ଭୁବନେଶ୍ୱର : ଗିରଫ ହେଲେ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକ। ଲାଞ୍ଚ ନେଇଥିବା ଅଭିଯୋଗରେ ଚାର୍ଲସଙ୍କୁ ଗିରଫ କଲା ଭିଜିଲାନ୍ସ। ଏନଏଚଏଆଇ ପକ୍ଷରୁ ଜମି ଅଧିଗ୍ରହଣ ଚେକ୍ ଦେବାକୁ ଲାଞ୍ଚ ନେଇଥିବା ନେଇ ତାଙ୍କ ନାମରେ ଅଭିଯୋଗ ରହିଛି। ୧୦ ଲକ୍ଷ ଓ ୨ ଲକ୍ଷର ଦୁଇଟି ବ୍ଲାଙ୍କ ଚେକ୍ରେ ଲାଞ୍ଚ ନେଇ ଗିରଫ ହୋଇଛନ୍ତି। ଗତକାଲି ତହସିଲଦାରଙ୍କ ଘର ସମେତ ୪ଟି ସ୍ଥାନରେ ଚଢାଉ କରାଯାଇଥିଲା।
ସୂଚନା ଯୋଗ୍ୟ, ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକ। ଏନଏଚଏଆଇ ପକ୍ଷରୁ ଜମି ଅଧିଗ୍ରହଣ ଚେକ୍ ଦେବାକୁ ଜଣେ ବ୍ୟକ୍ତିଙ୍କଠାରୁ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ ତହସିଲଦାର। ଅଭିଯୋଗ ଅନୁସାରେ, ଏନଏଚଏଆଇ ପ୍ରଦତ୍ତ ୫୧ ଲକ୍ଷର ଚେକ୍ ଦେବାକୁ ତହସିଲଦାର ଦୁଇଟି ବ୍ଲାଙ୍କ୍ ଚେକ୍ ନେଇଥିଲେ। ଦୁଇଟି ଖାଲି ଚେକ୍ ଆକାରରେ ୧୦ ଲକ୍ଷ ଟଙ୍କା ଏବଂ ୨ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ। ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା। କରଞ୍ଜିଆରେ ୩ଟି ଓ ଭଦ୍ରକରେ ଗୋଟିଏ ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲା। ଏହି ଚଢାଉରେ ଜଣେ ଅତିରିକ୍ତ ଏସପି, ୭ ଡିଏସପି, ୩ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ।
ଲାଞ୍ଚ ନେଇ ଗିରଫ ହେଲେ କରଞ୍ଜିଆ ତହସିଲଦାର
Popular Categories



