www.samajalive.in
Sunday, December 7, 2025
23.1 C
Bhubaneswar

ମାନବିକତା ଦେଖାଇଲେ ଠିକାଦାର, ବର୍ଷାର ଭାସିଯିବା ପୋଲକୁ ନିଜ ଖର୍ଚ୍ଚରେ ସଜାଡ଼ିଲେ

ଫୁଲବାଣୀ: କନ୍ଧମାଳ ଜିଲାରେ ଗତ ୩ ଦିନ ଧରି ଲଗାଣ ବର୍ଷା ହେବା ଫଳରେ ବହୁ ସଂଖ୍ୟରେ ଘର ଭାଙ୍ଗିବା ସହିତ ଅନେକ ଅଞ୍ଚଳକୁ ଯୋଗାଯୋଗ ମଧ୍ୟ ବିଛିନ୍ନ ହୋଇ ପଡ଼ିଛି। ଏଭଳି ସ୍ଥଳେ ଫିରିଙ୍ଗିଆ ବ୍ଳକରେ ମଧ୍ୟ ବ୍ୟାପକ କ୍ଷତି ଘଟିଥିବା ବେଳେ ୨ଟି ଛୋଟ ଛୋଟ ପୋଲ ମଧ୍ୟ ବର୍ଷାରେ ସଂପୂର୍ଣ୍ଣଭାବେ ଧୋଇ ହୋଇଯାଇଛି। ଫଳରେ ଅଞ୍ଚଳବାସୀ ଯାତାୟତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ରତଙ୍ଗ ପଂଚାୟତ ଅନ୍ତର୍ଗତ ଡ଼ାଙ୍ଗେଣିକିଆରେ ଥିବା ଏକ ପୋଲ ଏହି ବର୍ଷରେ ଧୋଇଯିବା ଫଳରେ ୫ଟି ଗ୍ରାମ ଡ଼ାଙ୍ଗେଣିକିଆ , କୁଟିବାରି , ବରସାହି , ଜୟଲାମ୍ବା ଆଦି ଅଞ୍ଚଳର ଅଧିବାସୀ ମାନେ ସଂପୂର୍ଣ୍ଣଭାବେ ଯାତାୟତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ବାଧ୍ୟ ହୋଇ ଏହି ସବୁ ଗ୍ରାମର ଅଧିବାସୀ ମାନେ ଅନ୍ୟଏକ ରାସ୍ତାଦେଇ ପ୍ରାୟ ୮ କିଲୋମିଟର ରାସ୍ତା ବୁଲି ବୁଲି ସେମାନଙ୍କର ଦୈଦଦିନ ଜୀବନରେ ଆବଶ୍ୟକ ଜିନିଷ କ୍ରୟ କରିବା ପାଇଁ ଯାତାୟତ କରୁଥିଲେ। ଏହି ପରିସ୍ଥିତିରେ ଫିରିଙ୍ଗିଆ ବ୍ଳକର ଠିକାଦାର ପ୍ରଶାନ୍ତ କୁମାର ନାୟକ ନିଜ ଖର୍ଚ୍ଚରେ ଆଜି ମରାମତି କରିଛନ୍ତି ଡ଼ାଙ୍ଗେଣିକିଆ ପୋଲ। ଏହି ପୋଲ ନିର୍ମାଣ ପରେ ଅଞ୍ଚଳବାସୀ ଯାତାୟତ କରିବା ସମ୍ଭ୍ବ ହୋଇ ପାରିଛି। ଠିକାଦାରଙ୍କ ଏଭଳି ମାନବିକତାକୁ ମଧ୍ୟ ଅଞ୍ଚବଳସୀ ବେଶ୍ ପ୍ରଶଂସା କରିବା ସହିତ ସାଧୁବାଦ ଜଣାଇଛନ୍ତି। ପ୍ରକାଶ ଯେ, ଗ୍ରାମ୍ୟ ଉନ୍ନୟନ ରାସ୍ତା ଓ ଡ଼ାଙ୍ଗେରିକିଆ ଗ୍ରାମ ସହିତ ଅନ୍ୟ ଗ୍ରାମ ପାଇଁ ଯୋଗାଯୋଗର ଏକ ମାତ୍ର ମାଧ୍ୟମ ହେଉଛି ଉକ୍ତ ଭଙ୍ଗା ପୋଲ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories