କେନ୍ଦୁଝରଗଡ଼: ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କବିତ୍ରାର ଛାତ୍ରୀ ସୋନାକ୍ଷୀ ମହାନ୍ତ ଚଳିତ ଶିକ୍ଷାବର୍ଷର ତୃତୀୟ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାରେ ସର୍ବୋଚ୍ଚ ସ୍ଥାନ ହାସଲ କରି ବୃତ୍ତି ପାଇଁ ଯୋଗ୍ୟ ବିବେଚିତ ହେବାସହ ବିଦ୍ୟାଳୟକୁ ଗୌରାବାନ୍ୱିତ କରିଛନ୍ତି। ଏହି ଅବସରରେ ଶନିବାର ବିଦ୍ୟାଳୟ ପକ୍ଷରୁ ସୋନାକ୍ଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସମ୍ବର୍ଦ୍ଧନା ଉତ୍ସବରେ ଛାତ୍ରୀ ସୋନାକ୍ଷୀଙ୍କୁ ଶିକ୍ଷକମଣ୍ଡଳୀ ଏବଂ ଅଭିଭାବକଙ୍କ ତରଫରୁ ଅଭିନନ୍ଦନ ଜ୍ଞାପନ ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି।
Popular Categories



