ଜଗନ୍ନାଥପୁର ଗ୍ରାମର ଜଳମଗ୍ନ ରାସ୍ତା ପକ୍କା ହେଲା

କଳାପଥର (ବାଙ୍କୀ) : ବାଙ୍କୀ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମପଞ୍ଚାୟତର ଜଗନ୍ନାଥପୁର ଗ୍ରାମର ସ୍ୱାସ୍ଥ୍ୟ ଅ।ରୋଗ୍ୟ ଉପକେନ୍ଦ୍ର ପାଖ ରାସ୍ତାଟି ଅଳ୍ପ ବର୍ଷା ହେଲେ ଜଳମଗ୍ନ ହୋଇ ଯାଉଥିଲା। ଫଳରେ ସ୍ଥାନୀୟ ଲୋକମାନେ ଯା’ଆସ କରିବାରେ ବଡ଼ ହଇରାଣ ହେଉଥିଲେ। କେବଳ ସେତିକ ନୁହେଁ ସ୍ୱାସ୍ଥ୍ୟକେନ୍ଦ୍ର ସେବାଗୃହ ମଧ୍ୟରେ ପାଣି ପଶିଯାଏ । ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ତେଣୁ ଏଥିନେଇ ବାଙ୍କୀର ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କୁ ଗ୍ରାମବାସୀମାନେ ଦୃଷ୍ଟି ଆକର୍ଷଣ କରିଥିଲେ । ଶ୍ରୀ ତ୍ରିପାଠୀ ତାଙ୍କ ବିଧାୟକ ଅନୁଦାନ ପାଣ୍ଠିରୁ ୨ଲକ୍ଷ ଟଙ୍କା ଅର୍ଥ ରାଶି ମଞ୍ଜୁର କରି ଏହାକୁ କଂକ୍ରିଟ୍ ରାସ୍ତାରେ ପରିଣତ କରିଥିଲେ।

kalyan agarbati

Comments are closed.