www.samajalive.in
Monday, December 8, 2025
20.1 C
Bhubaneswar

ସ୍ୱତନ୍ତ୍ର ପୋକ୍ସୋ କୋର୍ଟକୁ ଚାଲାଣ ହେଲା ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ

କଲମପୁର: କଲମପୁର ପୁଲିସ ମଙ୍ଗଳବାର ଜଣେ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ଭବାନୀପାଟଣା ସ୍ୱତନ୍ତ୍ର ପୋକ୍ସୋ ଅଦାଲତକୁ ଚାଲାଣ କରିଛି। ସୂଚନା ଅନୁସାରେ, ଗତ ଶନିବାର ଜଣେ ୭ ବର୍ଷିୟ ନାବାଳିକା ଜମିରେ କାମ କରୁଥିବା ନିଜ ଭିନ୍ନକ୍ଷମ ବାପାଙ୍କ ପାଇଁ ଖାଇବା ନେଇ ଜମିକୁ ଯାଇଥିଲା। ସେଠାରେ ତା’ର ବାପାଙ୍କୁ ଖାଇବାକୁ ଦେଇ ନିକଟସ୍ଥ ନଳକୂଅକୁ ପାଣି ଆଣିବାକୁ ଯାଇଥିଲା। ଅଞ୍ଚଳ ଶୂନଶାନ୍ ଥିବାରୁ ସେଠାରେ ଥିବା ଅପରିଚିତ ଅଭିଯୁକ୍ତ ଜଣକ ନାବାଳିକାକୁ ଟେକି ନେଇ ନିଛାଟିଆ ସ୍ଥାନରେ ଅମାନୁଷିକ ଭାବେ ଦୁଷ୍କର୍ମ କରିଥିଲା। ଏନେଇ କାହାକୁ କିଛି ଜଣାଇଲେ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଇଥିଲା। ନାବାଳିକା ଜଣକ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଘଟଣାସ୍ଥଳରେ ପଡ଼ି ରହିଥିଲା। ଝିଅ ଆସିବା ବିଳମ୍ବ ହେବା ଦେଖି ବାପା ଝିଅକୁ ଖୋଜିବାକୁ ଗଲା ବେଳକୁ ଝିଅର ଅବସ୍ଥା ଦେଖି ହତବାକ୍ ହେଇ ଯାଇଥିଲେ।

ପରବର୍ତ୍ତୀ ସମୟରେ ଏନେଇ କଲମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି କଲମପୁର ଥାନା କେସ ନଂ ୬୫/୨୦୨୩ରେ ମାମଲା ରୁଜୁ କରାଯାଇଥିଲା। ପୀଡ଼ିତ ପୁଣି ୭ ବର୍ଷିୟ ନାବାଳିକା। ଯେଉଁଥିପାଇଁ ଅଭିଯୁକ୍ତକୁ ପୁଲିସ ଚିହ୍ନଟ କରିବା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହେଇଥିଲା। ରବିବାର ଖୋଦ୍ ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ଧିରଜ କୁମାର ଚୋପଦାରଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ କଲମପୁର ଥାନା ଅଧିକାରୀ ଯୁଗଲ ଶବର, ବଡକୁଟୃ ପୁଲିସ ଫାଣ୍ଡି ଅଧିକାରୀ ଶିବଶଙ୍କର ମହାନ୍ତି ପୀଡିତା ଗାଁରେ ଡେରା ପକାଇ ଅଭିଯୁକ୍ତର ସନ୍ଧାନ ନେଇଥିଲେ। ଶେଷରେ ଜଣେ ସନ୍ଦେହୀକୁ ଅଟକ ରଖି ଘଟଣାର ବିଭିନ୍ନ ଦିଗକୁ ତଦନ୍ତ କରିବା ପରେ ସମ୍ପୃକ୍ତ ଯୁବକ ଜଣକ ହିଁ ଅଭିଯୁକ୍ତ ହୋଇଥିବା ବିଭିନ୍ନ ପ୍ରମାଣକୁ ଭିତ୍ତି କରି ଜାଣିଥିଲେ। ସମ୍ପୃକ୍ତ ଯୁବକ ମଧ୍ୟ ଗଞ୍ଜେଇ ନିଶାରେ ଏଭଳି କରିଥିବା ପୁଲିସ ନିକଟରେ ସ୍ୱୀକାର କରିଥିବା ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ସମ୍ପୃକ୍ତ ନାବାଳିକା ଦ୍ୱାରା ଅଭିଯୁକ୍ତର ଚିହ୍ନଟ ପ୍ରକ୍ରିୟା ବାକି ରହିଛି। ତେଣୁ ଅଭିଯୁକ୍ତର ନାଁକୁ ପୁଲିସ ଗୋପନ ରଖିଛି। ଆସନ୍ତାକାଲି ଭବାନୀପାଟଣା ଜେଲ ହାଜତରେ ଟିଆଇ ପ୍ୟାରେଡ କରାଯିବା ନେଇ ସୂଚନା ମିଳିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories