www.samajalive.in
Monday, December 8, 2025
20.1 C
Bhubaneswar

କଂଗ୍ରେସ ଦଳ ପକ୍ଷରୁ ବ୍ଲକ ଘେରାଓ

କଲ୍ୟାଣସିଂହପୁର: ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ମଧ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ଘେରାଓ କରାଯାଇଛି। ଆଜି ପ୍ରଦେଶ କଂଗ୍ରେସ ସଭାପତିଙ୍କ ଡାକରାରେ ବ୍ଲକ ନୂତନ ସଭାପତି ଚିନ୍ତାଡି ନଗେଶ୍ୱର ରାଓଙ୍କ ନେତୃତ୍ୱରେ ବ୍ଲକର ସମସ୍ତ ଦଳୀୟ ନେତା କର୍ମୀ ସ୍ଥାନୀୟ ଶିବ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ ସେହିଠାରୁ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ବ୍ଲକରେ ପହଞ୍ଚି ଧାରଣା ଦେବା ସହ ଧାରଣା ଦେଇଥିଲେ। ବ୍ଲକରେ ବ୍ୟାପକ ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ଵୃଦ୍ଧି, ବେକାର ସମସ୍ୟା, ନାରୀ ନିର୍ଯ୍ୟାତନା, ଚାଷୀ ମାରଣ ନୀତି, ଟାଟା କମ୍ପାନୀର ଖାଉଟି ଶୋଷଣ, ବିଜୁଳି ନୀତି ବିରୁଦ୍ଧରେ ୯ଗୋଟି ପ୍ରସଙ୍ଗ ନେଇ ବିଡିଓ ସୁନୀଲ ଖରାଙ୍କ ଜରିଆରେ ରାଜ୍ୟପାଳଙ୍କ ନିକଟକୁ ପଠାଇବା ପାଇଁ ଲିଖିତ ଦେଇଛନ୍ତି। ଏଥିରେ ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, ପୂର୍ବତନ ସଭାପତି ସୁରିୟା ରାଓ,ଡିଆର ୟୁ ସିସି ସଦସ୍ୟ ଗୁଡୁଲା ପ୍ରସାଦ ରାଓ, ପିସିସି ସଦସ୍ୟ ଅଶ୍ୱିନୀ କୁମାର ମହାପାତ୍ର, ପ୍ରଶାନ୍ତ କୌଶଲ୍ୟା, ସରପଞ୍ଚ ଗୌତମ ବାର୍ଲି,ଏସି ସେଲ ର ଜିଲା ଉପ ସଭାପତି ଚିତ୍ତରଞ୍ଜନ ଗାଣ୍ଟ। ସମେତ ଦଳୀୟ କର୍ମୀନେତା ଉପସ୍ଥିତ ରହିଥିଲେ। ଏଥିରେ ଶାନ୍ତି ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୁଲିସ ଉପସ୍ଥିତ ରହିଥିଲେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories