www.samajalive.in
Monday, December 8, 2025
20.1 C
Bhubaneswar

ଲୁହା ଚୋରା ଚାଲାଣ ବେଳେ ଗାଡି ଭାଙ୍ଗିଲା ,ଅଳ୍ପକେ ବର୍ତ୍ତିଲେ ଚାଳକ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଲୁହା ଚୋରା ଚାଲାଣ ହେଉଥିବା ବେଳେ ନାଗାବଳୀ ପୋଲ ନିକଟରେ ଗାଡିର ପଛ ଚକା ଭାଙ୍ଗି ଯିବା ବେଳେ ଗାଡି ଚାଳକ ଅଳ୍ପକେ ବର୍ତ୍ତି ଯାଇଥିଲେ । ଚୋରା ଲୁହା ଚାଲାଣ ହେଉଥିବାରୁ ସାଧାରଣରେ ନେଇ ନ ପାରି ଗାଡି ଛାଡି ଚାଳକ ଫେରାର ହୋଇଥିଲେ। ଗତ ରାତି ପ୍ରାୟ୧୨ ଘଣ୍ଟା ସମୟରେ ଧାମୁଣି ପଙ୍ଗା ପଞ୍ଚାୟତର ଗୁଣ୍ଡୁରୀଗୁଡାରେ ଆରଡ଼ି ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ୱେଲି ବ୍ରିଜ ୨୦୧୭ ମସିହାରେ ନାଗାବଳୀ ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସି ଭାଙ୍ଗି ଯାଇଥିଲା । ଏହାର ସୁଯୋଗ ନେଇ ଲୁହା ଚୋରମାନେ ବିଭିନ୍ନ ସମୟରେ ଚୋରି କରୁଥିଲେ।
ଗାଡିଟି ରାସ୍ତା ଉପରେ ଭାଙ୍ଗି ପଡି ରହିଥିବା ଯୋଗୁଁ ଅନେକ ସମୟ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା।
ଦୀର୍ଘ ୫ବର୍ଷ ହେବ ଗୁଣ୍ଡୁରୀଗୁଡା, ପାଳଖମାଣ, ପାଦୁଲୁଗୁଡା ,ଖମାରୀଭଟା ,ବିନିଷ ପୁରରେ ହୋଇଥିବା ୱେଲି ବ୍ରିଜ ନାଗାବଳୀ ନଦୀରେ ଭାସି ଯାଇଥିଲା । ଏହାର କୌଣସି ପଦକ୍ଷେପ ନେଇନଥିବା ଯୋଗୁଁ ଚୋର ମାନେ ତାହାକୁ ଚୋରାଇ ନେଇ ବିକ୍ରି କରୁଥିବା ଜଣାପଡିଛି ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories