www.samajalive.in
Sunday, December 7, 2025
15.1 C
Bhubaneswar

କନ୍ଧମାଳ:ପୁଣି ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ

ଫୁଲବାଣୀ:କନ୍ଧମାଳ ଜିଲା ଫିରିଙ୍ଗିଅ ବ୍ଳକ ଗୋଛାପଡା ଥାନା ଅନ୍ତର୍ଗତ କୁଏରମାଣ୍ଡୁ ପଞ୍ଚାୟତର ବେରେଣି ଅଞ୍ଚଳରେ ହୋଇଛି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ। ଏକ ସପ୍ତାହ ମଧ୍ୟରେ ଏହାର ଦ୍ୱିତୀୟ ଘଟଣା ବୋଲି ଜଣାଯାଇଛି। ତେବେ ଏଥିରେ କୌଣସି ମାଓବାଦୀ ନିହତ ହୋଇନଥିଲେ ମଧ୍ୟ ଯବାନମାନେ ଉକ୍ତ ଜଙ୍ଗଲରେ ୨ଟି ଦେଶୀ ବନ୍ଧୁକ ସହିତ ଗୋଟିଏ ରେଡ଼ିଓ , କିଛି ଔଷଧ ଓ ରାସନ ସହିତ ମାଓ ପୋଷାକ ଜବତ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ଜଙ୍ଗଲରେ କମ୍ବିଂ ଅପରେସନ୍‌ ଜାରି ରହିଛି ବୋଲି କନ୍ଧମାଳ ଏସ୍‌ପି ଭୀନିତ୍ ଅଗ୍ରୱାଲା ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମଳନୀରେ ସୂଚନା ଦେଇଛନ୍ତି।


କନ୍ଧମାଳ ଏସ୍‌ପି ଭୀନିତ୍ ଅଗ୍ରୱାଲା କହିଛନ୍ତି ଯେ ବେରେଣି ଅଞ୍ଚଳରେ ମାଓବାଦୀ ମାନେ ଚଳପ୍ରଚଳ କରୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇବା ପରେ ଏସ୍୍ଓଜି ଓ ଡ଼ିଭିଏଫ୍ ପକ୍ଷରୁ ଉକ୍ତ ଜଙ୍ଗଲରେ ଗତ ୧୫ ତାରିଖରୁ କମ୍ବି ଅପରେସନ ଆରମ୍ଭ ହୋଇଥିଲା। ୧୭ ତାରିଖ ସନ୍ଧ୍ୟାରେ ଯବାନମାନେ ବେରେଣି ଜଙ୍ଗଲରେ କମ୍ବିଂ ଅପରେସନ୍‌ ଜାରି ରଖିଥିବାବେଳେ ଅଚାନକ ଭାବେ ମାଓବାଦୀଙ୍କ ପକ୍ଷରୁ ଗୁଳିବିନିମୟ ସହିତ ଗ୍ରେନେଡ଼୍ ମାଡ଼ କରାଯାଇଥିଲା। ଏହି ସମୟରେ ଯବାନମାନେ ବାରମ୍ବାର ଆତ୍ମସମର୍ପଣ ପାଇଁ ମାଓବାଦୀଙ୍କୁ ଆହ୍ୱାନ ଦେଇଥିଲେ। କିନ୍ତୁ ମାଓବାଦୀମାନେ ତାହାକୁ ଭୃକ୍ଷେପ ନ କରି ବାରମ୍ବାର ଗୁଳି ଚଳାଇଥିଲେ। ଯବାନମାନେ ମଧ୍ୟ ସୁରକ୍ଷା ପାଇଁ ପାଲଟା ଗୁଳିଚାଳନା କରିଥିଲେ। କିଛି ସମୟ ଧରି ଗୁଳିବିନିମୟ ହୋଇଥିଲେ ମଧ୍ୟ ମାଓଦଳରେ ଥିବା ପ୍ରାୟ ୭ ରୁ ୮ ଜଣ ମାଓବାଦୀ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ସେଠାରୁ ଫେରାର୍‌ ହୋଇଯିବାରେ ସଫଳ ହୋଇଥିଲେ। ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଅନେକ ମାଓ ସାମଗ୍ରୀ ଜବତ କରାଯାଇଲା। ସଂପୃକ୍ତ ଜଙ୍ଗଲରେ ବର୍ତ୍ତମାନ ପର୍ଯ୍ୟନ୍ତ କମ୍ବିଂ ଅପରେସନ୍‌ ଜାରି ରହିଛି। ତେବେ ଏହାକୁ ମାଓ ସଂଗଠନ କେକେବିଏନ୍ ବୋଲି ସନ୍ଦେହ କରାଯାଇଛି ଓ ଏଥିରେ ମାଓନେତା ଦସୁରୁ ନେତୃତ୍ୱ ନେଇଥିବା ମଧ୍ୟ ସନ୍ଦେହ କରାଯାଇଛି ବୋଲି ଏସ୍‌ପି ପ୍ରକାଶ କରିଛନ୍ତି। ଏହି ଘଟଣାରେ ଆଜି ଯବାନମାନେ ଜଣେ ମିଲିସିଆକୁ ଅଟକ ରଖି ଅଧିକ ପଚରା ଉଚୁରା ଚଳାଇଛନ୍ତି। ଅଟକ ଜଣକ କେତେଦୂର ସଂପୃକ୍ତ ସେନେଇ ମଧ୍ୟ ତଦନ୍ତ ଚାଲିଛି। ତେବେ ଗତ ଏକ ସପ୍ତାହ ମଧ୍ୟରେ ମାଓବାଦୀ-ଜବାନଙ୍କ ମଧ୍ୟରେ ଗୁଳିବିନିମୟ ଯୋଗୁଁ ସଂପୃକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ବୋଲି କନ୍ଧମାଳ ଏସ୍‌ପି ପ୍ରକାଶ କରିଛନ୍ତି।
ଏଠାରେ ସୂଚନା ଯୋଗ୍ୟ ଯେ ଗତ ୧୨ ତାରିଖରେ କୁଏରୁମାଣ୍ଡୁ ପଞ୍ଚାୟତର ଗ୍ଲଟ ଏବଂ ପାଦରପଡା ଜଙ୍ଗଲରେ ଏସଓଜି ଏବଂ ଡିଭିଏଫ ଯବାନମାନଙ୍କ ଦ୍ୱାରା କୁମ୍ବିଙ୍ଗ ଅପରେସନ ବେଳେ ମାଓବାଦୀ ମାନଙ୍କ ସହିତ ମୁହାଁମୁହିଁ ହେବାରୁ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ଏପରିକି ସେହି ସମୟରେ ମଧ୍ୟ ମାଓବାଦୀ ମାନେ ଗ୍ରେନେଡ୍‌ ଦ୍ୱାରା ଆକ୍ରମଣ କରିଥିଲେ। ପ୍ରାୟ ୨୦ରୁ ୨୫ ମିନିଟ୍ ଧରି ଗୁଳି ବିନିମୟ ହେବାପରେ ମାଓବାଦୀ ମାନେ ସେଠାରୁ ଘଞ୍ଚ ଜଙ୍ଗଲ ଭିତରେ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ପରେ ସେଠାରେ ସର୍ଚ୍ଚ ଅପରେସନ ବେଳେ ଯବାନମାନଙ୍କୁ ସେଠାରୁ ଜଣେ ମହିଳା ମାଓବାଦୀଙ୍କ ଶବ ମିଳିଥିଲା। ଏହାସହିତ ସେଠାରୁ ଯବାନମାନେ ୨ଟି ୧୨ ବୋର ବନ୍ଧୁକ,୪ଟି ଅଫୁଟା ଗୁଳି,ଗୋଟିଏ ଟର୍ଚ୍ଚ ଏବଂ ଗୁଳି ରଖିବା ମୁଣି ମିଳିଥିଲା। ଏଥିରେ ନିହତ ହୋଇଥିବା ମହିଳା ମାଓବାଦୀଙ୍କର କୌଣସି ପ୍ରକାର ପରିଚୟ ମିଳିନଥିଲା। ଶବ ବ୍ୟବଚ୍ଛେଦର ୭୨ ଘଣ୍ଟା ପରେ ପୁଲିସ୍ ପ୍ରଶାସନ ପକ୍ଷରୁ ମହିଳା ମାଓବାଦୀଙ୍କ ଶବକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ସତ୍କାର କରାଯାଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories