www.samajalive.in
Monday, December 8, 2025
27.1 C
Bhubaneswar

ଲଗାଣ ବର୍ଷା ଯୋଗୁ ଲୁଣା ନଦୀର ଜଳସ୍ତର ବୃଦ୍ଧି, ଗାଁରେ ପଶିଲା ପାଣି

କେନ୍ଦ୍ରାପଡ଼ା: ରାଜ୍ୟରେ ଲଗାଣ ବର୍ଷା ଯୋଗୁ କେନ୍ଦ୍ରାପଡ଼ା ଜିଲାରେ ବ୍ୟାପକ କ୍ଷୟକ୍ଷତି ସାଙ୍ଗକୁ ବହୁ ଗ୍ରାମ ଜଳମଗ୍ନ ହୋଇଛି। ଏହି ଜିଲା ଦେଇ ପ୍ରବାହିତ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରେ ବନ୍ୟା ଆଶଙ୍କା ଦେଖାଦେଇଛି। ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ କେନ୍ଦ୍ରାପଡ଼ାରେ ଲୁଣା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାର ପ୍ରଭାବରେ କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ଗ୍ରାମରେ ବନ୍ୟାଜଳ ପ୍ରବେଶ କରିଛି। ବର୍ତ୍ତମାନ ପୂବାଂଶରେ ୩୫.୭୦ଫୁଟ, ଦାନପୁରରେ ୩୩.୩୦ଫୁଟ, ବାସୁପୁରରେ ୨୯.୮୦ଫୁଟ, ମର୍ଶାଘାଇ ୨୧. ୯୦ ଫୁଟ ଉଚ୍ଚରେ ଜଳ ପ୍ରବାହିତ ହେଉଛି। ସେହିପରି ଚିତ୍ରୋତ୍ପଳା ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଉଛି। ଏହା ପାଟକୁରାରେ ୨୨.୫୦ଫୁଟ ଉଚ୍ଚରେ ଜଳ ପ୍ରବାହିତ ହେଉଛି। ବୈତରଣୀ ନଦୀ ଇନ୍ଦ୍ରପୁରଠାରେ ୮.୮୩ମିଟର ଉଚ୍ଚରେ ପ୍ରବାହିତ ହେଉଥିବାବେଳେ ବିରୂପା ନଦୀ ଗୋପାଳପୁରଠାରେ ୧୧.୧୮ ମିଟର ପର୍ଯ୍ୟନ୍ତ ଜଳସ୍ତର ହ୍ରାସ ପାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ୯ଟି ସ୍ଥାନରେ ଘଳିଆ ପଡ଼ିଥିବାବେଳେ ବିରୁପାରେ ବେଣୀପୁର ଘେରି ନଦୀବନ୍ଧ ଭାଙ୍ଗିଛି ବୋଲି କେନ୍ଦ୍ରାପଡ଼ା ଜଳସମ୍ପଦ ଡିଭିଜନ୍‌ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories