www.samajalive.in
Monday, December 8, 2025
27.1 C
Bhubaneswar

ଠିକାଦାର ମାଲେମାଲ,  ଜନତା ବେହାଲ

କେଶଦୁରାପାଳ : ବହୁ ଚର୍ଚ୍ଚିତ ବେଲବାହାଳୀ କୁସେଇ ସେତୁ ମରାମତି ନ ସରଣୁ ପିଚୁ ଉଠି ଯାଇଥିବା ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲାର ଲାଇଫଲାଇନ କହୁଥିବା ୨୦ନଂ ଜାତୀୟ ରାଜପଥ ନିର୍ମାଣ , ମରାମତି ଓ ରକ୍ଷଣା ବେକ୍ଷଣ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେବା ପରିବର୍ତ୍ତେ ଅଣଦେଖା କରୁଥିବାରୁ ଜିଲ୍ଲାବାସୀ ନାହିଁ ନଥିବା ଦୁର୍ଦ୍ଦଶା ଭୋଗ କରୁଥିବା ଜଣାଯାଇଛି ।୨୦ନଂ ଜାତୀୟ ରାଜପଥର ବେଲବାହାଳୀଠାରେ ଥିବା ବହୁ ପୁରାତନ ଅଣଓସାରିଆ ଦୁର୍ବଳ କୁଶେଇ ସେତୁ କ୍ରମଶଃ ଜରାଜୀର୍ଣ୍ଣ ହୋଇ ପଡୁଥିଲେ ମଧ୍ୟ ବିକଳ୍ପ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଉନଥିବାରୁ କେତେବେଳେ ଯେ ଏହା ଭୁଶୁଡି ପଡିବ ସେନେଇ ଆଶଙ୍କା ପ୍ରକାଶ ପାଇଛି ।ଏହି ପୂରୁଣା ସେତୁକୁ ଦୁଇଥର ମରାମତି କାର୍ଯ୍ୟ କରାଯାଇଥିଲେ ମଧ୍ୟ ମାତ୍ର କିଛିଦିନ ପରେ ପୂର୍ବ ପରି  ହୋଇ ଯାଉଥିବା ଦେଖାଯାଇଛି ।ଗତ ଅକ୍ଟୋବର ମାସରେ ୩ଦିନ ଧରି ସେତୁ ମରାମତି କାର୍ଯ୍ୟ କରାଯାଇ ଥିଲେ ମଧ୍ୟ ଉଭୟ ପାର୍ଶ୍ଵର ବାଡା ଭାଙ୍ଗି ଯାଇ ବିପଦ ସୃଷ୍ଟି କରିଛି । ପରେ ପୂନର୍ବାର ଚଳିତ ମାସ ୨ ଓ ୩ତାରିଖରେ ଯାନବାହାନ ଯାତାୟତକୁ ବନ୍ଦ କରାଯାଇ ସେତୁର ଉପରି ଭାଗ ଓ ଉଭୟ ପାର୍ଶ୍ଵର ଆପ୍ରୋଚ ରୋଡ ପିଚୁ କରାଯାଇଥିଲା ।ମାତ୍ର ଗୋଟିଏ ଦିନ ପରେ ପିଚୁ ଉଠିଯାଇ ଥିବା ପରିଲକ୍ଷିତ ହୋଇଛି ।ରକ୍ଷଣା ବେକ୍ଷଣ ନାଁରେ ଲକ୍ଷଲକ୍ଷ ଟଙ୍କା ବ୍ୟୟ କରାଯାଉଥିଲେ ମଧ୍ୟ ଉପଯୁକ୍ତ ତଦାରଖ କରାଯାଉ ନଥିବା ଓ ଅତ୍ୟନ୍ତ ନିମ୍ନ ମାନର  କାର୍ଯ୍ୟ ଯୋଗୁଁ ଏପରି ଅବସ୍ଥା ସୃଷ୍ଟି ହୋଇଛି ।ଏହାକୁ ନେଇ ସରକାରଙ୍କର ଠିକାଦାର  ପୋଷଣ ଯୋଜନା ବୋଲି ସାଧାରଣରେ ଆଲୋଚନା ହେଉଛି । କେ ହି, କେହି ସରକାର କା ମାଲ ଦରିଆ ମେ ଡାଲ ବୋଲି ଆଲୋଚନା କରୁଛନ୍ତି । କେନ୍ଦୁଝର ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories