥିବା ଚଳଚ୍ଚିତ୍ର ପ୍ରତିଭାକୁ ଜାଗ୍ରତ ନ କରିବା ଏବଂ ଘରେ ବସି ଏକ ଭୟଙ୍କର ହରର ଚଳଚ୍ଚିତ୍ର ଶୁଟିଂ ନ କରିବା।

- Advertisement -

ଏହା ସହିତ ଅନେକ ସର୍ତ୍ତ ବିଷୟରେ ମଧ୍ୟ ଲେଖାଯାଇଛି। ସର୍ତ୍ତ ଅନୁସାରେ ଲୋକଙ୍କୁ ଘରେ ରହି ଫିଲ୍ମର ଶୁଟିଂ କରିବାକୁ ପଡିବ ଏବଂ ସେମାନଙ୍କୁ ଦିଆଯାଇଥିବା ମେଲ୍ ଆଇଡିକୁ ପଠାଇବାକୁ ପଡିବ। ଏହାପରେ ଶାହରୁଖଙ୍କ ଟିମ ଏହି ଭିଡିଓଗୁଡିକ ଦେଖିବେ ଏବଂ ଏଥିରେ ରହୁଥିବା ତିନି ଜଣ ବ୍ୟକ୍ତି ତିନିଜଣଙ୍କୁ ବିଜୟୀ ବାଛିବେ। ସେହି ବିଜୟୀ ତିନି ଜଣ ଶାହରୁଖ ଖାନ ଏବଂ ତାଙ୍କ ଟିମରୁ ଏକ ଭିଡିଓ କଲ ପାଇବେ।

ଉଲ୍ଲେଖଯୋଗ୍ୟ, ଶାହରୁଖ ବର୍ତ୍ତମାନ ତାଙ୍କର ନୂଆ ୱେବ୍ ସିରିଜ୍ ‘ବେତାଲ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ୱେବ୍ ସିରିଜ୍ ତାଙ୍କ ପ୍ରଡକ୍ସନ୍ ହାଉସ୍ ରେଡ୍ ଚିଲିଜ୍‍ଏଣ୍ଟରଟେନମେଣ୍ଟ ମାଧ୍ୟମରେ ପ୍ରସ୍ତୁତ କରାଯାଇଛି। ଏହି ସିରିଜର ଟ୍ରେଲର ରିଲିଜ ହୋଇଛି ଏବଂ ଖୁବଶୀଘ୍ର ଦର୍ଶକ ଡିଜିଟାଲ ପ୍ଲାଟଫର୍ମରେ ଏହାକୁ ଦେଖିବାକୁ ପାଇବେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories