www.samajalive.in
Monday, December 8, 2025
20.1 C
Bhubaneswar

ଧାନ ଚାଷରେ ଏବେ ବିପିଏଚ ଓ ଲେଡା ପୋକର ପ୍ରଭାବ, ହତାଶ ହେଉଛନ୍ତି ଚାଷୀ

କଲମପୁର : ଶେଷ ହେଉନି ଚାଷୀର ସମସ୍ୟା। କେତେବେଳେ ପ୍ରତିକୁଳ ପାଗର ପ୍ରଭାବରେ ଚାଷ ନଷ୍ଟ ହେଉଛି ତ କେତେବେଳେ ଜଳ ସେଚନରେ ଅନିୟମିତତା କାରଣରୁ ଚାଷୀ କ୍ଷତିଗ୍ରସ୍ଥ ହେଉଛନ୍ତି। ପୁଣି କେତେବେଳେ ସାର ଓ କୀଟନାଶକ ଅଭାବ କାରଣରୁ ଚାଷ ନଷ୍ଟ ହେଇ କ୍ଷତିଗ୍ରସ୍ଥ ହେଉଛନ୍ତି ଚାଷୀ। ଜଳ ସେଚନ ଇଲାକାରେ ବର୍ତମାନ ଧାନ ଅମଳର ସମୟ। କିନ୍ତୁ ଏହି ଧାନ ଅମଳ ସମୟରେ ପାକଳ ଧାନ ଉପରେ ବିପିଏଚ (ମାଟିଆଗୁଣ୍ଡି) ପୋକ ଓ ଲେଡା ପୋକର ପ୍ରଭାବ ଦେଖା ଦେଇଛି। କିନ୍ତୁ ବର୍ତମାନ ସମଗ୍ର ବିଶ୍ୱରେ କରୋନା ଭୁତାଣୁ ସଂକ୍ରମଣର ଆତଙ୍କ ଚାଲିଥିବା ବେଳେ କୃଷି ବିଭାଗ ଅଧିକାରୀ ମଧ୍ୟ କେବଳ ନିରବ ଦର୍ଶକ। କୌଣସି ଚାଷ କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କୁ ପରାମର୍ଶ ଦେବା ବଦଳରେ ହାତ ବାନ୍ଧି ବସିଛନ୍ତି। ଏହାସହ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସ ଶକ୍ତି କରଣ ବିଭାଗ ତରଫରୁ ମଧ୍ୟମ ବର୍ଗର ଚାଷୀଙ୍କ ପାଇଁ କୌଣସି ସହାୟତା ପ୍ରଦାନ କରାଯାଇନଥିବାରୁ ଏହି ବର୍ଗର ଚାଷୀ ଏବେ ହତାଶ।

ରାଜ୍ୟ ଓ କେନ୍ଦ୍ର ସରକାର କୃଷକଙ୍କ ପାଇଁ ବିଭିନ୍ନ ଯୋଜନା କରିଥିବା ଡିଣ୍ଡିମ ପିଟିଚାଲିଥିଲେ ମଧ୍ୟ କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ଜଳ ପ୍ରକଳ୍ପ ମାଧ୍ୟମରେ ଜଳ ସେଚନ ସୁବିଧା ପାଉଥିବା କଲମପୁର ବ୍ଲକ ଅଞ୍ଚଳରେ କୃଷି ବିଭାଗ ସ୍ଥାଣୁ ପାଲଟିଛି। ଯେଉଁଥି ପାଇଁ ଏହି ଅଞ୍ଚଳରେ ଚାଷୀ କୃଷି ବିଭାଗ ଠାରୁ ସଠିକ ପରାମର୍ଶ ନପାଇ ବାଧ୍ୟ ହେଇ ବିଭିନ୍ନ କମ୍ପାନୀ ଦ୍ୱାରା ନିୟୋଜିତ ଏଜେଣ୍ଟ ମାନଙ୍କ ସହାୟତାରେ କୀଟନାଶକ ସିଞ୍ଚନ କରି ଶୋଷଣର ଶିକାର ହେଉଛନ୍ତି। ଯେଉଁଥି ପାଇଁ କଲମପୁର ଅଞ୍ଚଳରେ ବିଭିନ୍ନ ନାମୀ ଦାମୀ କୀଟନାଶକ ପ୍ରସ୍ତୁତକାରୀ କମ୍ପାନୀ ନିଜର କାୟା ବିସ୍ତାର କରୁଛନ୍ତି। ଏହି ସମସ୍ତ କୀୟନାଶକ କେତେଦୂର ସଫଳ ସେ ନେଇ କୃଷି ବିଭାଗର କୌଣସି ଅଧିକାରୀ ଗୁରୁତ୍ୱ ଦେଉନାହାଁନ୍ତି। ଯେଉଁଥି ପାଇଁ ବହୁ ଚାଷୀ ଠକାମୀର ଶିକାର ହେବା ସହ କ୍ଷତିଗ୍ରସ୍ଥ ହେଉଛନ୍ତି। ଅନ୍ୟପଟେ ରିହାତି ମୂଲ୍ୟରେ କୌଣସି କୀଟନାଶକ ଯୋଗାଉନଥିବାରୁ ଖୋଲା ବଜାରରେ ଅଧିକ ଦାମ ଦେଇ ଚାଷୀ କୀଟନାଶକ ଖରିଦ୍‍ କରିବା ପାଇଁ ବାଧ୍ୟ ହେଉଛନ୍ତି। ଚଳିତ ରବି ଚାଷରେ କଲମପୁର ବ୍ଲକରେ ପ୍ରାୟ ୧୦ ହଜାର ହେକ୍ଟର ଚାଷ ଜମିରେ ଧାନ ଚାଷ କରାଯାଇଛି। ହେକ୍ଟର ପ୍ରତି ୭୫ କ୍ୱିଣ୍ଟାଲ ଧାନ ଉତ୍ପାଦନ କରିବା ପାଇଁ ଚାଷୀ ପ୍ରାୟ ୪୦ରୁ ୫୦ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। ବର୍ତମାନ ଶ୍ରମିକ ମୂଲ୍ୟ ବୃଦ୍ଧି ସହିତ କୀଟନାଶକ ଓ ସାରର ମୂଲ୍ୟ ବୃଦ୍ଧି ଘଟୁଥିବା ବେଳେ ଧାନର ମୂଲ୍ୟ ବୃଦ୍ଧି ପାଉ ନାହିଁ ଅନ୍ୟପଟେ ଚାଷୀଙ୍କ ଉତ୍ପାଦନକୁ ସଠିକ ଆକଳନ କରାଯାଉନଥିବାରୁ ଧାନ ବିକ୍ରୟ ସମୟରେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ବର୍ତମାନ ଅମଳକ୍ଷମ ଧାନରେ ଲୋଡା ପୋକ ସମେତ ବିପିଏଚ ପୋକର ପ୍ରଭାବ କାରଣରୁ ଚାଷୀଙ୍କ ଆଖିରୁ ନିଦ ହଜିଯାଇଛି। କରୋନା ସଂକ୍ରମଣ ଆଶଙ୍କା କାରଣରୁ ସାମାଜିକ ଦୂରତ୍ୱ ଓ ସମସ୍ତ ଶ୍ରମିକ ପରିବାରକୁ ଆଗୁଆ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଓ ଏକ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିବାରୁ ଚାଷୀଙ୍କ ପାଇଁ ଶ୍ରମିକ ସମସ୍ୟା ଦେଖା ଦେଇଛି। ଏପରିକି ଶ୍ରମିକ ଅଭାବ କାରଣରୁ ବାଧ୍ୟ ହେଇ ନିଜର ଆବଶ୍ୟକକୁ ଦୃଷ୍ଟି ଦେଇ ଅଧିକ ମୂଲ୍ୟ ଦେଇ ଶ୍ରମିକ ନିୟୋଜିତ କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ। ତେଣୁ ତୁରନ୍ତ ରାଜ୍ୟ ସରକାର ମଧ୍ୟବିତ କୃଷକଙ୍କ ସହାୟତା ପାଇଁ ରିହାତି ମୂଲ୍ୟର କୀଟନାଶକ ଯୋଗାଣ କରିବା ଦିଗରେ ପଦକ୍ଷେପ ନେବା ପାଇଁ ଚାଷୀ ସଂଗଠନ ତରଫରୁ ଦାବି ହେଉଛି।

- Advertisement -

 

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories