www.samajalive.in
Monday, December 8, 2025
27.1 C
Bhubaneswar

ଭିଟାମାଟିରେ ମିଳିଲାନି କାମ , ପେଟ ବିକଳରେ ଫେରିଲେ ଚେନ୍ନାଇ

ଖଲ୍ଲିକୋଟ : କରୋନା ସଂକ୍ରମଣର ଭୟାବହତା, କମ୍ପାନୀ କର୍ତ୍ତୃପକ୍ଷଙ୍କ ନିର୍ଯାତନା ଓ ଭୋକ ଉପାସର ତାଡନା ସହିନପାରି ଗତ ୪ ମାସ ତଳେ ଧାର ଉଦ୍ଧାର କରି ବସ, ଟ୍ରେନ ଓ ଚାଲି ଚାଲି ଭିଟାମାଟିକୁ ଫେରିଥିବା ପ୍ରବାସୀ ଏବେ ପୁନର୍ବାର କର୍ମସ୍ଥଳ ମୁହାଁ ହୋଇଛନ୍ତି। ପ୍ରବାସୀ ଓଡ଼ିଆମାନେ ଭିଟାମାଟି ଫେରିବା ପରେ ରାଜ୍ୟ ସରକାର ଜୀବିକା ନିର୍ବାହ ପାଇଁ ଦେଇଥିଲେ ଗଦା ଗଦା ପ୍ରତିଶ୍ରୁତି। କିନ୍ତୁ ସଂଗରୋଧ କେନ୍ଦ୍ରରୁ ଫେରିବା ପରେ ସେମାନଙ୍କୁ କୌଣସି ପ୍ରକାର କାମ ମିଳିନଥିଲା। କରୋନା ପ୍ରତିହତରେ ବ୍ୟସ୍ତ ପ୍ରଶାସନ ଏମାନଙ୍କ କଥା ନବୁଝିବାରୁ ପୁନର୍ବାର ଏମାନେ ର୍କମସ୍ଥଳକୁ ଚାଲି ଯାଉଛନ୍ତି। ମନରେଗାରେ କାମ ହେଉ କି ବେପାରବଣିଜ କରିବାକୁ ଆର୍ଥିକ ସହାୟତା ନମିଳିବାରୁ ଏମାନେ କର୍ମସ୍ଥଳକୁ ଫେରଯିବାକୁ ବାଧ୍ୟ ହୋଇଛନ୍ତି। ଭିଟାମାଟିରେ ପରିବାର ପ୍ରତିପୋଷଣ କରିନପାରି ଅସହାୟ ପ୍ରବାସୀ ବାଧ୍ୟ ହୋଇ କମ୍ପାନୀ ସହାୟତାରେ ବସ ଯୋଗେ ଚେନ୍ନାଇ ଓ ଅନ୍ୟାନ୍ୟ ସ୍ଥାନକୁ ଯିବାରେ ଲାଗିଛନ୍ତି।

ଖଲ୍ଲିକୋଟ ବ୍ଲକର ତୋଟାଗାଁ, କମଳାପଦର ଗ୍ରାମର ୨୭ ଜଣ ପ୍ରବାସୀ ବସ ଯୋଗେ ଚେନ୍ନାଇର ଏକ କମ୍ପାନୀକୁ ଫେରି ଯାଇଛନ୍ତି। ଖଲ୍ଲିକୋଟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରୁ ଉକ୍ତ ପ୍ରବାସୀ ଓଡ଼ିଆମାନେ ବସରେ ଚଢ଼ିଲା ବେଳେ ଓଡିଶା ସରକାର ଆମକୁ ଜୀବିକା ଯୋଗାଇ ପାରିଲା ନାହିଁ ବୋଲି ନାରା ଦେଇଥିଲେ। ଗ୍ରାମାଞ୍ଚଳରେ ଚାଲିଥିବା ମନରେଗାରେ ଭୁତ ଶ୍ରମିକ ଜବକାର୍ଡ ହାତେଇଥିବା ବେଳେ ବିଭିନ୍ନ ଉନ୍ନୟନ କାମ ମେସିନରେ କରାଯାଉଛି ବୋଲି କହିଥିଲେ। ଅଧିକ ସମୟ ଘରେ ହାତବାନ୍ଧି ବସିବା ଅପେକ୍ଷା ପରିବାର ବୋଝ ମେଣ୍ଟାଇବା ପାଇଁ ବାଧ୍ୟ ହୋଇ ଭିଟାମାଟି ଛାଡି କର୍ମସ୍ଥଳକୁ ଫେରୁଛନ୍ତି ବୋଲି ପ୍ରକାଶ କରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories