www.samajalive.in
Monday, December 8, 2025
20.1 C
Bhubaneswar

କଙ୍ଗନାଙ୍କ ପଙ୍ଗା

ମୁମ୍ବଇ : ଅଶ୍ବିନ୍ ଅୟାର ତିୱାରୀ ନିର୍ଦେଶିତ ‘ପଙ୍ଗା’ ଚଳଚ୍ଚିତ୍ରର ଟ୍ରେଲର ଇତିମଧ୍ୟରେ ମୁକ୍ତିଲାଭ କରିଛି। ମୁଖ୍ୟ ଭୂମିକାରେ କଙ୍ଗନା ରଣାୱତ୍, ରିଚା ଚଢ଼ା, ନୀନା ଗୁପ୍ତା ଅଭିନୟ କରିଛନ୍ତି। କବାଡ଼ି ଖେଳ ଉପରେ ଆଧାରିତ ଏଇ ଚଳଚ୍ଚିତ୍ରର କାହାଣୀରେ କଙ୍ଗନାଙ୍କ ଦମ୍‌ଦାର୍ ଅଭିନୟ ଦେଖିବାକୁ ମିଳିବ। ନିର୍ଦେଶକ ଅଶ୍ବିନ୍ କହିଛନ୍ତି, କଙ୍ଗନାଙ୍କୁ ଏଇ ଚରିତ୍ର ପାଇଁ ଖୁବ୍ ପରିଶ୍ରମ କରିବାକୁ ପଡ଼ିଥିଲା। ପ୍ରଥମ ପର୍ୟ୍ୟାୟରେ ଓଜନ ବଢ଼ାଇବା ଓ ଦ୍ବିତୀୟ ଭାଗରେ ଓଜନ କମ୍ କରିବା। ଖୁବ୍ କମ୍ ଦିନରେ କଙ୍ଗନା ଏସବୁ କରି ଯଥା ଶୀଘ୍ର ସୁଟିଂ ଶେଷ କରିଥିଲେ। ମଧ୍ୟବିତ୍ତ ପରିବାରର ଝିଅ ଜୟାଙ୍କ ଚରିତ୍ରକୁ ନେଇ କାହାଣୀର ପୃଷ୍ଠଭୂମି। କବାଡ଼ି ଖେଳୁଥିବା ଏଇ ଝିଅ ବିବାହ ପରେ ମଧ୍ୟ ସବୁ ଦାୟିତ୍ବକୁ ଠିକ୍ ଭାବେ ତୁଲାଉଥିଲା। ମା’ ହେବା ପରେ କିନ୍ତୁ ଏଇ ଖେଳକୁ ସେ ପୂର୍ଣ୍ଣଚ୍ଛଦ ପକାଇବାକୁ ନିଷ୍ପତ୍ତି ନେଲା। ପରେ ସୁଯୋଗ ଆସିଛି ଓ କିଭଳି ଭାବେ ସେ ଏହାର ଉପଯୋଗ କରି ସଫଳ ହୋଇପାରିଛି, ତାହା ହିଁ କାହାଣୀ। ଚଳଚ୍ଚିତ୍ରଟି ଜାନୁଆରୀ ୨୬ରେ ସର୍ବଭାରତୀୟସ୍ତରରେ ମୁକ୍ତିଲାଭ କରିବ ବୋଲି ସ୍ପଷ୍ଟ ହୋଇଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories