www.samajalive.in
Monday, December 8, 2025
27.1 C
Bhubaneswar

ବ୍ୟାଙ୍କ ଅଫ୍‌ ବରୋଦା କଟକ କ୍ଷେତ୍ର ପକ୍ଷରୁ ସ୍ୱାଧିନତା ଦିବସ ପାଳିତ

କଟକ: ଅଗ୍ରଣୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦା କଟକ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ୭୭ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ୟାଙ୍କର କଟକ କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ରଞ୍ଜିତ କୁମାର କ୍ଷେତ୍ରୀୟ କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନ କରିଥିଲେ । ଏଥିରେ କଟକ କ୍ଷେତ୍ରୀୟ କାର୍ଯ୍ୟାଳୟ ଓ ମୁଖ୍ୟ ଶାଖାର ଅଧିକାରୀ ଓ କର୍ମଚାରୀଗଣ ଉପସ୍ଥିତ ଥିଲେ ।

ଏହି ଉପଲକ୍ଷେ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବଦତ୍ତ ଚାନ୍ଦ କହିଛନ୍ତି ଯେ, ଆମେ ସ୍ୱାଧିନତା ଦିବସ ପାଳନ କରୁଥିବା ଅବସରରେ ବ୍ୟାଙ୍କ ଅଫ୍‌ ବରୋଦା ଦେଶ ପ୍ରତି ନିଜ ପ୍ରତିବଦ୍ଧତାକୁ ପୁନଃ ସୁନିଶ୍ଚିତ କରୁଅଛି । ଦେଶର ଆର୍ଥିକ, ସାମାଜିକ ତଥା ଡିଜିଟାଲ ଇଣ୍ଡିଆ ଏଜେଣ୍ଡାକୁ ସଶକ୍ତ କରିବାରେ ବ୍ୟାଙ୍କ ଅଫ୍‌ ବରୋଦା ନିରନ୍ତର ଅଗ୍ରଣୀ ଭୂମିକା ନିର୍ବାହ କରୁଛି । ସ୍ୱାଧିନତା ଦିବସ ଅବସରରେ ବ୍ୟାଙ୍କର ମୁମ୍ବାଇସ୍ଥିତ କର୍ପୋରେଟ୍‌ କାର୍ଯ୍ୟାଳୟ ସମେତ ସାରା ଦେଶରେ ବିଭିନ୍ନ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହର୍‌ ଘର ତ୍ରିରଙ୍ଗା ଅଭିଯାନ ଅନ୍ତର୍ଗତ ବ୍ୟାଙ୍କ କର୍ମଚାରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ବ୍ୟାଙ୍କ ପକ୍ଷରୁ ଅଗଷ୍ଟ ୧୪ ତାରିଖରେ “ବିଭାଜନ ବିଭିଷୀକା ସ୍ମୃତି ଦିବସ”କୁ ମନେରଖିବା ପାଇଁ ସମଗ୍ର ଦେଶରେ ୭୦ଟି ପ୍ରମୁଖ ସ୍ଥାନରେ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ବ୍ୟାଙ୍କ ଅଫ୍‌ ବରୋଦାର କର୍ମଚାରୀମାନେ ରାଷ୍ଟ୍ର ପ୍ରତି ଥିବା ନିଜର
ନିଷ୍ଠା, ସମର୍ପଣ ଏବଂ ସମ୍ମାନର ପ୍ରଦର୍ଶନ କରିବାକୁ ସଂକଳ୍ପ ନେଇଥିଲେ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories