www.samajalive.in
Tuesday, November 18, 2025
27.1 C
Bhubaneswar

ବାରବାଟୀ ଦିନିକିଆ: ଟସ୍‌ ଜିତିବା ପରେ ଇଂଲଣ୍ଡର ବ୍ୟାଟିଂ ଜାରି

ସମାଜ ଡିଜିଟାଲ ଡେସ୍କ: ବାରବାଟୀରେ ଚାଲିଥିବା ୨ୟ ଦିନିକିଆ ମ୍ୟାଚରେ ଭ୍ରମଣକାରୀ ଦଳ ଇଂଲଣ୍ଡ ଟସ୍‌ ଜିତିବା ପରେ ବ୍ୟାଟିଂ ଜାରି ରଖିଛି। ଦଳ ୩୦ ଓଭର ଖେଳ ଶେଷ ସୁଦ୍ଧା ୩ ଉଇକେଟ ବିନିମୟରେ ୧୬୮ ରନ୍‌ ସଂଗ୍ରହ କରିବା ସହିତ ଭଲ ସ୍ଥିତିରେ ରହିଛି।

ଟସ୍‌ ଜିତିବା ପରେ ଇଂଲଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଓପନର ଫିଲ୍‌ ସଲ୍ଟ ଏବଂ ବେନ୍‌ ଡକେଟ ଭଲ ପ୍ରାରମ୍ଭ କରିଥିଲେ। ପ୍ରଥମ ଉଇକେଟ ଯୋଡ଼ିରେ ଉଭୟେ ୮୧ ରନ ସଂଗ୍ରହ କରିଥିଲେ। ୧୧ ତମ ଓଭର ବୋଲିଂ କରୁଥିବା ବରୁଣ ଚକ୍ରବର୍ତ୍ତୀଙ୍କ ୫ମ ବଲରେ ସେ ଆଉଟ ହେବା ସହିତ ଭାରତକୁ ପ୍ରଥମ ସଫଳତା ମିଳିଥିଲା। ପରେ ଡକେଟ ଏବଂ ଜୋ ରୁଟ୍ ଦଳର ସ୍କୋର ଆଗେଇ ନେଇଥିଲେ। ଦଳର ସ୍କୋର ୧୦୨ ହୋଇଥିବାବେଳେ ୧୬ ତମ ଓଭରରେ ରବୀନ୍ଦ୍ର ଜାଡେଜାଙ୍କ ଦ୍ବାରା ଡକେଟ୍‌(୬୫ରନ) ଆଉଟ ହୋଇ ପ୍ୟାଭିଲିଅନ ଫେରିଥିଲେ। ଏହା ପରେ ରୁଟ୍‌ ଏବଂ ହ୍ୟାରି ବ୍ରୁକ ୬୬ ରନର ପାର୍ଟନରଶିପ କରିଥିବାବେଳେ ୧୬୮ରେ ଦଳର ୩ୟ ଉଇକେଟର ପତନ ଘଟିଥିଲା। ଜୋ ରୁଟ୍‌ ୩୫ ଏବଂ ଜସ୍‌ ବଟଲର ୧ ରନ କରି ଅପରାଜିତ ରହିଛନ୍ତି। ଭାରତୀୟ ବୋଲର ହର୍ଶିତ ରାଣା, ବରୁଣ ଚକ୍ରବର୍ତ୍ତୀ ଏବଂ ଜାଡେଜା ଗୋଟିଏ ଲେଖାଏ ସଫଳତା ହାସଲ କରିଛନ୍ତି।

Hot this week

ଏସସିବିରେ ଲଜ୍ଜା: ଆଇସିୟୁ ଭିତରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ସମାଜଲାଇଭ ଡେସ୍କ: କଟକ ବଡ଼ ଡାକ୍ତରଖାନାରେ ଘଟିଛି ଲଜ୍ଜାଜନକ ଘଟଣା। ବଡ଼...

୧୦ ଅଭିଯୁକ୍ତଙ୍କ ନାଁରେ ଏନ୍‌ଆଇଏ ଚାର୍ଜସିଟ୍

ଭୁବନେଶ୍ଵର : ବାଂଲାଦେଶୀ ନାବାଳିକା ଚାଲାଣ ଅଭିଯୋଗରେ ୧୦ ଅଭିଯୁକ୍ତଙ୍କ ନାଁରେ...

ଏକ୍ସ ଓ ଚାଟ୍‌ଜିପିଟି ସର୍ଭର ଡାଉନ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଚାଟ୍ ଜିପିଟି ସର୍ଭର...

ବିମାନ ୩ ଘଣ୍ଟା ବିଳମ୍ବ, ପୁଣେ ବିମାନବନ୍ଦରରେ ତିକ୍ତତା

ପୁଣେ, ୧୮ା୧୧: ପୁଣେ ବିମାନବନ୍ଦରରେ ମଙ୍ଗଳବାର ଇଣ୍ଡିଗୋର ପୁଣେ-ଦିଲ୍ଲୀ ବିମାନ(୬ଇ ୬୭୬୩)...

ମୃତଦେହ ଝୁଣି ଖାଉଛି କୁକୁର

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ମଣିଷ ଶରୀରକୁ ଝୁଣି ଖାଉଛି କୁକୁର। ବିଲ...

Related Articles

Popular Categories