ବେଜିଂ: ଚୀନ୍ରେ କରୋନା ଭାଇରସରେ ଆଉ ୪୫ଜଣଙ୍କ ମୃତ୍ୟୁ ଘଟିଛି। ଯାହାଫଳରେ କରୋନା ଭାଇରସ ଜନିତ ମୃତ୍ୟୁସଂଖ୍ୟା ୩୦୪କୁ ବୃଦ୍ଧି ପାଇଛି। ଏହା ସହ ଏହି ଭୟଙ୍କର ରୋଗରେ ୧୪ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ଜାଣିବାକୁ ମିଳିଛି । ବିଶ୍ୱର ୧୮ଟି ଦେଶକୁ କରୋନା ଭାଇରସ ବ୍ୟାପିଥିବା ଜଣାପଡ଼ିଛି । ଚୀନ୍ର ସବୁ ଅଂଚଳରେ ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ବର୍ତ୍ତମାନ ସ୍ଥିତିରେ ଚୀନ୍ରେ କରୋନା ଭାଇରସ୍ ଚିକିତ୍ସା ପାଇଁ ଆବଶ୍ୟକ ଚିକିତ୍ସାଳୟ ଥିଲେ ମଧ୍ୟ ଏହା ଜରୁରୀ ସ୍ଥିତିର ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଦୁଇଟି ନୂଆ ହସ୍ପିଟାଲ୍ ନିର୍ମାଣ କରିଛି।
ଚୀନରେ କରୋନାରେ ଆଉ ୪୫ଜଣଙ୍କ ମୃତ୍ୟୁ : ମୃତ୍ୟୁ ସଂଖ୍ୟା ୩୦୪କୁ ବୃଦ୍ଧି
Popular Categories



