www.samajalive.in
Tuesday, December 9, 2025
16.1 C
Bhubaneswar

ମୁମ୍ବଇରେ ପହଞ୍ଚିଲେ କଙ୍ଗନା: କହିଲେ ଆଜି ମୋ ଘର ଭାଙ୍ଗିଛି, ଉଦ୍ଧବ କାଲି ତୁମ ଗର୍ବ ଭାଙ୍ଗିବ

ମୁମ୍ବଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ବୁଧବାର ମୁମ୍ବଇରେ ପହଞ୍ଚିଛନ୍ତି। ଗୋଟିଏ ପଟେ କଙ୍ଗନାଙ୍କୁ ମୁମ୍ବାଇ ଆଗମନକୁ ଶିବସେନା ସମର୍ଥକ କଳାପତାକା ପ୍ରଦର୍ଶନ କରି ଏୟାରପୋର୍ଟରେ କଡ଼ା ବିରୋଧ କରିଥିଲେ।  ଅନ୍ୟପଟେ କର୍ଣ୍ଣି ସେନା କଙ୍ଗନାଙ୍କୁ ସମର୍ଥନ କରି ଏୟାରପୋର୍ଟରେ ମେଳି କରିଥିବା ଦେଖିବାକୁ ମିଳିଥିଲା।

ସୂଚନା ଅନୁଯାୟୀ,  ମୁମ୍ବାଇରେ ପହଞ୍ଚିବାପରେ କଙ୍ଗନା ସିଧାସଳଖ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗଟ କରିଛନ୍ତି। ଆଜି ମୋ ଘର ଭାଙ୍ଗିଛି କାଲି ତୁମ ଅହଂକାର ଭାଙ୍ଗିବ। ମୁଭି ମାଫିଆଙ୍କ ସହ ମିଶି ମୋ ଘର ଭାଙ୍ଗିଥିବା ଉଦ୍ଧବ ଠାକରେ ଦିନେ ତୁମ ଅହଂକାର ଭାଙ୍ଗିବ ବୋଲି କଙ୍ଗନା କହିଛନ୍ତି । ଆଜି ଯେଉଁ କ୍ରୁରତା ଦେଖାଇଛ, ଭଲ ହୋଇଛି ମୋ ସହ ହୋଇଛି। ଉଦ୍ଧବ ମନେରଖ ଏ ସମୟର ଚକ ସବୁଦିନ ସମାନ ନ ଥିବ। ଏଭଳି କଡା ସମାଲୋଚନ କରିଛନ୍ତି କଙ୍ଗନା ରାଣାୱତ।

- Advertisement -

ଖବର ଅନୁଯାୟୀ, ସେ ମୁମ୍ବଇରେ ପହଞ୍ଚିବା ପୂର୍ବରୁ ବିଏସମି ତାଙ୍କ ବାନ୍ଦ୍ରା ବଙ୍ଗଳାରେ ବେଆଇନ ନିର୍ମାଣକୁ ଭାଙ୍ଗି ଦେଇଛି। ବିଏସମିର ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ କଙ୍ଗନା ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଯାହା ଉପରେ ଶୁଣାଣି ଆରମ୍ଭ ହୋଇଛି। ପରେ ଅଦାଲତ ଏହି ଭଙ୍ଗା କାର୍ଯ୍ୟ ଉପରେ ରହିତାଦେଶ ଜାରି କରିଛନ୍ତି।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories