www.samajalive.in
Monday, December 8, 2025
20.1 C
Bhubaneswar

କଳାଞ୍ଜଳୀ ତରଫରୁ ଜାତୀୟ ଲୋକ ମହୋତ୍ସବ

ଭୁବନେଶ୍ୱର : କଳାଞ୍ଜଳୀ ଆଟିଷ୍ଟ୍ରି ଟ୍ରଷ୍ଟ ଆନୁକୂଲ୍ୟରେ ଆସନ୍ତା ଅକ୍ଟୋବର ୭ରୁ ଜାତୀୟ ଲୋକ ମହୋତ୍ସବ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ । ୩ ଦିନ ବ୍ୟାପି ହେବାକୁ ଥିବା ଏହି ମହୋତ୍ସବରେ ଭାରତୀୟ ଲୋକ କଳାକାର ଯୋଗଦେଇ ନିଜର କଳା ପ୍ରଦର୍ଶନ କରିବେ। ଏନେଇ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଆୟୋଜକ ତଥା ସମାଜସେବୀ ସୁନିଲ୍ ମଙ୍ଗରାଜ କହିଛନ୍ତି ଲୋକ ନୃତ୍ୟ ହେଉଛି ଓଡ଼ିଶାର ଏକ ପାରମ୍ପାରିକ ନୃତ୍ୟ। ବିଶେଷ କରି, ଘୋଡ଼ା, କଣ୍ଢେଇ ନାଚ ସହ ପରମ୍ପରାର ଝଲକ ଦେଖିବାକୁ ମିଳେ। ଏହା ଚଇତି ମାସ ପୂର୍ଣ୍ଣିମାରେ ପରିବେଷିତ ହୁଏ। ହେଲେ କ୍ରମଶଃ ଏହା ଏବେ ଲୋପ ପାଇବାକୁ ବସିଲାଣି। ଏହାକୁ ଉଜ୍ଜିବୀତ କରିବା ଲକ୍ଷ୍ୟନେଇ ୩ ଦିନ ଧରି ଜାତୀୟ ମହୋତ୍ସବ ଆୟୋଜନ ହେବାକୁ ଯାଉଛି। ଦେଶର ବିଭିନ୍ନ ପ୍ରାନ୍ତରୁ କଳାକାର ଏଥିରେ ଯୋଗଦେବେ। ଏହି ମହୋତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ଥିବା ନେଇ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ଅନ୍ୟତମ ଆୟୋଜକ ରାମେଶ୍ୱରୀ ନନ୍ଦ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ମହାନଗର ମେୟର ସୁଲୋଚନା ଦାସ, କଟକ ମହାନଗର ଡ଼େପୁଟି ମେୟର ଦମୟନ୍ତୀ ମାଝୀ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଚୌଦାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, କଟକ-ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ଅଭିନେତା ହର ରଥ, ହରିହର ମହାପାତ୍ର, ଶୁଭଶ୍ରୀ ମୁଖାର୍ଜୀ (ଛଉ ନୃତ୍ୟଶିଳ୍ପୀ), ଅର୍ଦ୍ଧେନ୍ଦୁ ଶେଖର ପାଣୀଗ୍ରାହୀ (କୋଷାଧ୍ୟକ୍ଷ, କଳାଞ୍ଜଳୀ ଟ୍ରଷ୍ଟ), ପ୍ରିୟଙ୍କା ସାହାଣୀ (ଲୋକକଳା ଚିତ୍ରଶିଳ୍ପୀ), ଚନ୍ଦନ ବାରିକ୍ (ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ, କଳିଙ୍ଗ ପାଇକ ଆସୋସିଏସନ୍‌), ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories