www.samajalive.in
Thursday, December 11, 2025
27.1 C
Bhubaneswar

ନିର୍ବାଚନ ପ୍ରଚାର ବେଳେ ‘ନାଗୀନ ନାଚ’ କଲେ କର୍ଣ୍ଣାଟକ ମନ୍ତ୍ରୀ

ବେଙ୍ଗାଲୁରୁ : ଲୋକସଭା ନିର୍ବାଚନ ପାଇଁ ପ୍ରଚାରବେଳେ କର୍ଣ୍ଣାଟକର ଜଣେ ମନ୍ତ୍ରୀ ନାଗୀନ ନୃତ୍ୟ କରିବା ଘଟଣା ବେଶ୍‍ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁସାରେ କଂଗ୍ରେସ ନେତା ତଥା କର୍ଣ୍ଣାଟକ ଗୃହ ଉନ୍ନୟନ ମନ୍ତ୍ରୀ ଏମ୍‍ଟିବି ନାଗରାଜ ଗତ ମଙ୍ଗଳବାର ବେଙ୍ଗାଲୁରୁଠାରୁ ୨୭ କିଲୋମିଟର ଦୂର ହୋସକୋଟେକୁ ନିର୍ବାଚନୀ ପ୍ରଚାରରେ ଯାଇଥିଲେ। ସେଠାରେ ସେ ପ୍ରଚାର ବେଳେ ଲୋକଙ୍କ ସହ ନାଗୀନ ନୃତ୍ୟ କରିଥିଲେ। ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ୧୯୫୪ରେ ନିର୍ମିତ ଚଳଚ୍ଚିତ୍ର ‘ନାଗୀନ’ ଗୀତରେ ସେ ନୃତ୍ୟ କରିଥିଲେ। ସେ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭିରାପା ମୋଇଲିଙ୍କ ପାଇଁ ପ୍ରଚାର କରୁଥିଲେ। ଲୋକଙ୍କ ସହ ୬୭ ବର୍ଷ ବୟସର ମନ୍ତ୍ରୀ ପ୍ରାୟ ୧୦ ମିନିଟ୍‍ ନୃତ୍ୟ କରିଥିଲେ।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories