www.samajalive.in
Tuesday, December 9, 2025
15.1 C
Bhubaneswar

 ଯୁବକଙ୍କ ଆତ୍ମହତ୍ୟା, ମଶାଣିରୁ ମୃତଦେହ ଜବତ କଲା ପୁଲିସ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ବାହାରେନସିଲେଡ଼ ଗାଁ ଜଣେ ୧୮ବର୍ଷ ର ଯୁବକ ଗତକାଲି ରାତିରେ ପରିବାର ଲୋକେ ଶୋଇଥିବା ଅବସ୍ଥା ରେ ନିଜ ବେକରେ ରସି ଲଗାଇ ଆତ୍ମ ହତ୍ୟା କରିଥିବା ପରିବାର ସୂତ୍ରରୁ ଜଣାପଡିଛି। ଯୁବକ ଜଣକଙ୍କ ପରିଚୟ  ବିନୋଦ ଚିରାଗୁନ, ସେ ମାନସିକ ବିକାରଗ୍ରସ୍ତ ଥିବା ବାପା ଶିବା ଚିରାଗୁନ ପୁଲିସ ଆଗରେ ତଦନ୍ତ ବେଳେ ପ୍ରକାଶ କରିଥିବା ସୂଚନା ମିଳିଛି।  ପରିବାର ଲୋକେ ଭୋର ସମୟରେ ଉଠିବା ସମୟରେ ବିନୋଦ ଆତ୍ମ ହତ୍ୟା କରିଥିବା ଜାଣିବାକୁ ପାଇଥିଲେ।
କିନ୍ତୁ ଶୋକାକୁଳ ପରିବାର ପୁଲିସକୁ ଖବର ଦେବା ପୂର୍ବରୁ ଶବଦାହ ପାଇଁ ଗାଁ ପାଖ ମଶାଣିଙ୍କୁ ନେଇଥିଲେ। ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ। ସ୍ଥାନୀୟ ଡାକ୍ତର ଖାନରେ ଶବ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ପୁଲିସ ତଦନ୍ତ ଜାରି ରଖିଥିବା ବେଳେ, ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ରଶ୍ମିତା ବେହେରା ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories