www.samajalive.in
Tuesday, December 9, 2025
17.1 C
Bhubaneswar

ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଆନ୍ଧ୍ର ପ୍ରଦେଶରେ ଫସିଥିବା ୨୫୦ ଓଡିଆଙ୍କ ପାଖରେ ପହଞ୍ଚିଲା ଖାଦ୍ୟ ସାମଗ୍ରୀ

କେନ୍ଦ୍ରାପଡା : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଫସି ରହିଥିବା ୨୫୦ ଜଣ ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚିଛି।

ସୂଚନା ଯୋଗ୍ୟ, ସାରା ଦେଶରେ କରୋନା ଲକ୍‌ଡାଉନ ଯୋଗୁ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଓଡିଶାର କେନ୍ଦ୍ରାପଡା ଜିଲ୍ଲାର ୨୫୦ ଜଣ ଓଡିଆ ଶ୍ରମିକ ଭୋକ ଉପାସରେ ଫସି ରହିଛନ୍ତି। ଫସି ରହିଥିବା ଏହି ଓଡିଆ ଶ୍ରମିକମାନେ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ପାଇଁ ଶ୍ରୀ ପଣ୍ଡାଙ୍କୁ ନିବେଦନ କରିଥିଲେ। ଶ୍ରୀ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଆନ୍ଧ୍ର ପ୍ରଦେଶ ବିଜେପିର କାର୍ଯ୍ୟକର୍ତ୍ତାଙ୍କ ସହ ଜିଲ୍ଲାର ଓବିସି ମୋର୍ଚ୍ଚା ସଭାପତି ଜେ. ରମ୍ମୁ ତୁରନ୍ତ ଫସି ରହିଥିବା ଓଡିଆଙ୍କ ପାଖରେ ପହଞ୍ଚି ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଥିଲା । ଲକ୍‌ଡାଉନ ଆରମ୍ଭରୁ ଏହି ଶ୍ରମିକ ମାନେ କୌଣସି ମତେ ନିଜ ଖାଦ୍ୟ ପାନୀୟ ବ୍ୟବସ୍ଥା କରିଥିଲେ କିନ୍ତୁ ଲକ୍‌ଡାଉନ ବଢିବା ପରେ ସେମାନଙ୍କ ପାଖରେ ଥିବା ଖାଦ୍ୟ ସାମଗ୍ରୀ ସରିଯାଇଥିଲା ଓ ଆର୍ଥିକ ସମ୍ବଳ ମଧ୍ୟ ନଥିଲା ଶେଷରେ ଏହି ଶ୍ରମିକ ମାନେ ଶ୍ରୀ ପଣ୍ଡାଙ୍କୁ ଯୋଗାଯୋଗ କରି ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ।

- Advertisement -

ଭୋକ ଉପାସରେ ଫସି ରହିଥିବା ଓଡିଆ ମାନଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇ ଥିବାରୁ ଶ୍ରୀ ପଣ୍ଡା ଆନ୍ଧ୍ର ପ୍ରଦେଶ ବିଜେପିର କାର୍ଯ୍ୟକର୍ତ୍ତାଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇବା ସହ ଏହି ସେବା ମନୋଭାବ ବିଜେପିକୁ ବିଶ୍ବର ସର୍ବବୃହତ ରାଜନୈତିକ ଦଳ କରିଛି ବୋଲି କହିଛନ୍ତି। ପ୍ରବାସୀ ଓଡିଆ ଶ୍ରମିକମାନେ ଶ୍ରୀ ପଣ୍ଡାଙ୍କ ତୁରନ୍ତ ହସ୍ତକ୍ଷେପ ପାଇଁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories