www.samajalive.in
Monday, December 8, 2025
27.1 C
Bhubaneswar

ଆଜି କର୍ଣ୍ଣାଟକ ମତ ଗଣତି

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ ଗଣତି ଶନିବାର ହେବ। ସକାଳ ୮ଟାରୁ ରାଜ୍ୟର ୩୬ଟି କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ ହେବ। ଏଥିପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭୋଟ ଗଣତିକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁ ଜିଲାରେ ୧୪୪ଧାରା ଜାରି କରାଯାଇଛି । ସକାଳ ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ବେଙ୍ଗାଲୁରୁ ସହର ସହିତ ସମଗ୍ର ଜିଲାରେ ୧୪୪ଧାରା ବଳବତ୍ତର ରହିବ। ସେହିପରି ବେଙ୍ଗାଲୁରୁ ପୁଲିସ ଆୟୁକ୍ତ ଅଞ୍ଚଳରେ ଶନିବାର ମଦବିକ୍ରିକୁ ନିଷିଦ୍ଧ କରାଯାଇଛି। ରାଜ୍ୟର ୨୨୪ ଆସନ ପାଇଁ ବୁଧବାର ଭୋଟ ଗ୍ରହଣ ହୋଇଥିଲା। ଏହି ନିର୍ବାଚନରେ ୭୩.୧୯ ପ୍ରତିଶତ ମତଦାନ ହୋଇଛି । ଯାହା ୨୦୧୮ ନିର୍ବାଚନ ତୁଳନାରେ ଅଧିକ। ମତଦାନ ପରବର୍ତ୍ତୀ ବୁଥ ବାହୁଡା ମତ ଅନୁଯାୟୀ ନିର୍ବାଚନରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ମୁକାବିଲା ହେବ। ନିର୍ବାଚନରେ କଂଗ୍ରେସ ଅଧିକ ଆସନ ପାଇବ ବୋଲି ଅଧିକାଂଶ ସର୍ଭେ ଏଜେନ୍ସି ପୂର୍ବାନୁମାନ କରିଛନ୍ତି। ମାତ୍ର କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ମିଳିବାର ସମ୍ଭାବନା ନାହିଁ। ଏପରି କ୍ଷେତ୍ରରେ ଝୁଲା ବିଧାନସଭା ହେବାର ସମ୍ଭାବନା ରହିଛି। ଝୁଲା ବିଧାନସଭା ହେଲେ ଜେଡିଏସ୍ ନିର୍ଣ୍ଣାୟକ ଭୂମିକାରେ ଅବତୀର୍ଣ୍ଣ ହେବ। ତେବେ ଏହିସବୁ ପୂର୍ବାନୁମାନ କେତେଦୂର ଠିକ୍ ହେଉଛି ତାହା ଭୋଟ ଗଣତି ପରେ ଜଣାପଡିବ। ଅନ୍ୟପଟେ କର୍ଣ୍ଣାଟକ ନିର୍ବାଚନ ନିମନ୍ତେ ଉପଯୋଗ ହୋଇଥିବା ଇଭିଏମଗୁଡିକ ଦକ୍ଷିଣ ଆଫ୍ରିକାରେ ବ୍ୟବହାର ହୋଇଥିବା କଂଗ୍ରେସ ଅଭିଯୋଗ କରିଛି। ମାତ୍ର କଂଗ୍ରେସର ଏପରି ଅଭିଯୋଗକୁ ନିର୍ବାଚନ ଆୟୋଗ ଖଣ୍ଡନ କରିଛନ୍ତି। ଆୟୋଗ କହିଛନ୍ତି ଯେ, କର୍ଣ୍ଣାଟକ ନିର୍ବାଚନରେ ନୂଆ ଇଭିଏମ୍ ବ୍ୟବହାର କରାଯାଇଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories